Browsing category

ରାଜନୀତି

ଆସ୍କାରେ ରାଜ୍ୟସ୍ତରୀୟ ଯୁବଶକ୍ତି ସମାବେଶ

ଭୁବନେଶ୍ୱର,୨୩।୬(ଏସଏସନିଉଜ)ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜପାଇଁ ଏକ ସୁବର୍ଣ୍ଣଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କାଠାରେ ଆୟୋଜିତ ରାଜ୍ୟସ୍ତରୀୟ […]

ବିଜେଡି ଛାଡ଼ି ବିଜେପିରେ ମିଶିଲେ

ଚିଲିକା,୨୧।୬(ଏସଏସନିଉଜ)ଆଜି ବାଣପୁରସ୍ଥିତ କୃତ୍ତିବାସଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବାଣପୁରବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ଗ୍ରାମପଞ୍ଚାୟତର‌ ପୂର୍ବତନସରପଞ୍ଚ ଆଶାମଣୀ ସାହୁ,କୁଲେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଏବଂ ନୀଳାଦ୍ରିପ୍ରସାଦ ପଞ୍ଚାୟତର‌ ବହୁ ୱାର୍ଡସଭ୍ୟ,ସଭ୍ୟା, ବିଜେଡ଼ିର କାର୍ଯ୍ୟକର୍ତ୍ତା ଓ କୁଲେଇପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତାମାନେ ବିଜୁ ଜନତାଦଳ ପରିତ୍ୟାଗ କରି ଭାରତୀୟ ଜନତାପାର୍ଟିର ନୀତି ଆଦର୍ଶ,ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ଆଇନମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତାପାର୍ଟିରେ […]

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୯।୬(ଏସଏସନିଉଜ)କଂଗ୍ରେସ ତରଫରୁ ଭୁବନେଶ୍ୱରରେ ହେବାକୁ ଯାଉଛି ବଡ଼ ସମାବେଶ। ଯେଉଁଥିରେକି ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସାମିଲ ହେବାକୁ ଯାଉଛନ୍ତି।ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବାକୁ ଯାଉଛି କଂଗ୍ରେସ । ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି ଜଣାପଡିଛି।

ପ୍ରଧାନମନ୍ତ୍ରୀ କରିବେ ବିଶାଳ ରୋଡସୋ

ଭୁବନେଶ୍ଵର,୧୯।୬(ଏସଏସନିଉଜ)କାଲି ୧୯ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ।୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ କରିବେ ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।ବିମାନବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ।କଳିଙ୍ଗଷ୍ଟାଡିୟମ୍‌ଠାରୁ ବିଶାଳ ରୋଡ୍‌ ସୋ କରିବେ।ପାଖାପାଖି ୨ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ।ବୟୋବନ୍ଦନା କାର୍ଡ ବାଣ୍ଟିବେ, ଅନ୍ତ୍ୟୋଦୟ ଘର ବଣ୍ଟନ କରିବେ।ଲକ୍ଷପତିଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆପତ୍ତିଜନକ ଭିଡିଓ ପୋଷ୍ଟକରି ଗିରଫ ହେଲେ ଯୁବକ।ସୋସିଆଲ୍ ମିଡିଆରେ ସାମ୍ମନାହାନୀ ପୋଷ୍ଟ କରିବାରୁ ଗିରଫ କଲା କ୍ରାଇମବ୍ରାଞ୍ଚ।ରାୟଗଡ଼ା ଚାନ୍ଦିଲିର କିଶୋର କୌଶଲ୍ୟା ଗିରଫ ହୋଇଛନ୍ତି। ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ସେୟାର କରିଥିଲେ।ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଭଳି AI ଭିଡିଓ କରି ଗିରଫ ହୋଇଥିବାର ଜଣାପଡିଛି।

