ନନ୍ଦନକାନନ ଚାକିରି..

ଅତିଥି ସେବାରେ ଲଗାଇ ପାରିବ

ଭୁବନେଶ୍ୱର,୨୪।୬(ଏସଏସନିଉଜ) ସରକାରୀ ଗାଡ଼ି ସରକାରୀ କାମରେ ବ୍ୟବହାର ହୁଏ।ଏହା ପୁଣି ଜନତାଙ୍କ ଟିକସ ଟଙ୍କାରେ ଚାଲେ। ହେଲେ ନନ୍ଦନକାନନ ଫରେଷ୍ଟ ଡିପାର୍ଟମେଣ୍ଟର ଏକ ସରକାରୀ ବୋଲେରୋ ଏବେ ଘରୋଇ ଟ୍ୟାକ୍ସି ପାଲଟିଥିବା ଭଳି ମନେହେଉଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
ପ୍ରକାଶଯେ,ମଙ୍ଗଳବାର ଅପରାହ୍ନ ୪.୫୭ ମିନିଟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ସରକାରୀ ଗାଡ଼ି ନନ୍ଦନକାନନର ଆମ ବସଷ୍ଟପେଜ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। OD33AM2956 ନମ୍ବର ବୋଲେରୋ ଗାଡ଼ିଟି ବସ୍ ଷ୍ଟପରେ ଅଟକିବା ପରେ ଜଣେ ମହିଳାଙ୍କ ସମେତ କେତେଜଣ ଓହ୍ଲାଇଥିଲା।ଗାଡ଼ି ଉପରେ ସରକାରୀ ଚିହ୍ନ ସ୍ପଷ୍ଟ ଭାବେ ଥିବାବେଳେ, ଏହା କୌଣସି ଜଙ୍ଗଲ ବିଭାଗ କାମରେ ନୁହେଁ, ବରଂ ଯାତ୍ରୀ ପରିବହନରେ ଲାଗିଥିଲା ବୋଲି ଅଭିଯୋଗ ହୋଇଛି । ବିଶେଷ ସୂତ୍ରରୁ ଜଣାପଡିଛି ଯେ ,ଗାଡ଼ିରେ ଆସିଥିବା ଲୋକ କୌଣସି ସରକାରୀ କାମରେ ନଥିଲେ ।ଏହି ଗାଡ଼ିରେ ବଟାନି କାର୍ଲ ଗାର୍ଡେନର ଏସିଏଫଙ୍କ ବ୍ୟକ୍ତିଗତ ଅତିଥି ଥିଲେ ବୋଲି ଜଣାପଡିଛି।ତେବେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହି ସରକାରୀ ତେଲରେ ଅଫିସରମାନଙ୍କ ଅତିଥିଙ୍କୁ ବୁଲାଇବାକୁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନନ୍ଦନକାନନ ଉପନିର୍ଦ୍ଦେଶକ ଏହା ଉପରେ ମୁଁହ ଖୋଲିନଥିବା ବେଳେ ସରକାରୀ ଗାଡି ହେଲେ କଣ ହେବ, ମୋର ଜଣେ ସାଙ୍ଗ ଏସିଫ ଓ ତାଙ୍କ ପରିବାର ବାଟାନି କାର୍ଲଗାର୍ଡେନକୁ ବୁଲିବାକୁ ଆସିଥିଲେ। ତେଣୁ ତାଙ୍କ ଗାଡ଼ି ନନ୍ଦନକାନନ ଛକସ୍ଥିତ ବସଷ୍ଟପ ପାଖରେ ଥିବାରୁ ଆମ ଗାଡ଼ିରେ ସେଠାରେ ନେଇ ଛାଡ଼ିଥିଲୁ ବୋଲି ସଫେଇ ଦେଇଛନ୍ତି ବଟାନିକାର୍ଲ ଗାର୍ଡେନ ଏସିଫ କେ. ପ୍ରଧାନ ।

Comments (0)
Add Comment