Browsing category

ରାଜନୀତି

ମନମୋହନ ହେବେ ରାଜ୍ୟ ବିଜେପି ସଭାପତି!

ଭୁବନେଶ୍ୱର,୭।୭(ଏସଏସନିଉଜ)ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବାର ଆଶା ସ୍ପଷ୍ଟ ହୋଇଯାଇଛି। ସେ ଏକ ମାତ୍ର ପ୍ରାର୍ଥୀ ଭାବେ ଦଳୀୟ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ସଂଜୟ ଜୟସ୍ବାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ବିଜେପି ସଭାପତି ଘୋଷଣା ହେବ।

ଡିସିପି ଅଫିସରେ ଆତ୍ମସମର୍ପଣ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୩।୭(ଏସଏସନିଉଜ)ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି।ସୋମବାର ଦିନ ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି। ଏହି ଘଟଣାକୁ ନେଇ ଓଏଏସ୍‌ ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି। ବିଜେପିର ବରିଷ୍ଠନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଯାହାଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ବିଏମ୍‌ସି ଅତିରିକ୍ତ […]

ବିଜେପିପାର୍ଟି କାର୍ୟ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ […]

ଶରଧାବାଲିରେ ଅଘଟଣ

ପୁରୀ,୨୯।୬(ଏସଏସନିଉଜ)ପୁରୀ ଶରଧାବାଲିରେ ଅଘଟଣ ଘଟିଛି। ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ କହିଛନ୍ତିଲ ସିଏମ୍‌।ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।ଏହିଭଳି ଏକ ଦାରୁଣ ଦୁଃଖକୁ […]

ନନ୍ଦନକାନନ କାନନକ୍ଷେତ୍ରରେ ରଥଯାତ୍ରା

ବାରଙ୍ଗ,୨୭।୬(ଏସଏସନିଉଜ) ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ରଥଯାତ୍ରା ମହା ସମାରୋହର ସହ ଅନୁଷ୍ଟିତ ହୋଇଯାଇଛି।ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ରଥଯାତ୍ରା ନନ୍ଦନକାନନ ଛକସ୍ଥିତ କାନନକ୍ଷେତ୍ରରେ ଅନୁଷ୍ଟିତ ହୋଇଯାଇଛି।ପରମ୍ପରା ଅନୁଯାୟୀ ତିନିଠାକୁରଙ୍କୁ ପହଣ୍ଡି ବିଜେ ପରେ ରାଜା ଇ.ଅଭୟ ସାମନ୍ତରାୟ ଆସି ଛେରା ପହଁରା କରିଥିଲେ।ଏହାପରେ ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ଭୋଗହାଣ୍ଡି ଥାନାରୁ ବିରାଟ ପଟୁଆରରେ ଆସି ତିନିଠାକୁରଙ୍କୁ ସମର୍ପଣ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା।ମନ୍ଦିରକମିଟି ସଭାପତି ତଥା ବିଜେଡିନେତା […]

ଗଞ୍ଜେଇମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୨୬।୬(ଏସଏସନିଉଜ) ଗଞ୍ଜେଇ ମୁକ୍ତ ହେବଓଡ଼ିଶାରାଜ୍ୟ ହେବ ଗଞ୍ଜେଇ ମୁକ୍ତ।ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀ ଅପିଲ୍ କରିଛନ୍ତି।

SCOସମ୍ମିଳନୀରେ ଭାରତର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର,୨୬।୬(ଏସଏସନିଉଜ)ମିଳିତ ଘୋଷଣାପତ୍ରରେ ସ୍ବାକ୍ଷର କଲାନି ଭାରତ।ଚୀନ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କଠୋର କଲା ଭାରତ।ସ୍ବାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ୍‌ କଲେ।ଏହାକୁ ଦେଶ (ପାକିସ୍ତାନ) ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟ ବୋଲି କହିଲେ।

ଅଗଷ୍ଟ୯ରେ ସୁଭଦ୍ରାର ତୃତୀୟ କିସ୍ତି

ଭୁବନେଶ୍ବର,୨୬।୬(ଏସଏସନିଉଜ)ଆସନ୍ତା ରାକ୍ଷୀପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ୯ରେ ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ସୁଭଦ୍ରାର ତୃତୀୟକିସ୍ତି ମିଳିବ।ଏନେଇ ବୁଧବାର ଲୋକସେବାଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଏଥିସହ ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁସଙ୍ଗିକ ଖର୍ଚ୍ଚକୁ ମଧ୍ୟ ବୈଠକ ରେ ଅନୁମୋଦନ କରାଯାଇଛି।

ଶଙ୍କରାଚାର୍ଯ୍ୟଙ୍କ ପ୍ରେସମିଟ୍

ଭୁବନେଶ୍ବର,୨୬।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ।ଧର୍ମୀୟ ଭାବନା ପାଇଁ ନୁହେଁ, ଆୟପାଇଁ ଏହା କରାଯାଇ ଛି।ବହୁତସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତି।ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି ବୋଲି କହିଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକରୁ ଚୋରି !

ପୁରୀ,୨୪।୬(ଏସଏସନିଉଜ)ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ଚୋରି ଅଭିଯୋଗ ହୋଇଛି।୧୦ ଜଣ ରାଜବୈଦ୍ୟ ଦେଇଥିଲେ ୩୧୩ ମୋଦକ।୩୧୩ଟି ମୋଦକରୁ ୭୦ଟି କମ୍ ଅଛି।ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା ମୋଦକ।ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀପ୍ରଶାସକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅନ୍ୟପଟେ ଶ୍ରୀମନ୍ଦିରରୁ ଚୋରି ହୋଇନି ଦଶମୂଳ ମୋଦକ ବୋଲିଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାରେ କହିଛନ୍ତି।ସେ କହିଛନ୍ତିକିଛିଲୋକ ନିଜ ପତିଆରା ପାଇଁ ମିଛ କହିଛନ୍ତି।ଏଭଳି ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ।ଯେଉଁମନେ ଏଭଳି କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।