Browsing category

ରାଜନୀତି

ବିବାହ କଲେ ନବୀନଙ୍କ ପୁତୁରା

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ବାହାହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ।କିଛିଦିନ ତଳେ ଓଡ଼ିଶା ଆସିଥିଲେ, ନବୀନଙ୍କ ପରେ ବିଜେଡ଼ିର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଥିଲାା

କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଦାୟିତ୍ଵ ଗ୍ରହଣପରେ ଆଜି ପ୍ରଥମଥରପାଇଁ କଟକ ଗସ୍ତକରି ପୂଜ୍ୟ ପୂଜାର ଧାରା ଜାରୀ ରଖିଛନ୍ତି।କଟକର ଓଡ଼ିଆ ବଜାରଠାରେ ନେତାଜୀ ଜନ୍ମପୀଠ ପରିଦର୍ଶନକରି ସେ ନେତାଜୀ ସୁବାସଚନ୍ଦ୍ରବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେନେତାଜୀ ଙ୍କ ଜନ୍ମ ସ୍ଥାନ କୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ […]

ମାଟିରେ ମିଶିଲା ଜଗନଙ୍କ ବାସଭବନ!

ଭୁବନେଶ୍ୱର,୧୭।୬(ଏସଏସନିଉଜ)ମାଟିରେ ମିଶିଯାଇଛି ଜଗନଙ୍କ ବାସଭବନ।ବୁଲଡୋଜର ବୁଲିଛି ଓ ଘର ମଧ୍ୟ ଭାଙ୍ଗି ତାଡ଼ି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବାସଭବନରେ ବୁଲିଲା ବୁଲଡୋଜର। ବେଆଇନ ଭାବେ ଘର ନିର୍ମାଣକୁ ନେଇ ଗ୍ରେଟର ହାଇଦ୍ରାବାଦ ମୁନସିପାଲ କର୍ପୋରେସନ ବା ଜିଏଚଏମସି ଜଗନଙ୍କ ଘରକୁ ଭାଙ୍ଗି ଧୂଳିସାତ କରିଛି। ଯାହାକୁ ନେଇ ଆନ୍ଧ୍ର ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬ (ଏସଏସନିଉଜ) ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ିଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମନ୍ତ୍ରୀଙ୍କୁ ଭେଟିଲେ ଅବକାରୀ ଅଧିକାରୀସଂଘ

ଭୁବନେଶ୍ୱର,୧୭।୬(ଏସଏସନିଉଜ)ଆଜି ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତା ମାନେ ଅବକାରୀମନ୍ତ୍ରୀ ପୃଥ୍ୱୀରାଜହରିଚନ୍ଦନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଏବଂ ଏହି ସମୟରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତତ୍ପରତାର ସହିତ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ମଧ୍ୟ […]

ଗାଡ଼ିଅଟକାଇ କୁନିଝିଅ ହାତରୁ ଫୁଲତୋଡ଼ାନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାସ୍ତାରେ ଗାଡ଼ି ଅଟକାଇ କୁନି ଝିଅ ହାତରୁ ଫୁଲ ତୋଡ଼ା ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ରାଜ୍ୟ ସଂଗ୍ରହାଳୟକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ରାସ୍ତାକଡ଼ ରେ ଛିଡ଼ା ହୋଇଥିଲା କୁନି ଝିଅ।ଅନ୍ୟପଟେ ରଜ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା।ପହିଲି ରଜରେ ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ।Xରେ ପୋଷ୍ଟ କରି ରାଜ୍ୟବାସୀଙ୍କୁ […]

ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ନେଇ ପୃଥ୍ୱୀରାଜଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର।ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନେତାମାନେ ମଧ୍ୟ ଶପଥ ନେଇସାରିଛନ୍ତି।କାହାକୁ କେଉଁ ଦାୟିତ୍ୱ ମିଳିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।କାହାକୁ କେଉଁ ବିଭାଗ ମିଳିବ ନିଷ୍ପତି ସରିଛି ବୋଲି କହିଛନ୍ତି ପୃଥ୍ୱୀରାଜ।କୌଣସି ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଅଫିସରୁ ଲିଷ୍ଟ ଆସିପାରେ ବୋଲି କହିଛନ୍ତି।

ସୁରନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ବରିଷ୍ଠ ରାଜନେତା ସୁର ନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଭୁବନେଶ୍ବର ବାସଭବନରେ ଭେଟିବା ସହ ସୁରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ବିଶ୍ବଭୂଷଣ ।

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଭୁବନେଶ୍ୱର,୧୨ା୬(ଏସଏସନିଉଜ) ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି ।ତାଙ୍କସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଓ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର ନାଜିଛି । ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ମଙ୍ଗଳ ଆଳତି ପରେ ଖୋଲାଯିବ । ମନ୍ତ୍ରୀମାନଙ୍କ ଉପସ୍ଥିତିରେ ୪ ଦ୍ୱାର ଖୋଲାଯିବ ବୋଲି କ୍ୟାବିନେଟ୍ ବୈଠକ […]

ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୬(ଏସଏସନିଉଜ) ଶେଷ ହେଲା ସସପେନ୍ସ । ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ନେବେ ଶପଥ । ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓଙ୍କନାମ ଘୋଷଣା କଲେ ରାଜନାଥ ସିଂହ । ବିଧାୟକ ଦଳ ନେତା […]