Browsing category

ରାଜନୀତି

ତାରାଙ୍କ କ୍ଷୋଭ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ ତାରା କ୍ଷୋଭ ପ୍ରକାସ କରିଛନ୍ତି ।ସେକହିଛନ୍ତି ଏତେ ପୁରୁଣା ଦଳ, କଂଗ୍ରେସ ନେତା ବଛା ହୋଇପାରୁ ନାହିାଁଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରିବିାମତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିାଁଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନିାମୁଁ ପିସିସି ସଭାପତିଙ୍କୁ ପଚାରିଥିଲି, କହିଲେ ମୋତେ ନିର୍ଦ୍ଦେଶ ଆସିନିା

ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ଏକ ଜମି ମାପଚୁପକୁ ବିରୋଧ କରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ମଧୁପୁର ଗାଁର ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୯(ଆଇପିସି ଦଫା ୩୦୭)ରେ ମାମଲା ରୁଜୁ କରାଯାଇଛି। ଗିରଫଦାରୀ ବଢ଼ିବା ଡରରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ୧୦ ତାରିଖ ଦିନ ଏହି ଗଣ୍ଡଗୋଳ ଘଟିଥିଲା। ମଧୁପୁର ଗାଁ ମୁଣ୍ଡରେ ରଞ୍ଜନ ମହାପାତ୍ରଙ୍କର […]

ପୀତାମ୍ବରଆଚାର୍ଯ୍ୟହେଲେ ଆଡଭୋକେଟ୍ ଜେନେରାଲ

ଭୁବନେଶ୍ବର, ୧୯ା୭(ଏସଏସନିଉଜ) ରାଜ୍ୟ ସରକାର ଓଡ଼ିଶା ହା‌ଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବରଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ପୀତାମ୍ବର ଆଚାର୍ଯ୍ୟ ହୋଇଛନ୍ତି ଆଡଭୋକେଟ୍ ଜେନେରାଲ ‌ହୋଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ରାଜ୍ୟ ଆଇନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା […]

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ସାମଗ୍ରୀ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ରାଜରାଜୁଡ଼ା ଅମଳର ଯୁଦ୍ଧସାମଗ୍ରୀ ମିଳିଥିବାନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ […]

ଆସନ୍ତାକାଲି ବିଜେଡ଼ି ବିଧାୟକଦଳର ବୈଠକ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ଆସନ୍ତାକାଲି ସନ୍ଧ୍ୟା ସାଢେ଼ ୫ଟା ଶଙ୍ଖ ଭବନରେ ବିଜେଡ଼ି ବିଧାୟକଦଳର ବୈଠକ ବସିବ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଆଗାମୀ ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି ।ଅନ୍ୟପଟେବିଜେଡି ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଛି ।ନବୀନ ନିବାସରେ ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦମାନେ ଉପସ୍ଥିତରହିଥିବାବେଳେ ସଂସଦ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବାର ଜଣାପଡିଛି ।

ପୁରୀରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀବୈଠକ ଅନୁଷ୍ଠିତହୋଇଯାଇଛି ।ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ୩ ପ୍ରଭାରୀ ଯୋଗ ଦେଇଥିଲୋମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମନ୍ତ୍ରିପରିଷଦ ସଦସ୍ୟ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ , ଧର୍ମେନ୍ଦ୍ର ପ୍ରଧାନ , ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାପ୍ରମୁଖ ଉପସ୍ଥିତ ଥିଲେ ।ଏହାପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ‌ଜଗତ ପ୍ରକାଶ ନଡ୍ଡା। ମହାପ୍ରଭୁଙ୍କ ଦର୍ଶନ ସହିତ କଲେ ରଥ ପରିକ୍ରମା କରିଥିଲେ ।

ବଡ ବଜେଟ୍ ଆଣୁଛନ୍ତି ମୋହନ ସରକାର

ଭୁବନେଶ୍ବର, ୧୮ା୭(ଏସଏସନିଉଜ)ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ କରିବା ପରେ ଆସନ୍ତା ୨୫ ତାରିଖରେ ବଜେଟ୍ ଆଣିବାକୁ ଯାଉଛି ମୋହନ ସରକାର। ଏଥର ଓଡିଶା ବଜେଟ୍ ଆକାର ଛୁଇଁପାରେ ୩ ଲକ୍ଷ କୋଟି।ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି। ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି।ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥର ଅଧିବେଶନରେ ମୋହନ ସରକାର ନିଜର […]

ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣା

ଭୁବନେଶ୍ବର, ୧୮ା୭(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ପଦ୍ମକେଶରୀପୁର ଗ୍ରାମରେ ୬ତାରିଖରାତିରେ ସୁଧକାରବାରକୁନେଇ ପୁଣିଥରେ ଅଶଆନ୍ତ ହୋଇପଡିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।ତଳ ଓ ଉପରସାହି ଦୁଇଗୋଷ୍ଠି ମଧ୍ୟରେ ଛକାପନ୍‌ଝା ହୋଇ ପଥର, ଇଟା, ବୋତଲ ପକାପକି ଆରମ୍ଭ ହୋଇଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ନାକେଦମ ହେବାକୁ ପଡିଥିଲା ।ପୋଲିସ ତୁରନ୍ତ ଗାଁରେ ଫ୍ଲାଗ ମାର୍ଚ କରିଥିଲା ।ପରବର୍ତିସମୟରେ ଗାଁରେ ଅବସ୍ଥା ସ୍ୱାଭାବିକ ହୋଇଥିଲ।। ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ […]

ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ- ଗଜପତି

ପୁରୀ, ୧୮ା୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ।ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ ଓ କେବେ ମରାମତି ହୋଇଥିଲା , କେହି ଜାଣନ୍ତିନି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ […]

ପୁଣି ବଡ଼ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ପୁଣି ବଡ଼ଧରଣର ରେଳ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । […]