ଗାଁକୁ ଆସୁନି ପିଇବା ପାଣି, ଶୁଣୁନାହାନ୍ତି ଅଧିକାରୀ

ଆନ୍ଦୋଳନକୁ ଓହ୍ଲାଇବେ ଗ୍ରାମବାସୀ

ଭୁବନେଶ୍ୱର,୯।୭(ଏସଏସନିଉଜ)ସାମାନ୍ୟ ଟିକେ ପାଣି ପାଇଁ ଗ୍ରାମବାସୀମାନେ ନାହିଁନଥିବା ହଇରାଣ ହରକତ ହେଲେଣି ।ଦିନେ ନୟହେଁ କି ଦୁଇଦିନ,ଏହାଭିତରେ ୧୦ଦିନ ବିତିବାକୁ ବସିଲାଣି,ତଥାପି ଅଧିକାରୀମାନଙ୍କ କୁମ୍ଭକର୍ଣ ନିଦ ଭାଙ୍ଗିବାର ନାଁଧରୁନାହିଁ ।ଏହିଭଳି ଚିତ୍ର ରାଜଧାନୀ ଉପକଣ୍ଠ ବାଲିପଡ଼ା, କଣ୍ଟୁଣିଆ ଗ୍ରାମରେ ଦେଖିବାକୁ ମିଳିଛି ।
ଗତ୧୦ଦିନହେବ ସାମାନ୍ୟ ଟିକେ ପିଇବାପାଣିପାଇଁ ନାହିଁନଥିବା ହଇରାଣ ଓ ହରକତ ଗ୍ରାମବାସୀମାନଙ୍କୁ ହେବାକୁ ପଡିଛି ।ବର୍ଷା ଲାଗିରହିଥିବାରୁ ଖାଲଖମା ସହ କେତେକ ସ୍ଥାନରେ ଗାଁ ମଧ୍ୟ ଏକ ପ୍ରକାର ଜଳବନ୍ଦୀ ସ୍ଥିତି ଉପୁଜିଛି ।ଏହିଭଳି ପରିସ୍ଥିତିରେ ଗାଁରେ ପିଇବାପାଣି ପାଇଁ ଲୋକମାନେ ହଇରାଣ ହେବା ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଦୁଇଟିଗାଁକୁ କଲ୍ୟାଣପୁର ପଞ୍ଚାୟତର ଖଇରାପଡାଠାରେ ବସିଥିବା ପାଣି ଟ୍ୟାଙ୍କରୁ ପାଣିଯୋଗାଣ କରାଯାଇଥାଏ।ଗ୍ରାମବାସୀମାନେ ଦାୟିତ୍ଵରେ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କୁ ଗାଁକୁପାଣିନଆସିବା ବିଷୟରେ ବହୁବାର ଅଭିଯୋଗ କରିଥିଲେ ସୁଦ୍ଧା ଅଦ୍ୟାବଧି ପ୍ରତିକାର କରାଯାଇପାରିନାହିଁ। ଯାହାଫଳରେ ଉଭୟ ଗ୍ରାମବାସୀ ସାମାନ୍ୟ ପାଣି ଟିକେ ପାଇଁ ନାହିନଥିବା ହଇରାଣ ହେଉଛନ୍ତି।ଗ୍ରାମବାସୀମାନଙ୍କଠାରୁ ଅଭିଯୋଗ ପାଇବା ପରେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ନଆସିବା ଘଟଣାକୁନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି।ତୁରନ୍ତ ଉଭୟଗ୍ରାମକୁ ବିଶୁଦ୍ଧପାଣି ଯୋଗାଣ କରାନଗଲେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଦାଢ଼ା ସୋସାଇଟିସଭାପତି ତଥା ବିଜେଡିନେତା ଜନକମାଝୀ ଚେତାବନୀ ଦେଇଛନ୍ତି।ଉକ୍ତ ଗ୍ରାମକୁ ଜଳଯୋଗାଣ ବାଧାପ୍ରାପ୍ତର ପକୃତ କାରଣ ଜାଣିବାପାଇଁ ଆମ ତରଫରୁ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଜେଇ ସମନ୍ଵୟା ତ୍ରିପାଠୀଙ୍କ ମୋବାଇଲ୍ ନମ୍ବର୍ ୯୯୩୮୭୯୮୦୩୦ରେ ଯୋଗାଯୋଗ  କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

 

Comments (0)
Add Comment