ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକରୁ ଚୋରି !

ପୁରୀ,୨୪।୬(ଏସଏସନିଉଜ)ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ଚୋରି ଅଭିଯୋଗ ହୋଇଛି।୧୦ ଜଣ ରାଜବୈଦ୍ୟ ଦେଇଥିଲେ ୩୧୩ ମୋଦକ।୩୧୩ଟି ମୋଦକରୁ ୭୦ଟି କମ୍ ଅଛି।ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା ମୋଦକ।ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀପ୍ରଶାସକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅନ୍ୟପଟେ ଶ୍ରୀମନ୍ଦିରରୁ ଚୋରି ହୋଇନି ଦଶମୂଳ ମୋଦକ ବୋଲିଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାରେ କହିଛନ୍ତି।ସେ କହିଛନ୍ତିକିଛିଲୋକ ନିଜ ପତିଆରା ପାଇଁ ମିଛ କହିଛନ୍ତି।ଏଭଳି ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ।ଯେଉଁମନେ ଏଭଳି କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

Comments (0)
Add Comment