Browsing category

ରାଜନୀତି

ବଦଳିଲେ ବାରଙ୍ଗ IIC

କଟକ,୩୧।୫(ଏସଏସନିଉଜ)ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା IIC ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା।ତାଙ୍କ ସ୍ଥାନରେ ପୁରୀଘାଟ ଥାନା IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଗତ କାଲି ବାଙ୍କୀ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନକୁ ହାତକୁ ନେବାକୁ ପୋଲିସକୁ ଚେତାବନୀ ଦେଇଥିଲେ।

ରଜରାସ୍ତାରେ ଚଣ୍ଡୀପ୍ରସାଦ ଗ୍ରାମବାସି

ବାରଙ୍ଗ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା(ମୁନା) ନାମକ ଯୁବକ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ଏହାକୁ ନେଇ ଉତ୍ତେଜନା କମି ନଥିବାବେଳେ ଶୁକ୍ରବାର ଦିନ ରାକେଶକୁ ଡ଼ାକ୍ତରଖାନାରୁ କେଉଁଆଡେ ପୋଲିସ ଲୁଚାଇଦେଇଥିବାର ପରିବାର ପକ୍ଷରୁ କୁହାଯିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଚଣ୍ଡୀ ପ୍ରସାଦ ଗ୍ରାମବାସୀମାନେ ଉତେଜିତ ହୋଇ ଶୁକ୍ରବାର ଦିହିପହର ସମୟରେ ବନ୍ଦ ଥିବା ବାରଙ୍ଗଥାନା ଫାଟକକୁ ପେଲି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।ପୋଲିସ ବିରୋଧ କରିବାରୁ ଉତ୍ୟକ୍ତ ଗ୍ରାମବାସୀମାନେ […]

VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୮।୫(ଏସଏସନିଉଜ)ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କଲେ ସରକାର।ସୋସିଆଲ୍‌ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ। ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ସତର୍କତା ଜରି କରୁଛନ୍ତି।ଗୃହବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଆସିଛି।ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଇଁ ଏନେଇ ସତର୍କ ସୂଚନା ଜାରି ହୋଇଛି।VVIPଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍‌ ହେଉଥିବାରୁ ଏଭଳି ପଦକ୍ଷେପ ସରକାର ଗ୍ରହଣ […]

ବିଜେଡି ଛାଡ଼ିବେ ଦେବାଶିଷ!

କଟକ,୨୫।୫(ଏସଏସନିଉଜ) ବିଜେଡି ଛାଡ଼ିବେ ସାଂସଦ ଦେବାଶିଷ ସାମନ୍ତରାୟ। ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।କଟକ-ଜଗତସିଂହପୁରର ଅନେକ ନେତା ବିଜେପି ଯାଇପାରନ୍ତି। ବିଜେଡିର ହେଭିୱେଟ୍ ରାଜ୍ୟସଭା ସାଂସଦ ହେଉଛନ୍ତି ଦେବାଶିଷ ସାମନ୍ତରାୟ। ଦଳରେ ନେତୃତ୍ବ ଅଭାବ ନେଇ ଅସନ୍ତୁଷ୍ଟ ଥିଲେ। ପାଣ୍ଡିଆନଙ୍କ ନେତୃତ୍ବକୁ ନେଇ ଥିଲା ତାଙ୍କର ତୀବ୍ର ଅସନ୍ତୋଷ।

କେନ୍ଦୁପାଟଣାରେ ଆରମ୍ଭ ହେଲା ଚନ୍ଦନଯାତ୍ରା

ଭୁବନେଶ୍ୱର,୧୭।୫(ଏସଏସନିଉଜ)ରାଜଧାନୀଉପକଣ୍ଠ କେନ୍ଦୁପାଟଣା ଗ୍ରାମରେ ପ୍ରତେକ ବର୍ଷପରି ଏବର୍ଷଚନ୍ଦନଯାତ୍ରା ରବିବାରରାତିରେ ମହାସମାରୋହର ସହ ଆରମ୍ଭ ହୋଇଛି।୩ଦିନଧରି ଚାଲିବାକୁଥିବା ସାଂସ୍କୃତିକକାର୍ଯ୍ୟକ୍ରମ ଯାତ୍ରା ଉସବର ଉଦଘାଟନ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଗ୍ରାମ୍ୟକମିଟି ସଭାପତି ମାନସକୁମାରଦାସ ଉଦଘାଟନ କରିଥିଲେ।ଅନ୍ୟମାନଙ୍କମଧ୍ୟରେ ଉପସଭାପତି ସୁକାନ୍ତଦାସ ଓ ପ୍ରଦୀପ୍ତବେଉରା,ସମ୍ପାଦକ ପବିତ୍ରଦାସ,କୋଷାଧକ୍ଷ ପ୍ରଦୀପ ନାୟକ,ଅକ୍ଷୟସାହୁ,ମୁଖ୍ୟଉପଦେଷ୍ଟା ଅଶୋକଭଟ,ସୁବ୍ରତଦାସ,ଗୋକୁଳ ବେଉରା,ବ୍ରଜକିଶୋରଦାସ,ଦେବଦାସ,ବାବୁଲାଦାସ,ରାକେଶଦାସ, ଲିଟୁଦାସ, ମନ୍ଦିରମହନ୍ତ ଅକ୍ଷୟକୁମାରଦାସ ପ୍ରମୁଖ ଉପସ୍ଥିତଥିଲେ।ପ୍ରଥମରାତିରେ ଆଖ ପାଖଗ୍ରାମର ବହୁଦର୍ଶକ ଉପସ୍ଥିତହୋଇ ହୋଇଥିବା ନାଟକକୁ ଉପଭୋଗ କରିଥିଲେ।(ଜିତରାଉତଙ୍କ ରିପୋର୍ଟ)

