Browsing category

ରାଜନୀତି

ଅକ୍ଟୋବର ୧୦ରେ ବସ ଧର୍ମଘଟ!

ଭୁବନେଶ୍ୱର,୨୭।୯(ଏସଏସନିଉଜ)ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ ।ରାଜ୍ୟସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ। ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସବନ୍ଦ କରାଯିବ ବୋଲି ମାଲିକସଂଘ ପକ୍ଷରୁ କୁହାଯାଇଛି l

ଏକାଠିହେଲେ ସମିତିସଭ୍ୟ

ବାରଙ୍ଗ,୨୧।୯(ଏସଏସନିଉଜ)କଟକଜିଲ୍ଲା ସମିତିସଭ୍ୟମାନଙ୍କର ଏକ ସମ୍ମିଳନୀ ନନ୍ଦନକାନନ ଛକସ୍ଥିତ ଏକ ମଣ୍ଡପରେ ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଟକଜିଲ୍ଲାର ୧୪ଟିବ୍ଲକର ବହୁ ସମିତିସଭ୍ୟ ଓ ସଭ୍ୟାମାନେ ଯୋଗଦେଇ ସେମାନଙ୍କର ବିଭିର୍ଣ ସମସ୍ୟା ଉପରେ ଆଲୋଚନା କରିଥିଲେ ।ସରମ୍ପଚମାନେ ଯେଉଁଭଳିଭାବ ନିର୍ବାଚିତ ହେଉଛନ୍ତି ସେହିଭଳିଭାବେ ସମିତିସଭ୍ୟମାନେ ନିର୍ବାଚିତ ହେଉଥିବାବେଳେ ସେମାନଙ୍କର କୈାଣସି କ୍ଷମତା ନାହିଁ ।ତେଣୁ ଆଗାମିଦିନରେ ୮ଦଫାସମ୍ଭଳିତଦାବୀପତ୍ର ରାଜ୍ୟସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା ।ଏହିଅବସରରେ କଟକଜିଲ୍ଲାସମିତିସଭ୍ୟ ସଂଘ ଗଠନ କରାଯାଇଥିଲା ।ସର୍ବସମ୍ମତି କ୍ରମେ ବଡମ୍ବାବ୍ଲକର ମନୋଜକୁମାରନନ୍ଦ ସଭାପତି,ବାରଙ୍ଗବ୍ଲକର […]

ବୈଜୟନ୍ତପଣ୍ଡାଙ୍କୁ ହତ୍ୟା ଧମକ !

ଭୁବନେଶ୍ୱର,୨୧ ୯(ଏସଏସନିଉଜ)ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଆସିଛି।ଫୋନ୍‌ କଲ୍‌ ଯୋଗେ ଧମକ ମିଳିଥିବା ପୋଲିସ୍‌ରେ ଅଭିଯୋଗ ହୋଇଛି।ବୈଜୟନ୍ତଙ୍କ ଜଣେ ସହଯୋଗୀ ଉକ୍ତ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ।ନବଦାସଙ୍କ ଭଳି ବୈଜୟନ୍ତ ସମାନଦଶା ଭୋଗିବେ କହିଥିଲେ କଲର୍‌।ଧମକକଲ୍‌ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି।ସତ କି ପ୍ରାଙ୍କ୍‌ କଲ୍‌ ଜଣାପଡ଼ିବା ସମ୍ଭବ ନଥିବାରୁ ଏତଲା ହୋଇଛି।ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି।

ବିଜେଡିରୁ ବିଦାହେଲେ ସୌମ୍ୟ ଓ ସୁଧାଂଶୁ

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବିଜେଡିଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡା ।ସୁଧାଂଶୁ ଶେଖର ପରିଡା ରେମୁଣା ବିଧାୟକ ହୋଇଥିବାବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ଥିଲେ।ଉଭୟଙ୍କୁ ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ସୌମ୍ୟରଞ୍ଜନ ପଟ୍ଟନାୟକନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ତେବେ ବିଜେଡିରେ ରହି ଦଳ ବିରୋଧରେ କହିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳବିରୋଧୀ କାର୍ଯ୍ୟ ଯୋଗୁ ଉଭୟଙ୍କୁ ବହିଷ୍କାର କରାଯାଇଛି […]

