Browsing category

ରାଜନୀତି

୨୦୫ କୋଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ଜୁନ(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲାପାଇଁ ଆଜି ୩୦୦ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନାଥାଉକି, ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତି କରଣପ୍ରକଳ୍ପ ରହିଛି।ଏହି […]

ରଥଯାତ୍ରା ସୁପରିଚାଳନା ପାଇଁ ବୈଠକ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା ଜୁନ ମାସ ୨୭ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ […]

ଅତ୍ୟାଧୁନିକ ସ୍ୱୟଂସମ୍ପୂର୍ଣ୍ଣ ଷ୍ଟୁଡ଼ିଓରେ ପରିଣତ ହେବ କଳିଙ୍ଗ ଷ୍ଟୁଡ଼ିଓ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ […]

ସାକ୍ଷୀଗୋପାଳଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ଭାରତ ସରକାରଙ୍କ କୃଷି ଏବଂ କୃଷକକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରଠାରେ ବିକଶିତ କୃଷିସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟଯେ, ଆଗାମୀ ୧୫ ଦିନଧରି ଚାଲୁ […]

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ସରକାରୀ ଚାକିରି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ସରକାରୀ ଚାକିରି ପାଇଁ ବୟସ ସୀମାକୁ ବୃଦ୍ଧି କରାଯାଇଛି । ଏହାର ବୟସ ସୀମାକୁ ୩୨ରୁ ୪୨କୁ ବୃଦ୍ଧି କରାଯାଇଛି।କ୍ୟାବିନେଟ ବୈଠକ୍ ପରେ ମୁଖ୍ୟ ଶାସନସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ସିବିଡ଼ାଗ୍ରାମ ପରିଦର୍ଶନ କଲେ ଆଇନମନ୍ତ୍ରୀ

ଭୁବନେଶ୍ୱର,୨୮।୫(ଏସଏସନିଉଜ)ଶିକ୍ଷା ଓ ରୋଜଗାର ଜରିଆରେ ଜନଜାତି ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଛୁ।ଆଜି ଆଇନମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ଚିଲିକା ନିର୍ବାଚନ ମଣ୍ଡଳୀ ନିକଟସ୍ଥ ଦାମିଆ ବରବରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିବିଡ଼ା ଗ୍ରାମକୁ ପରିଦର୍ଶନରେ ଯାଇଥିଲେ।ସେଠାରେ ଗ୍ରାମବାସୀମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। ଗ୍ରାମବାସୀ ମାନେ ଉତ୍ଥାପନ କରିଥିବା ସେମାନଙ୍କ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ଥିବା ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ […]

ଜୟଦେବବିହାରରୁ ନନ୍ଦନକାନନ ଏଲିଭେଟେଡ୍ କରିଡର

ଭୁବନେଶ୍ୱର,୨୩।୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନସିଟିରେ କାର୍ୟ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan)ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜୟଦେବ ବିହାରରୁ ନନ୍ଦନକାନନପର୍ୟ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗମୌଜା ପର୍ୟ୍ୟନ୍ତ ଦୟାୱେଷ୍ଟ କେନାଲରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, କଳ୍ପନାଛକ, ମ୍ୟୁଜିଅମ ଓ ଶିଶୁଭବନଛକରେ ୩ଟି […]

୨୬ରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି

ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଏସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ସେ ଅନୁମୋଦନ ଦେଇଛନ୍ତି ।ଯାହାଫଳରେ ୨୭ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବାନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଚଳିତବର୍ଷ ସାବିତ୍ରୀଅମାବାସ୍ୟା ପାଇଁ ସରକାରୀ ଛୁଟି ମେ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା।ତେବେ ପୁରୀ ମୁକ୍ତି ମଣ୍ଡପ ସହ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ […]

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି

ଭୁବନେଶ୍ୱର,୨୩।୫(ଏସଏସନିଯୁଜ୍)ଶ୍ରୀମନ୍ଦିରର ସୁରକ୍ଷା ଲାଗି ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପୁଲିସ ବିଭାଗ ସହ ଆଲୋଚନା କରିଛନ୍ତି।ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ।ଆବଶ୍ୟକ ପଡ଼ିଲେ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ବ୍ୟୟ ବରାଦ କରିବ।ଏ ନେଇ ବିଚାର ଚାଲିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକସହାୟତା […]

ମୋଦୀଙ୍କ ରଣହୁଙ୍କାର

ଭୁବନେଶ୍ୱର,୨୨ା୫(ଏସଏସନିଉଜ) ରାଜସ୍ଥାନରେ ପାକିସ୍ତାନକୁ ପୁଣି ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀା ପହଲଗାମ୍ ଆତଙ୍କୀ ହମଲାକୁ ଆଜି ମାସେ ପୂରିଥିବା ବେଳେ ଆତଙ୍କୀଙ୍କ ଉପରେ ନିଆଯାଇଥିବା ପ୍ରତିଶୋଧର କଥା କହି ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଧର୍ମପଚାରି ୨୨ ତାରିଖରେ ଆମ ମାଆ ଭଉଣୀଙ୍କର ସିନ୍ଦୂର ପୋଛିଥିଲେ । ସେଦିନ ଗୁଳି ଫୁଟିଥିଲା ପହଲଗାମରେ ।କିନ୍ତୁ ଏହା ୧୪୦କୋଟି ଭାରତୀୟଙ୍କ ପାଇଁ ଯନ୍ତ୍ରଣାଦାୟକ ସାଜିଥିଲା ।ଏହିଘଟଣାପରେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାକୁ […]