Browsing category

ରାଜନୀତି

ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣା

ଭୁବନେଶ୍ବର, ୧୮ା୭(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ପଦ୍ମକେଶରୀପୁର ଗ୍ରାମରେ ୬ତାରିଖରାତିରେ ସୁଧକାରବାରକୁନେଇ ପୁଣିଥରେ ଅଶଆନ୍ତ ହୋଇପଡିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।ତଳ ଓ ଉପରସାହି ଦୁଇଗୋଷ୍ଠି ମଧ୍ୟରେ ଛକାପନ୍‌ଝା ହୋଇ ପଥର, ଇଟା, ବୋତଲ ପକାପକି ଆରମ୍ଭ ହୋଇଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ନାକେଦମ ହେବାକୁ ପଡିଥିଲା ।ପୋଲିସ ତୁରନ୍ତ ଗାଁରେ ଫ୍ଲାଗ ମାର୍ଚ କରିଥିଲା ।ପରବର୍ତିସମୟରେ ଗାଁରେ ଅବସ୍ଥା ସ୍ୱାଭାବିକ ହୋଇଥିଲ।। ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ […]

ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ- ଗଜପତି

ପୁରୀ, ୧୮ା୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ।ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ ଓ କେବେ ମରାମତି ହୋଇଥିଲା , କେହି ଜାଣନ୍ତିନି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ […]

ପୁଣି ବଡ଼ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ପୁଣି ବଡ଼ଧରଣର ରେଳ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । […]

ଏସସିବିରେ ବିବାଦ

କଟକ,୧୭ା୭(ଏସଏସନିଉଜ) ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ ଘଟଣାରେ ହାଉସ ସର୍ଜନ ଆନ୍ଦୋଳନ ଜାରି ରଖିଛନ୍ତି।ତେବେ ଏହି ବିବାଦ ପ୍ରସଙ୍ଗରେ ହାଉସ୍ ସର୍ଜନଙ୍କକାର୍ଯ୍ୟବନ୍ଦକୁ ସମର୍ଥନ କରିଛନ୍ତି ଡାକ୍ତର ଛାତ୍ର ସଂଘ, ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ।ଜରୁରୀ ସେବାକୁ ଛାଡ଼ିଦେଲେ ଚିକିତ୍ସା କାମରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ୨୫୦ ହାଉସ ସର୍ଜନ। ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହୋଉଛି।ଅନ୍ୟପଟେ […]

ମହାପ୍ରଭୁଙ୍କ ସୁନାବେଶ ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

ପୁରୀ, ୧୭ା୭(ଏସଏସନିଉଜ) ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାୀବେଶ ଅନୁଷ୍ଠିତ ହୋଇଛି। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ବର୍ଷକ […]

ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ

ଭୁବନେଶ୍ୱର,୧୭/୭(ଏସଏସନିଉଜା) ବିଧାନସଭାରେ ଦୃଢ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ lନିର୍ବାହ ପାଇଁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଯୋଜନା କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ବିଜେଡି ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ। ଯେଉଁସବୁ ବିଧାୟକମାନଙ୍କୁ ଯେଉଁ ବିଭାଗ ଦିଆଯାଇଛି ତାହା ଉପରେ ନିଘା ରଖିବାକୁ କୁହାଯାଇଛି । ନୂଆ ତରିକାରେ ବିଜେଡ଼ି ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ : ରାଜସ୍ୱ ଓ […]

ଆଉ ଦିନେ ଦିନ ଧାର୍ଯ୍ୟ କରି ଖୋଲିବୁ- ମୁଖ୍ୟ ପ୍ରଶାସକ

ପୁରୀ,୧୪ା୭(ଏସଏସନିଉଜ)ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର ।ଭିତରଭଣ୍ଡାର ଅଳଙ୍କାର ଆଜି ଖୋଲାଯାଇପାରିଲାନି, ଆଉଦିନେ ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟପ୍ରଶାସକ ଅରବିନ୍ଦପାଢ଼ୀ ।ସେକହିଛନ୍ତି ବାହାରଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣକାମ ବହୁତସମୟ ଲାଗିଗଲା ।କାଲି ବାହୁଡ଼ାଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି ।ବାହୁଡ଼ା,ସୁନାବେଶ ସରିବାପରେ ଆଉଦିନେ ନିର୍ଦ୍ଧାରଣ କରାଯିବବୋଲି କହିଲେ ।ଦିନନିର୍ଦ୍ଧାରଣ କରାଯାଇ ସେହିଦିନ ଭିତରଭଣ୍ଡାର ଖୋଲିବୁବୋଲି କହିଲେ ।ତାଲାଭାଙ୍ଗି ଭିତର ରତ୍ନଭଣ୍ତାର ଖୋଲାଗଲା ।ତେବେ ଭିତର ରତ୍ନଭଣ୍ଡାର ତାଲା ଚାବିରେ ନଖୋଲିବାରୁ ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତରଭଣ୍ଡାର ଖୋଲାଗଲା ।ସବୁ ଅଳଙ୍କାରକୁ […]

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ପୁରୀ,୧୪ା୭(ଏସଏସନିଉଜ) ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟି ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଛି ରତ୍ନଭଣ୍ଡାର । ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯାଇଛନ୍ତି । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ, ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ […]

ରାତିପାହିଲେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ,୧୩ା୭(ଏସଏସନିଉଜ)ସବୁ ପ୍ରତୀକ୍ଷାର ଅନ୍ତ ଘଟି ରାତି ପାହିଲେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଂଜୁର କରିଛନ୍ତି । ସ୍ନେକ୍ ହେଲପଲାଇନ୍ ଓ ମେଡିକାଲ ଟିମ୍ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ […]

ବିଜେପି ନେତା ହେଲେ ଫାଓର ସଭାପତି

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ସମୀର ଦେ ହେଲେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ନୂଆ ସଭାପତି ାପୂର୍ବରୁ ଦେବାଶିଷ ସାମନ୍ତରାୟ ଥିଲେ ସଭାପତି ।ପୂର୍ଵପରି ଆଶୀର୍ବାଦ ବେହେରା ଫାଓର ସମ୍ପାଦକ ହେଲେ । ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ନିର୍ବାଚନ ପୂର୍ଵରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବାର ଜଣାପଡିଛି।