ନୂଆଖାଇରେ କାଳିଆଭେଟି

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଖାତାକୁଗଲା କାଳିଆ ଟଙ୍କା।ଚାଷୀଙ୍କଖାତାକୁ ଗଲା ୯୦୦ କୋଟିର କାଳିଆ ଟଙ୍କା।ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭେଟି।୨୦୨୩-୨୪ ରବି ଫସଲ ପାଇଁ ଦିଆଗଲା ସହାୟତା।୪୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ।ପ୍ରତ୍ୟେକ ଖାତାରେ ଜମା ହେଲା ୨-୨ ହଜାର ଟଙ୍କା।

ପ୍ରମିଳାହେବେ ବିଜେଡି ବାଚସ୍ପତିପ୍ରାର୍ଥୀ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ରାଜସ୍ୱମନ୍ତ୍ରୀ ପ୍ରମିଳାମଲ୍ଲିକ ହେବେ ବାଚସ୍ପତିପ୍ରାର୍ଥୀ।ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିବାପାଇଁ ଘୋଷଣା କରିଛି ବିଜେଡି।ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା୨୨ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ବୋଲି ଜଣାପଡିଛି।

ପଞ୍ଚଭୂତରେ ଲୀନହେଲେ ଗୀତାମେହେଟା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାପଞ୍ଚଭୂତରେ ଲୀନ ହୋଇଛନ୍ତି ।ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ସିଂ ମେହେଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ , ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବହୁରାଜନେତା ଶ୍ମଶାନ ଘାଟରେ ଉପସ୍ଥିତଥିଲେ ।ଗତ ଶନିବାର ରାତିରେ […]

ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ […]

ଆଜି ଲୋକାର୍ପିତ ହେବ ନେତାଜୀ ଟର୍ମିନାଲ

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ଆଜି ଲୋକାର୍ପିତ ହେବାକୁ ଯାଉଛି କଟକ ନେତାଜୀ ଟର୍ମିନାଲାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଏହା ଲୋକାର୍ପଣ କରାଯିବ ।ଅପରାହ୍ନରେ କଟକରେ ଲୋକାର୍ପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ।୧୬ଏକରରୁ ଅଧିକଅଞ୍ଚଳରେ ନିର୍ମିତ ହୋଇଛି ବସ୍ ଟର୍ମିନାଲ ।ଏଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ବସ୍ ଟର୍ମିନାଲପାଇଁ ଖର୍ଚ୍ଚ ହୋଇଛି ୯୦କୋଟି ।

ବିଦ୍ୟାଳୟ ଚାରିପଟେ ବର୍ଷାପାଣି

ବାରଙ୍ଗ,୧୪ା୯(ଏସଏସନିଉଜ)ବାରଙ୍ଗବ୍ଳକ ଅଧିନସ୍ଥ କୁହ୍ନେଇଁପଡା ଗ୍ରାମପଂଚାୟତ ପାଟପୁରଗ୍ରାମ ହରିଜନସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ବର୍ଷାପାଣି ଜମି ରହିଛି।ଯାହାଫଳରେ ପିଲାମାନେ ଅସୁରକ୍ଷିତ ପରିବେଶରେ ପାଠ ପଢିବାକୁ ଯାଉଛନ୍ତି।ବର୍ଷାଦିନ ଆସିଲେ ବିଦ୍ୟାଳୟର ସ୍ଥିତି ଏହିପରି ଉପୁଜୁଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଦ୍ୟାବଧି କୌଣସି ପଦକ୍ଷପ ନିଆଯାଇଥିବାଭଳି ମାନେହେଉନି।ଯାହାଫଳରେ ପିଲାମାନେ ପାଣିରେ ପଶି ବିଦ୍ୟାଳୟକୁ ଯାଉଛନ୍ତି। ପ୍ରକାଶ ଯେ,ଏବେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି।ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ପାଟପୁରଗ୍ରାମ ହରିଜନ […]