Browsing category

ରାଜନୀତି

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର

ପୁରୀ, ୨୮।୬(ଏସଏସନିଉଜ) ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ସର୍କିଟ ହାଉସଠାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବା ପରେ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଗାଡି […]

ମନୋଜଆହୁଜା ହେଲେ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୮।୬(ଏସଏସନିଉଜ) କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନସଚିବ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

ରାଜ୍ୟରେ ହୋଇପାରେ କଲେଜ ନିର୍ବାଚନ

ଭୁବନେଶ୍ଵର,୨୭।୬(ଏସଏସନିଉଜ)ରାଜ୍ୟରେ ହୋଇପାରେ ଛାତ୍ରସଂସଦ ନିର୍ବାଚନ।ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି। ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି, ରାଜ୍ୟରେଛାତ୍ରସଂସଦ  ନିର୍ବାଚନର ଯଥାର୍ଥତା ରହିଛି।ଏନେଇ ବିଚାର ବିମର୍ଶ ଚାଲିଛି ।ସରକାର ଯାହାବି  ନିଷ୍ପତିନେବେସମାଜର ସକାରାତ୍ମକଦିଗକୁ ଦୃଷ୍ଟିରେ ରଖ୍ ନିଷ୍ପତି  ନବେ।ଛାତ୍ରସଂଗ୍ରଠନ ଦାବି ମହତ୍ତ୍ଵ ତେବେ ଯାହା ଠିକ୍ ହେବ,ସରକାର ନିଷ୍ପତ୍ତି ନେବେ ନେବେ। ୨୦୧୭ରେ ଛାତ୍ରସଂସଦ ନିର୍ବାଚନ ରାଜ୍ୟରେ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେ ବେଳେ ହିଂସାଭଳି ବିଭିନ୍ନ […]

ଧୀରେ ଚଲାନ୍ତୁ ଗାଡି

ବାରଙ୍ଗ,୨୬।୬ (ଏସଏସନିଉଜ)ଧିରେଧିରେ ଏବେ ମୌସୁମୀ ଜନିତ ବର୍ଷା ହେବାକୁ ଆରମ୍ଭ କଲାଣି।ସାମାନ୍ୟ ବର୍ଷାରେ ରାସ୍ତାପାର୍ଶ୍ଵରେ ଆଣ୍ଠୁଏ ପାଣି ଜମି ରହୁଛି।ଗୋଟେପଟେ ରାସ୍ତାକଡରେ ବାଲି ଜମି ରହୁଥିବାବେଳେ ବର୍ଷାପାଣି ଜମି ରହିବାରୁ ଯାତାୟତରେ ବାଧକ ଦେଖାଦେଇଛି।ଯାହାଫଳରେ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି।ଏହିଭଳି ଦୃଶ୍ୟ ବାରଙ୍ଗ ଅଂଚଳର ବିଭିର୍ଣ ଜାଗାରେ ଦେଖିବାକୁ ମିଳିଛି।ତ୍ରିଶୂଳିଆ ବଜାରରେ ଟ୍ରାଫିକ ଛକ ଉପରେ ବର୍ଷାପାଣି ଜମି ରହିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାରେ ଲୋକମାନେ ଚାଲିକି ଯିବା ତ ତୁର […]

ଝୁଲିକି ଅଛି ରେଳସୁରକ୍ଷା ବାଡ଼

ବାରଙ୍ଗ,୨୬।୬(ଏସଏସନିଉଜ) କଣ୍ଟାପାଟଣା ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାର୍ଶ୍ଵରେ ଥିବା ରେଳ ଅଣ୍ଡର ପାସ ପୂର୍ବରୁ ରହିଥିବା ସୁରକ୍ଷା ବାଡ଼କୁ ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଗାଡ଼ି ଧକ୍କାରେ ସୁରକ୍ଷା ବାଡ଼ଟି ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢ଼ଳି ହୋଇ ରହିଥିବାର ଦେଖିବାକୁ ମିଳିଛି।ଯାହାଫଳରେ ଏହି ବାଟଦେଇ ଯାତାୟତ କରୁଥିବା ଜନସାଧାରଣ ଏବଂ ଯାନବାହନ ପ୍ରତି ବିପଦ ସୃଷ୍ଟି କରୁଛି। ରେଳ ଅଣ୍ଡର ପାସ ତଳେ ଅଧିକ ଉଚ୍ଚତା ଥିବା […]

ଶାଗ ପଖାଳ ଖାଇଲେ ,ଲୋକଙ୍କ କଥା ବୁଝିଲେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ […]

ନିଆରା ଜନ୍ମଦିନ ପାଳନ

  ବାରଙ୍ଗ,୨୨।୬(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଦଢ଼ା ପଂଚାୟତର ବ୍ୟୟଜେଷ୍ଟ ମୁରବି ତଥା ବିଜେଡିର କୃଷକ ନେତା ଭଗବାନଜେନା ତାଙ୍କ ଜନ୍ମଦିନକୁ ନିଆରା ଭାବେ ପାଳନ କରିଛନ୍ତି।୮୯ବର୍ଷରେ ପଦାର୍ପଣ କରିଥିବା ଜେନା ଶନିବାରଦିନ ଜନ୍ମଦିନ ଅବସରରେ ତାଙ୍କ ଘରପାଖ ରାସ୍ତାକଡ଼ରେ ବିଭିର୍ଣ ପୁଷ୍ପ ଓ ଫଳ ପ୍ରଦାନକାରି ବୃକ୍ଷ ଲଗାଇ ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିପାଇଁ ଆଵଶ୍ୟକତା ଥିବାର ବାର୍ତା ଦେଇଛନ୍ତି।ନିରାଡ଼ମ୍ବର ଭାବେ ପାଳନ କରିଥିବା ଏହି ଜନ୍ମଦିନରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ […]

ନୂଆ ବାଚସ୍ପତି ହେଲେ ସୁରମାପାଢ଼ୀ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ଓଡ଼ିଶାର ସପ୍ତଦଶ ବିଧାନସଭାର ନୂଆବାଚସ୍ପତି ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗାରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ […]

ଏଟିଏମ୍‌ରୁ ବାହାରିବ ଚାଉଳ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ରାଜ୍ୟରେ ନୂଆ ସରକାର ଆସିବ ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି।କଣ୍ଟ୍ରୋଲଚାଉଳ ଆଣିବା ପାଇଁ ଏଣିକି ଦୋକାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ାହେବାକୁ ପଡ଼ିବ ନାହିଁ। ଏଟିଏମ୍‌କୁ ଗଲେ ଚାଉଳ ନେଇକି ଆସିବେ। ‌ଏଟିଏମ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ରାଜ୍ୟ ସରକାର ଏଭଳିବ୍ୟବସ୍ଥା କରିବାକୁ ଯାଉଛନ୍ତି। ସେହିପରି ନିର୍ବାଚନସମୟରେ ଘୋଷଣା ଅନୁସାରେ ଚଳିତ ଖରିଫଋତୁରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]

ତ୍ରିଲୋଚନମହାନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ

ଭୁବନେଶ୍ୱର,୧୮ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଦୁଇମାସ ତଳେ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। କିଛିମାସ ମଧ୍ୟରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ।ବିଶେଷ କରି ନିର୍ବାଚନ ସମୟରେ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିରପେକ୍ଷ ହୋଇ କାମ କରି ପ୍ରଶଂସିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ […]