Browsing category

ରାଜନୀତି

୫ପଞ୍ଚାୟତରେ ଶିକ୍ଷାଦାନ ବାଧାପ୍ରାପ୍ତ

ବାରଙ୍ଗ, ୧୩ା୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବୀ ନେଇ ବୁଧବାର ଦିନ ଭୁବନେଶ୍ବର ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ।ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆନୁକୂଲ୍ୟରେ ଭୁବନେଶ୍ବର ବ୍ଲକ ତରଫର ପାଖାପାଖି ୧୨୦୦ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟରେ ଠିକା ନିଯୁକ୍ତି ଉଛେଦ ହୋଇଥିବାରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟମିତ […]

ଯଯାତିକେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଯଯାତି କେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ।ଏହିପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୪ ଶିକ୍ଷାବର୍ଷରୁ କାର‌୍ୟ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଏଥିନିମନ୍ତେ ୧୦୦ ସିଟ୍‌ରେ ନାମଲେଖାପାଇଁ ଘଗଉକୁ ଆବେଦନ କରିବେ ସରକାର ।  

ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର,୧୩ା୯(ଏସଏସନିଉଜ)ଭୁବନେଶ୍ୱରରେ ପହଁଚିଛନ୍ତି ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ ।ଏହି ଟିମ୍ ଭୁବନେଶ୍ୱରରେ ପହଁଚିବାପରେ ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି ।ଆଜି ଏହି ଟିମ୍ ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟରତାଲିକା ପ୍ରସ୍ତୁତିନେଇ ହେବଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା ।ତେବେ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା […]

ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବନାହିଁ । କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷାବିଭାଗପକ୍ଷରୁ ଆଜି ପ୍ରକାଶିତ ବାର୍ଷିକଶିକ୍ଷାକ୍ୟାଲେଣ୍ଡର ପ୍ରକାଶ କରାଯାଇଛି। କେତେଦିନ ପାଠପଢ଼ାହେବ, କେଉଁକେଉଁଦିନ ଛୁଟି ରହିବ, ଦଶହରାଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ କ୍ୟାଲେଣ୍ଡର ଉଲ୍ଲେଖ ‌ହୋଇଛି। କିନ୍ତୁ କ୍ୟାଲେଣ୍ଡରରେ ଛାତ୍ରସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟଅନୁମାନ କରାଯାଉଛିକି ଏଥର ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ।

ଉପସଭାପତି ପଦରୁ ହଟିଲେ ସୌମ୍ୟ

ଭୁବନେଶ୍ୱର,୧୨।୯(ଏସଏସନିଉଜ)ଗତ କିଛିଦିନ ଧରି ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ବିଜେଡି ଉପସଭାପତିପଦରୁ ସୌମ୍ୟ ପଟ୍ଟନାୟକଙ୍କୁ ହଟାଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏଥିରେ କୌଣସି କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ନିଜର ଖବର କାଗଜରେ ସଂପାଦକୀୟ ଲେଖି ସିଧା ସଳଖ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୌମ୍ୟ ।

ମୋମାଟି ମୋଦେଶକାର୍ଯ୍ୟକ୍ରମ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ପଞ୍ଚାୟତରେ ମୋ ମାଟି ମୋ ଦେଶକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ସମସ୍ତଙ୍କ ଘର ଅଗଣା ଓ ତୁଳସି ଚଉଁରାରୁ ମାଟି ଅଣାଯାଇଥିଲା । ଏହି ମାଟି ସହିଦମାନଙ୍କୁ ମନ ପକାଇବାପାଇଁ ଦିଲ୍ଲୀ ଅମ୍ଭୁତ ବାଟିକାକୁ ପଠାଯିବ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିଉପ-ସଭାପତି ଗୋଲୋକ ମହାପାତ୍ର. ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର. ଅନିତା ଶୁଭଦର୍ଶନୀ. ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା. ସମ୍ପାଦକ ଯଜ୍ଞ ନାରାୟଣ […]

ମୁଖ୍ୟଶାସନସଚିବଙ୍କୁ ଡେଙ୍ଗୁ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନା ଡେଙ୍ଗୁରେ ପୀଡ଼ିତ ହୋଇଥିବାର ଜଣାପଡିଛି ।ଡେଙ୍ଗୁରେ ପୀଡ଼ିତହୋଇ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  

ଆଜି ପୁଣି ଭାରତ-ପାକ ଲଢ଼େଇ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚାବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଥମ ମ୍ୟାଚାଦିନିକିଆ ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୪ ଥର ମୁହାଁମୁହିଁ ହେରାଇଥିଲେ ।ଆଜି ବି ମ୍ୟାଚରେ ବର୍ଷା ବାଧକ ସାଜିବାର ଆଶଙ୍କା ରଖାଯାଇଛି । ଯଦି ବର୍ଷା ହେବ ତେବେ ରିଜର୍ଭ ଡେରେ ମ୍ୟାଚ ହେବ ବୋଲି ଜଣାପଡିଛି ।

ଇସ୍ରୋର ଆଉ ଏକ ସଫଳତା

ଭୁବନେଶ୍ୱର,୧୦ା୯(ଏସଏସନିଉଜ)ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋକୁ ଆଉ ଏକ ସଫଳତାମିଳିଛି ।ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କରିଛି ଆଦିତ୍ୟL-1 ରାତି ୨ଟା୩୦ମିନିଟ ସମୟରେ କକ୍ଷପଥ ପରିବର୍ତ୍ତ କରିଛି ।-ଚତୁର୍ଥ କକ୍ଷପଥରେ ପ୍ରବେଶ କଲାମିଶନ ଆଦିତ୍ୟ L-1 ,ଚତୁର୍ଥ କକ୍ଷପଥ ପ୍ରବେଶ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।ପୃଥିବୀଠୁ ୭୧,୭୬୭ କିମି ଦୂରରେ ବୁଲୁଛି ଆଦିତ୍ୟL-1 ,ଆସନ୍ତା ୧୫ ତାରିଖରେ ବଦଳାଇବ ଚତୁର୍ଥ କକ୍ଷପଥ ବୋଲି କୁହାଯାଇଛି ।

ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିାସ୍ୱାଗତ ସମୟରେ କୋଣାର୍କଚକ୍ରର ମହତ୍ତ୍ୱ ମଧ୍ୟ ବୁଝାଇଛନ୍ତି ।ଆମେରିକା ରାଷ୍ଟ୍ରପତିଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଥିଲେ ମୋଦିା