Browsing category

ରାଜନୀତି

କେଜିରୁ ପିଜି ଯାଏଁ ଦେୟମୁକ୍ତ ଶିକ୍ଷା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ମାଗଣାରେ କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ସୁଯୋଗ ମିଳିବ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଏହି ସୁବିଧା ମିଳିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ଆଉ କୌଣସି ଦେୟଦେବାକୁ ପଡ଼ିବନି ବୋଲି କହିଛନ୍ତି।

୨୪ ମାସରେ ୧୨ବିଫଳତା:-ରଣେନ୍ଦ୍ର

ଭୁବନେଶ୍ୱର,୧୦।୬(ଏସଏସନିଉଜ)୨୪ମାସରେ ରାଜ୍ୟସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରେସ୍‌ମିଟ୍ ରେ ଏହା କହିଛନ୍ତି।ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ।୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ, ଦେଲେନି।ଚାଷୀଙ୍କୁ ୮୦୯ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡ୍‌ ଦେବେ ବୋଲି କହିଥିଲେ।ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ କହୁଛନ୍ତି ରଣେନ୍ଦ୍ର।ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ।ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା […]

ଦୀଘାରୁ ଧାମ ଶବ୍ଦ ହଟିଲା

ଭୁବନେଶ୍ୱର,୧୦।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର।କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା।ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢ଼ି ନିଆଗଲା।ଜଗନ୍ନାଥ ଧାମ ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।

୧୫ IPS ଅଫିସରଙ୍କୁ ୧୭ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୧୧।୬(ଏସଏସନିଉଜ)୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହୁଥିବା ବେଳେ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଓ ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ,ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ,ଆଇନ ଓ […]

ନୂଆଦଳ ଗଢ଼ିବେ ଆନ୍ନାମଲାଇ

ଭୁବନେଶ୍ୱର,୫।୬(ଏସଏସନିଉଜ)ନୂଆଦଳ ଗଠନ କରିବେ ବୋଲି କହିଛନ୍ତି କେ. ଆନ୍ନାମଲାଇ। ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢ଼ିବେ କହିଲେ ଆନ୍ନାମଲାଇ।ତାମିଲନାଡ଼ୁରେ ଆରମ୍ଭ ହେବ ଏକ ନୂଆ ରାଜନୈତିକ ଆନ୍ଦୋଳନ।ନୂଆ ରାଜନୈତିକ ଆନ୍ଦୋଳନରେ ବଂଶବାଦର କୌଣସି ସ୍ଥାନ ନାହିଁ।ଗତ ୧୮ମାସ ହେବ ଏକାଧିକ ପ୍ରସଙ୍ଗରେ ବିଜେପି ସହ ଅସହମତି ଥିଲା।ଆସନ୍ତା ନିର୍ବାଚନରେ ମୋଦଳ ଲଢ଼ିବ ବୋଲି କହିଛନ୍ତି ଆନ୍ନାମଲାଇ।

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୪।୬(ଏସଏସନିଉଜ)ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।ଦେବାଶିଷ ସାମନ୍ତରାୟ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ନିକଟରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ ଦେବାଶିଷ।ଜୁନ୍ ୧୮ରେ ହେବ ରାଜ୍ୟସଭା ଉପନିର୍ବାଚନ।

ବାରଙ୍ଗ ଥାନାରେ ଏଚଆରପିସି ଟିମ୍

କଟକ,୨।୬(ଏସଏସନିଉଜ) ମଙ୍ଗଳ ବାରଦିନ ଜାତୀୟ ମାନବାଧିକାର କମିଶନଙ୍କ ତିନିଜଣିଆ ଦଳ ବାରଙ୍ଗ ଥାନାକୁ ଆସି ଯାଞ୍ଚ କରି ଫେରିଛନ୍ତି। ଏଚଆରପିସି ଆଡ଼ିସନାଲ ଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ବରେ ୩ଜଣିଆ ଦଳ ଘଟଣାଦିନର ବାରଙ୍ଗ ଥାନାର ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ କାଗଜପତ୍ର ମାଗିଛନ୍ତି।ଏସସିବି ମେଡ଼ିକାଲକୁ ଯାଇ ରାକେଶର ସ୍ବାସ୍ଥ୍ୟବସ୍ତା ଅନୁଧ୍ୟାନ କରି ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି।ତେବେ ରାକେଶ ଭଲ ଥିବାର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ବୋଲି ଆସିଥିବା ଦଳ ସୂଚନା ଦେଇଛନ୍ତି।ଏହାସହ […]

ଆଜିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା

ଭୁବନେଶ୍ୱର,୨।୬(ଏସଏସନିଉଜ)ଆଜିଠୁ ମୋହନ ସରକାରଙ୍କ ବିଭାଗୀୟ ସମୀକ୍ଷା ଆରମ୍ଭ ହୋଇଛି।୨ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତବିଭାଗର କାର୍ଯ୍ୟ ସମୀକ୍ଷା ହେବ।ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ।ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବିଭାଗର ସମୀକ୍ଷା ହେବା ନେଇ ସୂଚନାମିଳିଛି।ଆସନ୍ତା ୯ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡିଛି।

୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା୧୯ରେ ରାଷ୍ଟ୍ରପତି,୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚନାଦେଲେ ସାଂସଦ ନବଚରଣ ମାଝୀ।୧୯ତାରିଖରେ ରାଇରଙ୍ଗପୁର ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରାଇରଙ୍ଗପୁର ଆସିବା ନେଇ ସୂଚନା ରହିଛି।ଓଡ଼ିଶାଗସ୍ତ ନେଇ ରାଷ୍ଟ୍ରପତିଭବନରୁ ଖବରଆସିଥିବା ସାଂସଦ ସୂଚନା ଦେଇଛନ୍ତି।ନବନିର୍ମିତଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

ମାଛ ମାର୍କେଟରେ ଲାଗିଲା ନିଆଁ

କଟକ,୧।୫(ଏସଏସନିଉଜ)କଟକ ପ୍ରେସଛକଠାରେ ଥିବା ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଛ ମାର୍କେଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ପାଖାପାଖି ୧୫ ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି।ମାଛମାର୍କେଟ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର […]