Browsing category

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଅଟକାଇଲେ ମହିଳା

ଭୁବନେଶ୍ବର,୯ା୭(ଏସଏସନିଉଜ) ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇଲେ ମହିଳାାମହିଳାଜଣଙ୍କ ରସୁଲଗଡ଼ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଆଗକୁ ପଶି ଆସିଥିଲେ ।ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍‌କେଡ୍‌ାମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍‌କେଡ୍ ଗଲାାତେବେ ମହିଳା ଜଣକ କିଏ ଏବଂ କାହିଁକି ଅଟକାଇଲେ , ତାହା ସ୍ପଷ୍ଟ ଜଣାପଡ଼ିନିା

ହାଇକୋର୍ଟରେ ରିଟ୍ ପିଟିସନ ଦାଏର କଲେ ଏଲିନା

ଭୁବନେଶ୍ୱର,୪।୭(ଏସଏସନିଉଜ)ଯାଜପୁରର ବଲେ ବଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟରେ ରିଟ୍ ପିଟିସନ ଦାଏର କଲେ ଏଲିନାାପିଟିସନ ଦାଏର ପରେ ଏଲିନାଙ୍କ ଓକିଲଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଢାବା ସହ ଏଲିନା କିମ୍ବା ପରିବାର ଲୋକଙ୍କ ସମ୍ପର୍କ ନାହିଁ’ା ମିଥ୍ୟା ଖବର ଦ୍ବାରା ଏଲିନାଙ୍କ ସମ୍ମାନ ହାନି ହୋଇଛି ।ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ଓ ଘଟଣାର ତଦନ୍ତ ପାଇଁ ପିଟିସନ୍ ଦାଖଲ ହୋଇଛି ବୋଲି ଓକିଲ କହିଛନ୍ତି ।  

ଭୁବନେଶ୍ବରରେ ଜଷ୍ଟିସ ଅରଜିତ ପଶାୟତ

ଭୁବନେଶ୍ୱର,୪।୭(ଏସଏସ ନିଉଜ)ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ହେଉଛନ୍ତି ଜଷ୍ଟିସ ପଶାୟତାରତ୍ନଭଣ୍ଡାର ଖୋଲିବା ତାରିଖ ସରକାର ସ୍ଥିର କରିବେ ।ସରକାର ତାରିଖ ସ୍ଥିର କରିବା ପରେ ଖୋଲିବ ରତ୍ନଭଣ୍ଡାର ବୋଲି କହିଛନ୍ତି ।ଏହାପରେ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା କମ୍ ଥିବାର ଅନୁମାନ କରାଯାଉଛି ।  

ଲୋକସେବା ଭବନରେ ବିଦ୍ଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୭(ଏସଏସ ନିଉଜ) ଲୋକସେବା ଭବନରେ ବିଦ୍ଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀାଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ ଓ ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ ।ଏହାସହସରକାରୀ କାର‌୍ୟ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବାବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ ହେବାବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ କରିଡରରେ ଓଡ଼ିଆ ଅସ୍ମିତାର ଝଲକ

ଭୁବନେଶ୍ୱର,୪।୭(ଏସଏସ ନିଉଜ) ଲୋକସେବା ଭବନରେ ଲାଗିଲା ନୂଆ ନାମଫଳକ। ସରକାର ବଦଳିବା ପରେ ନୂଆକରି ଯେଉଁମାନେ ମନ୍ତ୍ରୀ ହେଲେ ତାଙ୍କ କାର୍ଯ୍ୟାଳୟରେ ଓଡିଆରେ ନାମଫଳକ ଲାଗିଛି। ଯେଉଁଥିରେ ସମ୍ବଲପୁରୀ ଶାଢିର ଧଡ଼ି ଆକୃତିରେ ସଜା ଯାଇଛି। ମନ୍ତ୍ରୀଙ୍କ କରିଡରରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି ।

ହେମନ୍ତ ସୋରେନ ପୁଣିଥରେ ଧରିବେ ଝାଡଖଣ୍ଡର ମଙ୍ଗ!

