ପିଲାମାନଙ୍କ ଏନପିଏସ ବାତ୍ସଲ୍ୟ ଯୋଜନା

ପୁରୀ,୨୪ା୭(ଏସଏସନିଉଜ)ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ। କେନ୍ଦ୍ର ସରକାର ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ଏନପିଏସର ଘୋଷଣା କରିଛନ୍ତି। ଏହି ସ୍କିମର ନାଁ ‘ଏନପିଏସ ବାତ୍ସଲ୍ୟ’ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଭାଷଣରେ ଏହାର ଘୋଷଣା କରିଛନ୍ତି। ଏନପିଏସ ବା ନ୍ୟାଶନାଲ ପେନସନ୍ ସ୍କିମ। ଏନପିଏସ୍ ବାତ୍ସଲ୍ୟ ଯୋଜନାର ପରିକଳ୍ପନା ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି। ଏହି ଯୋଜନାରେ ମାତା-ପିତା ଏବଂ ଅଭିଭାବକ ନିଜ ପିଲାମାନଙ୍କ ପାଇଁ ଆକାଉଣ୍ଟ ଖୋଲି ଯୋଗଦାନ କରିବେ। ଏହା ଯୋଜନା ଦ୍ବାରା ପିଲାମାନଙ୍କ ଆର୍ଥିକ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ। ଏହାହେଉଛି ଏନପିଏସ୍ ଏକ ଟ୍ୟାକ୍ସ ସେଭିଙ୍ଗ ସ୍କିମ ।ଏନପିଏସରେ ଦୁଇ ପ୍ରକାରର ଆକାଉଣ୍ଟ ରହିଛିା ଏହି ସ୍କିମ ପୂର୍ବରୁ କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା ।୨୦୦୯ ପରେ ଏହାକୁ ପ୍ରାଇଭେଟ ସେକ୍ଟରର କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଥିଲାାମାତା-ପିତା ନିଜ ପିଲାଙ୍କ ନାଁରେ ଏନପିଏସ ଆକାଉଣ୍ଟ ଖୋଲିପାରିବେ । ପିଲାଙ୍କ ବୟସ ୧୮ ହେବା ପରେ ଆକାଉଣ୍ଟ ନିୟମିତ ଏନପିଏସରେ ପରିବର୍ତ୍ତିତ ହୋଇଯିବ ।୧୮ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତି ନିଜର ଏନପିଏସ୍ ଆକାଉଣ୍ଟ ଦେଶର କୌଣସି ବ୍ୟାଙ୍କରେ ଖୋଲିପାରିବେ ।୬୦ ବର୍ଷ ପରେ ନିବେଶକଙ୍କୁ ରାଶିର କିଛି ଅଂଶ ମିଳିଥାଏ ।ଆଉ ଦ୍ବିତୀୟ ଅଂଶ ଭାବେ ପେନସନ୍ ମିଳିଥାଏ ।ଏପର୍ୟ୍ୟନ୍ତ କୌଣସି ଅପ୍ରାପ୍ତବୟସ୍କ ଏହି ଯୋଜନାରେ ନିବେଶ କରିପାରୁନଥିଲେ ।ଏବେ ବାତ୍ସଲ୍ୟ ନାଁରେ ପିଲାମାନଙ୍କର ଆକାଉଣ୍ଟ ଖୋଲିପାରିବେ ମାତା-ପିତା ।ଏହି ଯୋଜନାରେ ଟିୟର-୧ ଓ ଟିୟର-୨ ଆଧାରରେ ନିବେଶ କରାଯାଇପାରିବ । ଟିୟର-୧କୁ ରିଟାୟରମେଣ୍ଟ ଆକାଉଣ୍ଟ ଏବଂ ଟିୟର-୨କୁ ଭଲ୍ୟୁଣ୍ଟିୟର ଆକାଉଣ୍ଟ କୁହାଯାଏ । ରିଟାୟରମେଣ୍ଟ ଆକାଉଣ୍ଟରେ ସର୍ବନିମ୍ନ ୫୦୦ ଟଙ୍କା ନିବେଶ କରିହେବ ।ଭଲ୍ୟୁଣ୍ଟିୟର ଆକାଉଣ୍ଟରେ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରିପାରିବୋ

 

 

Comments (0)
Add Comment