ଭୁବନେଶ୍ବର, ୧୮ା୭(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ପଦ୍ମକେଶରୀପୁର ଗ୍ରାମରେ ୬ତାରିଖରାତିରେ ସୁଧକାରବାରକୁନେଇ ପୁଣିଥରେ ଅଶଆନ୍ତ ହୋଇପଡିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।ତଳ ଓ ଉପରସାହି ଦୁଇଗୋଷ୍ଠି ମଧ୍ୟରେ ଛକାପନ୍ଝା ହୋଇ ପଥର, ଇଟା, ବୋତଲ ପକାପକି ଆରମ୍ଭ ହୋଇଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ନାକେଦମ ହେବାକୁ ପଡିଥିଲା ।ପୋଲିସ ତୁରନ୍ତ ଗାଁରେ ଫ୍ଲାଗ ମାର୍ଚ କରିଥିଲା ।ପରବର୍ତିସମୟରେ ଗାଁରେ ଅବସ୍ଥା ସ୍ୱାଭାବିକ ହୋଇଥିଲ।। ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ।କେନ୍ଦ୍ରାପଡା ଓ ମୟୂରଭଞ୍ଜରେ ଚଢ଼ାଇ କରି ୨ ଜଣଙ୍କୁ ଧରିଲା ପୋଲିସ।ସେମାନେ ହେଲେ ମଝିସାହିର କାଳୁ ଓରଫ ତ୍ରିଭେନ୍ଦ୍ରମଦାସ ଓ ତଳସାହିର ସୁବ୍ରତଦାସ ।ତେବେସୁଧ କାରବାର କରୁଥିବା ବ୍ୟକ୍ତିଙ୍କୁ ଛଡ଼ା ଯିବନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।