ଭୁବନେଶ୍ୱର,୩ା୭(ଏସଏସନିଉଜ) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଲେ ଚମ୍ପଇ ସୋରେନ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାରସନ୍ଧ୍ୟାରେ ରାଜଭବନରେପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଚମ୍ପଇସୋରେନ। ଏହାସହ ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନୂଆ ସରକାରଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି। ଏହାସହ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମଙ୍ଗଧରିବା ଏକପ୍ରକାର ସ୍ପଷ୍ଟ ହୋଇଛିାଜେଏମଏମ ନେତୃତ୍ୱାଧୀନ ମେଣ୍ଟର ବିଧାୟକଦଳ ବୈଠକରେ ହେମନ୍ତଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ବିଧାୟକ ପୁଣିଥରେ […]

ଅଧକ୍ଷାଙ୍କୁ ଶୁଭେଛା ଜଣାଇଲେ ପୁରୁଣାଛାତ୍ର

ବାରଙ୍ଗ, ୨।୭(ଏସଏସନିଉଜ) ସୋମବାରଦିନ ବାରଙ୍ଗ କୁଞବିହାରୀମହାବିଦ୍ୟାଳୟର ଅଧକ୍ଷଭାବେ ଲିପିପୁଷ୍ପାନାୟକ ଦାୟିତ୍ୱ ଗ୍ରହଣ କରିବାପରେ ମଙ୍ଗଳବାରଦିନ ଛାତ୍ରୀଛାତ୍ରମାନଙ୍କ ତରଫରୁ ତାଙ୍କୁ ଶୁଭେଛା ଜଣାଯାଇଛି ।୩୩ତମ ଅଧକ୍ଷାଭାବେ ସେ ଯୋଗଦେଇଥିବାରୁ ମହାବିଦ୍ୟାଳୟ ଉନ୍ନତି ପାଇଁ ତାଙ୍କ ଉଦ୍ୟମ ରହିବ ବୋଲି କହିଛନ୍ତି ।ଅନ୍ୟପଟେ ମଙ୍ଗଳବାରଦିନ ପୁର୍ବତନ ଛାତ୍ର ତଥା ୫ପଂଚାୟତ ବିଜେପିନେତା ଅଜିତସାସମଲଙ୍କ ନେତୃତ୍ୱରେ କିଛିଛାତ୍ର ଅଧକ୍ଷାଙ୍କୁଭେଟି ଶୁଭେଛା ଜଣାଇଛନ୍ତି ।

ନୂଆଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା

  ଭୁବନେଶ୍ୱର,୨୮।୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ […]

ଭବାନୀପାଟଣାରେ ତେଜିଲା ବିଜେଡ଼ି କନ୍ଦଳ

ଭବାନୀପାଟଣା ,୨୮ା୬(ଏସଏସନିଉଜ) ଭବାନୀପାଟଣା ପୌରପାଳିକାରେ ତେଜିଲା ବିଜେଡ଼ି କନ୍ଦଳାପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କୁ ହଟାଇବାକୁ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି କାଉନସିଲର । ଅନାସ୍ଥା ପ୍ରସ୍ତାବ ନୋଟିସ ନେଇ ଫେରାଦ ହୋଇଛନ୍ତି ସମସ୍ତ ୨୦କାଉନସିଲର ।ଏଥିରେ ବିଜେଡ଼ିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲର ରହିଛନ୍ତି ।ବିଜେଡ଼ି ଟିକେଟରେ ଜିତିଥିବା ପୌରାଧ୍ୟକ୍ଷାଙ୍କୁ ହଟାଇବାକୁ ଏକାଠି ହୋଇଛନ୍ତି କାଉନସିଲର

ରଥଯାତ୍ରା ପାଇଁ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୮ା୬(ଏସଏସନିଉଜ)ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ାମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।୩୧୫ ସ୍ପେଶାଲ ଟ୍ରେନ୍ ଚାଲିବ , ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବା୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ କହିଲେ ରେଳ ମନ୍ତ୍ରୀା