Browsing category

ରାଜନୀତି

ବାଲିଘାଟ ଲିଜଧାରୀଙ୍କ ବେଆଇନକାର୍ଯ୍ୟ ବନ୍ଦନହେଲେ ଆନ୍ଦୋଳନ

କଟକ,୨୮।୪(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ଥିବା ବାଲିଘାଟ ଲିଜଧାରିମାନଙ୍କ ମାନମାନିକୁ ବିରୋଧକରି ବାରଙ୍ଗ ଟ୍ରକ ମାଲିକ ସଂଘକଟକ ଖଣିଅଧିକାରୀଙ୍କୁ ଭେଟି ବିଭିନ୍ନ ଦାବିଉପରେ ସୋମବାର ଆଲୋଚନା କରିଛନ୍ତି।ଗାଡି ମାଲିକମାନଙ୍କ ଦାବିପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶଯେ,ଗତ କିଛିମାସ ହେବ ବାରଙ୍ଗ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଲିଜ ବାଲିଘାଟରେ ଲିଜଧାରିମାନେ ସରକାରଙ୍କ ନିୟମକୁ ଉଲଂଘନ କରୁଥିବାର ବାରଙ୍ଗ ଟ୍ରକ ମାଲିକସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଟ୍ରକ ମାଲିକ ସଂଘ ପକ୍ଷରୁ […]

ଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ:- ବିଭୂ

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂତରାଇଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏହାର ତଦନ୍ତଦାବି କରାଯାଇଛି।ଡିଏଫ୍‌ଓଙ୍କ ସହ ମୁଁ ନିଜେ କଥାହୋଇଥିଲି,କିପରି ଭଙ୍ଗାହେଲା ଜାଣିନିବୋଲି କହିଲେ।କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତହୋଇ କାର୍ଯ୍ୟାନୁଷ୍ଠାନହେଉ ବୋଲି ତରାଇ କହିଛନ୍ତି।ଏରସମା ଶିଆଳିକୁ ପର୍ଯ୍ୟଟନକ୍ଷେତ୍ର କରିବାରେ ଦାମବାବୁଙ୍କ ଅବଦାନ ବହୁତ।ଏପରିଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛିବୋଲି ସାଂସଦ ବିଭୂତରାଇ କହିଛନ୍ତି।

ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ମନା

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ପଞ୍ଜୀକରଣ ବ୍ୟବସ୍ଥାର ଅନୁପାଳନ ସୁନିଶ୍ଚିତପାଇଁ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶାରୀରିକ ଅସୁସ୍ଥତାକ୍ଷେତ୍ରରେ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ହୋଇପାରିବ।ଆଇନଗତ ଗିରଫଦାରୀକ୍ଷେତ୍ରରେ ମଧ୍ୟ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ନିବନ୍ଧନ ଅଫିସ୍‌ ଯିବାରେ ଅସମର୍ଥଙ୍କପାଇଁ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ଜରୁରୀମାମଲାକୁ ଛାଡ଼ି ଅନ୍ୟ ନିବନ୍ଧନ ପ୍ରକ୍ରିୟା ଅଫିସ୍‌ ବାହାରେ ହୋଇପାରିବନି ବୋଲି କୁହାଯାଇଛି।ଯୁକ୍ତିସଙ୍ଗତ ମାମଲା ଭିନ୍ନ ଅଫିସ୍‌ ବାହାରେ […]

ରାଜଧାନୀ ଉପକଣ୍ଠରେ ବିଧାୟକ ,ସାଂସଦଙ୍କ ଦ୍ଵାରା ଅଖିମୁଠୀ ଅନୁକୂଳ

ଭୁବନେଶ୍ୱର,୨୯।୪(ଏସଏସନିଉଜ)ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ମାନେ କ୍ଷେତରେ ପୂଜାର୍ଚନା କରି ଅଖି ମୁଠି ଅନୁକୂଳ କରିଥାନ୍ତି। ଏହାସହ ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାଠ ମଧ୍ୟ ଅନୁକୂଳ ହୋଇଥାଏ। ଏହି ପବିତ୍ର ଦିନରେ ଭୁବନେଶ୍ୱର ଉତ୍ତର ବିଜୁ ଜନତା ଦଳ ପକ୍ଷରୁ କଲ୍ୟାଣପୁର ସୋମନାଥମଠ ଠାରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ। ପ୍ରଥମେ ମା […]

ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ସମାବର୍ତ୍ତନ ଉତ୍ସବ

ଚନ୍ଦ୍ରଶେଖରପୁର,୧୮।୦୪( ଏସଏସନିଉଜ)ସ୍ଥାନୀୟ ପଟିଆ କାନନ ବିହାର-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ବାର୍ଷିକୋତ୍ସବ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ ବିଜେପିନେତା ଗୋଲକ ପ୍ରସାଦ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲକରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ। ମୁଖ୍ଯବକ୍ତା ଭାବେ ଦଧିଚି ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନି ପଟ୍ଟନାୟକ,ରାଜ୍ୟ ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଓ ଜୟପ୍ରକାଶ ମିଶ୍ର […]

