Browsing category

ରାଜନୀତି

ପ୍ରତାପଙ୍କୁ ସାମୟିକ ଆଶ୍ବସ୍ତି

  ଭୁବନେଶ୍ୱର,୧୯।୧୨(ଏସଏସନିଉଜ)ମାହାଙ୍ଗା ଡବଲ୍ ମର୍ଡର ମାମଲାରେବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି ମିଳିଛି।ପ୍ରତାପଙ୍କ ପ୍ରତି ଲାଗୁ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ।ପ୍ରତାପଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ନିର୍ଦ୍ଦେଶ ବଳବତ୍ତର ରହିଛି।ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପ୍ରତାପ।ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ନିମ୍ନ କୋର୍ଟ କହିଥିଲେ।

ଓଡ଼ିଶା ଆସିବେ ମୋଦି !

ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ। ଡିସେମ୍ବର ଶେଷ ସୁଦ୍ଧା ମୋଦି ଓଡ଼ିଶା ଆସିବା ନେଇ ସୂଚନା ରହିଛି। ପଶ୍ଚିମଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି । ମୋଦିଙ୍କ ଗସ୍ତ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା ଦେଇଛନ୍ତି।

ଦଶପଲ୍ଲାରେ ଫଳକ ତାତି

ଦଶପଲ୍ଲା,୧୧।୧୨(ଏସଏସନିଉଜ) NACରେ ଜୋର ଧରିଲା ନାମ ଫଳକ ରାଜନୀତି। ମାସିକିଆ ବୈଠକ ଅଧାରୁ ଛାଡ଼ି ପଳାଇଲେ ବିଜେଡି କାଉନସିଲର। ଅଧ୍ୟକ୍ଷାଙ୍କ ବିରୋଧରେ ନାରାବାଜି କରି ଛାଡ଼ି ପଳାଇଲେ।ଦିନକ ପୂର୍ବରୁ ୨ଟି କଲ୍ୟାଣ ମଣ୍ଡପ ପାଇଁ ଅଧ୍ୟକ୍ଷା ଶୁଭ ଦେଇଥିଲେ। କାଲି ସେହି ସ୍ଥାନରେ ସ୍ଥାନୀୟ ବିଧାୟକ ଆଉ ଥରେ ଶୁଭ ଦେଇଥିଲେ। ଗୋଟିଏ ପ୍ରକଳ୍ପ ପାଇଁ ଦୁଇଟା ନାମଫଳକକୁ ନେଇ ବିବାଦ ତେଜିଥିବାର କୁହାଯାଉଛି।

ରାଲିରେ ଗୋଡ଼ାଇ ବିନ୍ଧିଲେ ମହୁମାଛି

ଉମରକୋଟ,୧।୧୨(ଏସଏସନିଉଜ)ରାଲି ବେଳେ ଗୋଡ଼ାଇ ବିନ୍ଧିଲେ ମହୁମାଛି।ବିଜେପିର ରାଇଘରବ୍ଲକ ଘେରାଉ ବେଳେ ମହୁମାଛି ଆକ୍ରମଣ କରିଥିଲା। ପ୍ରାୟ ୫୦ କର୍ମୀଙ୍କୁ ଗୋଡ଼ାଇ କାମୁଡ଼ିଲେ ଯାହା ଫଳରେ ୧୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ବ୍ଲକ ଘେରାଉ ବେଳେ ଅଘଟଣ ଘଟିଥିଲା।ମହୁମାଛି ଆକ୍ରମଣରେ ୪/୫ ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଥିବାର ଜଣାପଡିଛି।

