ବାରଙ୍ଗ,୨୭।୬(ଏସଏସନିଉଜ) ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ରଥଯାତ୍ରା ମହା ସମାରୋହର ସହ ଅନୁଷ୍ଟିତ ହୋଇଯାଇଛି।ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ରଥଯାତ୍ରା ନନ୍ଦନକାନନ ଛକସ୍ଥିତ କାନନକ୍ଷେତ୍ରରେ ଅନୁଷ୍ଟିତ ହୋଇଯାଇଛି।ପରମ୍ପରା ଅନୁଯାୟୀ ତିନିଠାକୁରଙ୍କୁ ପହଣ୍ଡି ବିଜେ ପରେ ରାଜା ଇ.ଅଭୟ ସାମନ୍ତରାୟ ଆସି ଛେରା ପହଁରା କରିଥିଲେ।ଏହାପରେ ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ଭୋଗହାଣ୍ଡି ଥାନାରୁ ବିରାଟ ପଟୁଆରରେ ଆସି ତିନିଠାକୁରଙ୍କୁ ସମର୍ପଣ କରାଯିବା ପରେ ରଥଟଣା
ଆରମ୍ଭ ହୋଇଥିଲା।ମନ୍ଦିରକମିଟି ସଭାପତି ତଥା ବିଜେଡିନେତା ସୁବାଷ ଚନ୍ଦ୍ର ପାତ୍ର ଏହାକୁ ପରିଚାଳନା କରିଥିବା ବେଳେ ନନ୍ଦନକାନନ ଥାନାର ପ୍ରତ୍ୟକ୍ଷ ତତ୍ବାବଧାନରେ ରଥ ଟଣାଯାଇଥିଲା।ରାତି ସାଢ଼େ ୭ଟା ସୁଦ୍ଧା ରଘୁନାଥପୁର ଗ୍ରାମମୁଣ୍ଡ ମାଉସୀମା ମନ୍ଦିରରେ ରଥ ପହଞ୍ଚିଥିଲା।ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ,ବିଜେପି ନେତା ଗୋଲେଖ ମହାପାତ୍ରଙ୍କ ସମେତ ବହୁ ରାଜନେତା ଆସି ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିଥିଲେ।