Browsing category

ରାଜନୀତି

ଦିନକ ପାଇଁ ସବୁ ସ୍କୁଲ୍ ଛୁଟି

ଭଦ୍ରକ,୩୦।୭(ଏସଏସନିଉଜ)ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଫଳରେ ବହୁ ଲୋକ ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବାର ଜଣାଯାଇଛି।ଏହାକୁ ନଜରରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ର ସମସ୍ତ ବିଦ୍ୟାଳୟକୁ ଆଜି ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି।

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ସମସ୍ତ ପୁରୁଣା ଟେଣ୍ଡର ବାତିଲ

ଭୁବନେଶ୍ୱର,୨୭ା୭ (ଏସଏସନିଉଜ) ୨୦୨୪ ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲା । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ଚୁକ୍ତି ବାତିଲ କରାଯାଇଛି। ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ମେଟ୍ରୋ ପ୍ରକଳ୍ପର ନିଅଁ ଦେଇଥିଲେ । ୨୦୨୪-୨୫ ବଜେଟରେ ଏ ପ୍ରକଳ୍ପ ପାଇଁ ଅର୍ଥ […]

ପୂର୍ବତନରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଉକ୍ତଳରତ୍ନ ପୁରସ୍କାର

ଭୁବନେଶ୍ୱର,୨୬ା୭(ଏସଏସନିଉଜ) ଆଧୁନିକ ସମୟରେ ଆଂଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଜୁଲାଇ ୨୬ ତାରିଖ ଦିନ କଟକଠାରେ ଉକଳ ସାହିତ୍ୟ ସମାଜର୧୨୩ତମ ବାର୍ଷିକସମାବର୍ତନ ଉସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏକବିଂଶ ଶତାଦ୍ଦୀରେ ଆମର ଆଂଚଳିକ ଭାଷା ଏବଂ ସାହିତ୍ୟ କେବଳ ଅଭିଲେଖାଗାର କିମ୍ବା ସ୍ମୃତିରେ ସୀମିତ […]

ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ!

ଭୁବନେଶ୍ୱର,୨୪।୭(ଏସଏସନିଉଜ)ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଅମରେଶ।ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି।ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ହୋଇଛି।୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି।ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଲେ। କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବି ବୋଲି ଲେଖିଲେ।ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୋଲିସ।ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଲା। ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶଙ୍କ […]

ଜେଲରୁ ବାହାରିଲେ ଡ୍ରାଇଭର ସଙ୍ଘ କୋଷାଧ୍ୟକ୍ଷ

ଭୁବନେଶ୍ୱର,୨୪।୭(ଏସଏସନିଉଜ)ଓଡ଼ିଶା ଡ୍ରାଇଭର ମହାସଙ୍ଘର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଜେଲରୁ ବାହାରିଛନ୍ତି।ଜାମିନ ମଞ୍ଜୁର ହେବା ପରେ ଦେବଗଡ଼ ଜେଲରୁ ମୁକୁଳିଛନ୍ତି ।ଆଦିତ୍ୟବେହେରା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ମାଡ଼ମାରିବା ଅଭିଯୋଗ ହୋଇଥିଲା।ଦେବଗଡରୁ ଆଦିତ୍ୟ ବେହେରାଙ୍କୁ ଗିରଫ କରିଥିଲା ପୁଇଁତଳାଥାନା ପୋଲିସ୍ ।

ଡାକ୍ତର କରୁଣାକର ରାଉତଙ୍କୁ

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକଜିଲ୍ଲା ସଦରମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସରବିଭାଗର ବରିଷ୍ଠ ମେଡିକାଲ ଅଫିସରଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକେସ୍ ରୁଜ୍ଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। […]

ପ୍ଲାଷ୍ଟିକରେ ପେଟ୍ରୋଲ ମନା !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହୋଇପାରିବ ନାହିଁ।ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ।ପେଟ୍ରୋଲପମ୍ପ୍‌ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ବାହାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିଛି।ଆଜିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଥିବା କହିଛ୍ଚନ୍ତି ମନ୍ତ୍ରୀ।

ନିଲାମ ହେବ ୨୨ ଖଣି !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି ବୋଲି ସୂଚନା ଦେଲେ ରାଜ୍ୟ ଖଣିମନ୍ତ୍ରୀ ବିଭୂତି ଜେନା।ଖଣି ନିଲାମନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ସାରିଛି।ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ।ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି।ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ।

ଗୁଣ୍ଡିଚାମନ୍ଦିର ଗୋଷ୍ଟିକେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ମାଉସୀମା ମନ୍ଦିର ପାଖରେ ଥିବା କୁବେର ଅପ୍ଟିକାଲ ଓ ୬ଲକ୍ଷ ଟଙ୍କା ବ୍ୟୟ ବାରଦରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମିତଶ୍ରୀଶ୍ରୀ ଗୁଣ୍ଡିଚାମନ୍ଦିର ଗୋଷ୍ଟିକେନ୍ଦ୍ର କୁ ରବିବାର ରାତିରେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ, ବିଜେଡିନେତା ସୁବାଷ ଚନ୍ଦ୍ର ପାତ୍ର,ସରମ୍ପଚ ଖୋଲଣା ମାଝି,ସମିତିସଭ୍ୟ ନିହାରକାନ୍ତ ପଢ଼ିହାରି,ନାରୀନେତ୍ରୀ ଝୁନାରାଉତ, କର୍ପୋରେଟର ମିହିର […]

ଆକ୍ସନ୍ ମୋଡ଼ରେ ପୋଲିସ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ପୀଡିତାଙ୍କ ପିଉସୀକୁ ଉଠାଇନେଲା ବଳଙ୍ଗା ପୋଲିସ । ପୂର୍ବରୁ ସାଙ୍ଗକୁ ବି ଥାନାରେ ହୋଇଥିଲା ଜେରା।ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି।ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ଗଲେ। ଦିଲ୍ଲୀ AIIMSରେ ପୀଡ଼ିତାଙ୍କର ହେବ ଅଧିକ ଚିକିତ୍ସା।