୩ଦିନଧରି ଚାଲିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

ବାରଙ୍ଗ,୨୪ା୧୧(ଏସଏସନିଉଜ) ଏଥର ଜମିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ । ନଭେମ୍ବର ୨୬ ତାରିଖରୁ ନଭେମ୍ବର ୨୮ ପର‌୍ୟ୍ୟନ୍ତ ୩ଦିନ ଧରି ଚାଲିବାକୁଥିବା ଏହି ମହୋତ୍ସବରେ ମୁଖ୍ୟ ଆର୍କଷଣ ସାଜିବ ମହିଳା ପାଇକ ଆଖଡ଼ା , ଛଉନୃତ୍ୟ , ଓଡିଶୀନୃତ୍ୟ ଏବଂ ମେଲୋଡି କାର‌୍ୟ୍ୟକ୍ରମ । କାର୍ତ୍ତିକପୂର୍ଣ୍ଣିମା ଦିନ ସକାଳେ ପୂର୍ଣତୋୟା ପ୍ରାଚୀନଦୀରେ ତଥା ପୁରୀ ମୁଖ୍ୟକେନାଲରେ ବୋଇତ ବନ୍ଦାଣ କାର‌୍ୟ୍ୟକ୍ରମ ସମାପନ ପରେ ସଂନ୍ଧ୍ୟାରେ ମହୋତ୍ସବ ସମାରୋହର ମଞ୍ଚକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଉଦଘାଟନ କରିବେ । ଏହାସହିତ […]

ରାହୁଲଗାନ୍ଧିଙ୍କୁ ନୋଟିସ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ।୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିର୍ଦ୍ଦେଶ ରହିଛି।ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି।

ହଠାତ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକସଂଘ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ହଠାତ୍‌ ସାରା ରାଜ୍ୟରେ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକ ସଂଘ।ରାଜ୍ୟ ଘରୋଇବସ୍‌ ମାଲିକସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ,କାଲି ଦାବିପୂରଣ ପାଇଁ ବିଧାନସଭା ଘେରାଉ କରିଥିଲୁ।କାଲି ଦିନତମାମ ସାରାରାଜ୍ୟରେ ବସ୍‌ କାଗଜପତ୍ର ଯାଞ୍ଚ ହୋଇଥିଲା। ଭାବୁଛୁ କିଛି ବ୍ୟୁରୋକ୍ରାଟ ବୋଧେ କହିଛନ୍ତି ଏମିତି ଡରାଇଲେ ଆମେ ଓହରିଯିବୁ।କିନ୍ତୁ ସେମାନେ ଜାଣିବା ଉଚିତ ଆକ୍ସନ ନେଲେ ରିଆକ୍ସନ ବଢ଼ିବ।ସରକାର ଯେତେ ଆକ୍ସନ ନେବେ ,ମାଲିକମାନେ ସେତେ ଏକତ୍ରିତ ହେବେ।ପୋଲିସ ଫୋନ୍‌ କଲେ ମାଲିକ ଡରୁଥିଲେ , ଏବେ […]

ନନ୍ଦନକାନନରେ ଚାଲିଲା ବୋଟିଂ

ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର‌୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା […]

ସରପଞ୍ଚଙ୍କୁ ତାଲା

କନ୍ଧମାଳ,୧୯ା୧୧(ଏସଏସନିଉଜ) ଦାରିଙ୍ଗବାଡ଼ି ବ୍ଲକ୍ ସ୍ୟାଙ୍ଗବାଲି ପଞ୍ଚାୟତରେ ଠିକ୍ ଭାବେ ଭତ୍ତା ପ୍ରଦାନ କରାଯାଉ ନଥିବା ଅଭିଯୋଗକରି ହିତାଧିକାରୀମାନେ ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ ।ଖବରପାଇ ଦାରିଙ୍ଗବାଡ଼ି ଥାନାପୋଲିସ ଓ ତହସିଲଦାର ପଞ୍ଚାୟତକାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କୁ ବୁଝାସୁଝା କରିଥିଲେ।କିନ୍ତୁ ହିତାଧିକାରୀମାନେ ନିଜ ଜିଦରେ ଅଟଳ ରହିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀ ଆସି ଭତ୍ତା ପ୍ରଦାନ କରିବାପରେ ହିତାଧିକାରୀମାନେ ତାଲା ଖୋଲିଥିଲେ ।

ପୂର୍ବତନବାଚସ୍ପତି ମହେଶ୍ବରମହାନ୍ତିଙ୍କ ପରଲୋକ

  ପୁରୀ,୭।୧୧(ଏସଏସନିଉଜ) ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭୋର ୩.୨୫ରେ ବିୟୋଗ ହୋଇଛି।୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ସେ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ବ କରି […]