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ଆସନ୍ତା ୨୨ରେ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ।ସର୍ଭିକାଲ ଆର୍ଥାଇଟ୍ସ ଚିକିତ୍ସା ପାଇଁ ମୁମ୍ବାଇ ଯିବେ।ମୁମ୍ବାଇର କୋକିଳାବେନ ଧୀରୁଭାଇ ହସ୍ପିଟାଲରେ ହେବ ଚିକିତ୍ସା।ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହେବେ ଚିକିତ୍ସା।ମହାପ୍ରଭୁଙ୍କ ଆର୍ଶୀବାଦ ଓ ରାଜ୍ୟବାସୀଙ୍କ ଶୁଭେଚ୍ଛାରେ ଶୀଘ୍ର ଫେରିବି ଓ ସୁସ୍ଥ ହୋଇ ଫେରିବା ପରେ ସେବା ଜାରି ରଖିବି ବୋଲି ନବୀନ କହିଛନ୍ତି।

୨୦ରେ ଭୁବନେଶ୍ବର କଟକରେ ସ୍କୁଲ ଛୁଟି

ଭୁବନେଶ୍ୱର,୧୮।୬(ଏସଏସନିଉଜ)୨୦ରେ ଭୁବନେଶ୍ବର, କଟକ ମହାନଗରରେ ସ୍କୁଲ୍‌ ଛୁଟି। ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍‌ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିପାଇଁ ବିପୁଳ ଜନସମାଗମ ହେବ।ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସ୍କୁଲ୍‌ ଛୁଟିପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ…

ଭୁବନେଶ୍ୱର,୧୮।୬(ଏସଏସନିଉଜ)ଜୁନ୍‌ ୨୦ରୁ ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ।ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି।ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରେନ ଗଡ଼ିବ।ବୌଦ୍ଧରୁ ଭୁବନେଶ୍ବର ଓ ସମ୍ବଲପୁରକୁ ଗଡ଼ିବ ସାପ୍ତାହିକଟ୍ରେନ ।ପ୍ରତିଦିନ ବଲାଙ୍ଗିର- ସୁବର୍ଣ୍ଣପୁର ପାସେଞ୍ଜର ଟ୍ରେନ ଗଡ଼ିବ।

ଏସକର୍ଟ ଗାଡିରେ ଆହତ

ଭୁବନେଶ୍ୱର,୯ା୬(ଏସଏସନିଉଜ) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁôିରେ ଆୟୋଜିତ ସମନ୍ୱୟ ବୈଠକସାରି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସକର୍ଟ ନେଇ ଗଞ୍ଜାମ ଫେରୁଥିଲେ ।ଫେରିବା ବାଟରେ ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟରାସ୍ତାରେ ଏକ ଟ୍ରକ ସହ ମୋଟର ସାଇକେଲର ଧକ୍କାହୋଇଥିଲା ।ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକମାନଙ୍କ ଭୀଡ ମଧ୍ୟ ଲାଗିରହିଥିଲା ।ଭିଡ ଦେଖି ମନ୍ତ୍ରୀ ଅଟକିଯିବାସହ ଘଟଣାସର୍ମ୍ପକରେ ବୁଝିଥିଲେ ।ପରେ ଏସକର୍ଟ ଗାଡିରେ ଆହତଙ୍କୁ ତୁରନ୍ତ ଚିକିସ୍ାପାଇଁ ଡାକ୍ତରଖାନାକୁ […]

ଆଉ ଥରେ କେନ୍ଦ୍ରାପଡ଼ା ଆସିବି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ାଜିଲ୍ଲା ଗସ୍ତକରି ଜିଲ୍ଲା ପ୍ରଦକ୍ଷଣଗୃହ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନରକାର୍ୟ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟସରକାରଙ୍କ ଦ୍ଵିତୀୟବର୍ଷର ଆରମ୍ଭ କେନ୍ଦ୍ରାପଡ଼ାଜିଲ୍ଲାରେ ବିକାଶମୂଳକକାର୍ୟ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣାଯାଇଛିଯେ, କେନ୍ଦ୍ରାପଡ଼ାଜିଲ୍ଲାରେ ଜଳସମ୍ପଦର ବିକାଶ ହେବାପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ।କେନ୍ଦ୍ରାପଡ଼ାଅଂଚଳରେ ଥିବା ହେନ୍ତାଳଜଙ୍ଗଲକୁ ଆହୁରି ବ୍ୟାପକ କରିବାପାଇଁ […]