ରାଗିଲେ ସୋଫିଆ

ଭୁବନେଶ୍ୱର,୧୭।୪(ଏସଏସନିଉଜ)CMC ଫୁଡ୍ କୋର୍ଟ ଆବଣ୍ଟନକୁ ନେଇ ରାଗିଲେ ବିଧାୟିକା ସୋଫିଆ।ପ୍ରେସମିଟ୍‌ରେ CMC ଦ୍ୱାରା ପ୍ରସ୍ତୁତ ଏସଓପିକୁ ଚିରିଦେଲେ।ବାରବାଟୀ ନିକଟ ଫୁଡ୍‌କୋର୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲେ।ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ସୋଫିଆ।ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ ଆଣିଲେ।ସହରର ଉନ୍ନତିମୂଳକ କାମରେ ସୋଫିଆ ବାଧା ସୃଷ୍ଟି କରୁଥିବା ନେଇ ପାଲଟା ଅଭିଯୋଗ ଆଣିଲେ ମେୟର।

ବିଶ୍ୱାସଘାତକତା ଭୂମିକାରେ କିଛି ଖୁସି ହୁଅନ୍ତି- ନବୀନ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ବିଜୁ ଶ୍ରାଦ୍ଧ ଦିବସରେ ପରୋକ୍ଷରେ ନବୀନ ପଟ୍ଟନାୟକ ଟାର୍ଗେଟ୍ କରିଛନ୍ତି।ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି।କୌଣସି ମୁଖା ବେଶୀ ଦିନ ପର୍ଯ୍ୟନ୍ତ ସେମାନଙ୍କର ପାପକୁ ଲୁଚାଇ ପାରିବନି।ଲୋକମାନେ ଜାଣନ୍ତି କିଏ କଣ ବୋଲି ନବୀନ କହିଛନ୍ତି।ଓଡ଼ିଶା କ୍ରମାଗତ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି।ଡିଲିମିଟେସନ୍ ବିଲ୍‌ ରାଜନୈତିକ ପରିଚୟକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ, ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି।ସଂଯୋଗବଶତଃ ବିଜୁଙ୍କ ଶ୍ରାଦ୍ଧ […]

ବିଜୁଙ୍କ ସ୍ବପ୍ନ ପୂରଣ କରିବୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ବିଜୁଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ,ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର।ଓଡ଼ିଶା ମାଟିର ଗୌରବ ଓ ଦେଶର ସମ୍ମାନ ପାଇଁ ବିଜୁବାବୁ ସର୍ବଦା ଲଢ଼ୁଥିଲେ।ଓଡ଼ିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ।ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ।ଓଡ଼ିଶା ଅସ୍ମିତା ବିଶ୍ୱ ଦରବାରରେ ପରିଚିତ କରାଇବା ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି।ସେହି ସପ୍ନକୁ ପୂରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି।ଆଗାମୀ […]

ଆଗରୁ ଲଢ଼ୁଥିଲେ, ଏବେ ଏକ ହୋଇ ବସିଲେ

ଭୁବନେଶ୍ୱର,୧୦।୪(ଏସଏସନିଉଜ)ଏକାଠି ଦିଲ୍ଲୀ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ସୋସିଆଲମିଡ଼ିଆରେ ଫଟୋ ପୋଷ୍ଟକରି ଖୁସି ବ୍ୟକ୍ତକଲେ ଆଡଭୋକେଟ୍ ଜେନେରାଲ ପିତାମ୍ବରଆଚାର୍ଯ୍ୟ।ଆଗରୁ ଲଢ଼ୁଥିଲେ,ଏବେ ଏକହୋଇ ବସିଲେ। ଆଜି ନବୀନ ଦିଲ୍ଲୀଯିବା ବେଳେ ବିମାନରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଏକାଠିମିଶି ଫଟୋ ଉଠାଇଛନ୍ତି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓ ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେଡିସୁପ୍ରିମୋ ନବୀନ ପଟ୍ଟନାୟକ।

୨୦୨୭ରେ ପଂଚାୟତ ନିର୍ବାଚନ

ଭୁବନେଶ୍ୱର,୧୦।୪(ଏସଏସନିଉଜ)ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାପାଇଁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିପାଇଁ ୱାର୍ଡମେମ୍ବର,ସରପଞ୍ଚ ଓ ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦସଦସ୍ୟ ପାଇଁ ସଂରକ୍ଷଣ ସ୍ଥିରକରିବାକୁ ନିର୍ଦ୍ଦେଶନାମା ଆସିଛି।ଏହାକୁ କରି ଏପ୍ରିଲ୨୦୨୬ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡାନ୍ତରିପୋର୍ଟ ଦେବାକୁ କୁହାଯାଇଛି। ୱାର୍ଡମେମ୍ବର,ସରପଞ୍ଚ ଓ ସମିତିସଭ୍ୟରେ ସଂରକ୍ଷଣପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ତାରିଖଭିତରେ ଅଭିଯୋଗ ଆବେଦନ ଏବଂ ୨୪ସୁଦ୍ଧା ଅଭିଯୋଗ ଶୁଣାଣି,୨୯ସୁଦ୍ଧା ଚୂଡାନ୍ତସଂରକ୍ଷଣ ତାଲିକା ନିର୍ବାଚନକୁ ଜଣାଇବାକୁ କୁହାଯାଇଛି। ସେହିପରି ଜିଲ୍ଲାପରିଷଦ ସଦସ୍ୟରେ ସଂରକ୍ଷଣପାଇଁ […]