ଭୁବନେଶ୍ୱର,୨୦।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ମାଉସୀମା ମନ୍ଦିର ପାଖରେ ଥିବା କୁବେର ଅପ୍ଟିକାଲ ଓ ୬ଲକ୍ଷ ଟଙ୍କା ବ୍ୟୟ ବାରଦରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମିତଶ୍ରୀଶ୍ରୀ ଗୁଣ୍ଡିଚାମନ୍ଦିର ଗୋଷ୍ଟିକେନ୍ଦ୍ର କୁ ରବିବାର ରାତିରେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ, ବିଜେଡିନେତା ସୁବାଷ ଚନ୍ଦ୍ର ପାତ୍ର,ସରମ୍ପଚ ଖୋଲଣା ମାଝି,ସମିତିସଭ୍ୟ ନିହାରକାନ୍ତ ପଢ଼ିହାରି,ନାରୀନେତ୍ରୀ ଝୁନାରାଉତ, କର୍ପୋରେଟର ମିହିର କୁମାର ରାଉତଙ୍କ ସମେତ ବହୁ ବିଜେଡି ନେତା, ମହିଳା ଓ ମୂରବୀମାନେ ଉପସ୍ଥିତ ଥିଲେ।