ନଭେମ୍ବର୨୭ରୁ ଐତିହାସିକ କଟକବାଲିଯାତ୍ରା

ଏଥର ୮ଦିନ ଧରି ଚାଲିବ

ଭୁବନେଶ୍ୱର,୧୩ା୧୦(ଏସଏସନିଉଜ) ନଭେମ୍ବର ୨୭ ତାରିଖରୁ ଆରମ୍ଭହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ୮ଦିନ ପାଇଁ ଅନୁଷ୍ଠିତ ହେବ।ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହିଉପଲକ୍ଷେ ଆୟୋଜିତବୈଠକରେ ରାସ୍ତାଘାଟ ମରାମତି,ବାଲିଯାତ୍ରାପଡିଆର ଭିତ୍ତିଭୂମି, ପାନୀୟଜଳ ଯୋଗାଣ, ପଲିଶ୍ରୀମେଳାର ଆୟୋଜନ ବିଷୟରେ ବୈଠକରେ ଆଲୋଚନା ହୋଇଛି ।ବିଗତ ବର୍ଷ ତୁଳନାରେ ଚଳିତବର୍ଷର ବାଲିଯାତ୍ରାକୁ ଅଧ‌ିକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବାସହ ଉତ୍ତମ ସମନ୍ଵୟ ରକ୍ଷାକରିବା ଉପରେ ଗୁରୁତ୍ବାରୋପ ଦିଆଯାଇଛି ।

Comments (0)
Add Comment