ଭୁବନେଶ୍ବରରେ ୧୫ଇଭି ଚାର୍ଜିଂସେଣ୍ଟର – ମନ୍ତ୍ରୀ

ଭୁବନେଶ୍ଵର,୧୬।୫(ଏସଏସନିଉଜ)ଇଭିକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୯ ଲକ୍ଷ ୧୦ ହଜାର ଇଭି ଗାଡ଼ି ଏବେ ଚାଲୁଛି।ଇଭି ପାଇଁ ଏକ କମ୍ପାନୀକୁ ୧୦୦ଟି ଚାର୍ଜିଂ ସେଣ୍ଟର କରିବାକୁ କୁହାଯାଇଛି।କଂପାନୀ ୨୫ରୁ ୩୦ଟି ସ୍ଥାନରେ ଚାର୍ଜିଂ ସେଣ୍ଟର ଶେଷ କରିଛି।କେବଳ ଭୁବନେଶ୍ଵରରେ ୧୫ଟି ଚାର୍ଜିଂ ସେଣ୍ଟର୍ ରହିଛି- ପରିବହନ ମନ୍ତ୍ରୀ।ଧିରେ ଧିରେ ଗ୍ରାମାଞ୍ଚଳରେ ବି ଏହି ଚାର୍ଜିଂ ସେଣ୍ଟର୍ କରାଯିବ।

ଆମ୍ବୁଲାନ୍ସରୁ ତେଲ ସରିବାରୁ ରୋଗୀ ମୃତ !

କଟକ,୧୬।୫(ଏସଏସନିଉଜ)ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି।କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ ସରିଗଲା ତେଲ।କାଠଯୋଡ଼ି ନଦୀ ବ୍ରିଜଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା।କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାରର ପକ୍ଷରୁ ଅଭିଯୋଗ କରାଯାଇଥିଲା।କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା।କଟକ ଏସ୍‌ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଗତକାଲି ଏହି ଅଘଟଣର ସୂଚନା ମିଳିଥିଲା।କିନ୍ତୁ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣାର ନୁଆ ମୋଡ ଆଜି ଆସିଛି।ତେଲ […]

ମଉଳିଲା ବିଜୟଙ୍କ ମୁଖ୍ୟମନ୍ତ୍ରୀ ଆଶା

ଭୁବନେଶ୍ଵର,୯।୫(ଏସଏସନିଉଜ)ତାମିଲନାଡ଼ୁ ରାଜନୀତିରେ ନୂଆଟ୍ବିଷ୍ଟ ଦେଖାଦେଇଛି।ଆଜି ତୃତୀୟଥରପାଇଁ ରାଜ୍ୟପାଳ ଆରଭି ଆର୍ଲେକରଙ୍କୁ ଭେଟି ସରକାର ଗଢ଼ିବାକୁ ଅନୁରୋଧ କରିଥିଲେ ବିଜୟ।ସେଠାରୁ ଫେରି ଶନିବାର ଦିନ ୧୧ଟାରେ ଶପଥଗ୍ରହଣ ଉତ୍ସବପାଇଁ ଘୋଷଣା କରିଥିଲେ କିନ୍ତ କିଛି ସମୟପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପୁଣିଥରେ ବିଜୟଙ୍କୁ ଶପଥ ଗ୍ରହଣ ଉତ୍ସବରୁ ବାରଣ କରାଯାଇଛି।ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାରୁ ବିଜୟଙ୍କୁ ଶପଥ ଗ୍ରହଣପାଇଁ ଆହ୍ବାନ କରାଯାଇନଥିବା ସୂଚନାମିଳିଛି। ଭିସିକେ, ଏଏଏମଏମକେ,ଆୟୁଏମଏଲ ସହ ବାରମ୍ବାର ବୈଠକ ପରେବି ଅଙ୍କ ଛିଣ୍ଡିନାହିଁ।ଯାହାଫଳରେ ବିଜୟଙ୍କ ନିକଟରେ ୧୧୬ବିଧାୟକଙ୍କ ସମର୍ଥନ […]

ବିଜେଡି ସାଧାରଣ ସମ୍ପାଦକ ହେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ଵର,୮।୫(ଏସଏସନିଉଜ)ଭୁବନେଶ୍ଵର ଉତର ନିର୍ବାଚନମଣ୍ଡଳୀରେ ବିଜେଡି ତାର ପୂର୍ବ ସ୍ଥିତି ମଜବୁତ୍ ରଖିବା ନିର୍ବାଚନମଣ୍ଡଳୀମଧ୍ୟରୁ ୩ଜଣଙ୍କୁ ଦଳୀୟପଦବୀରେ ଅବସ୍ଥାପିତ କରିଛି।ରଘୁନାଥପୁରଗ୍ରାମର ଗାନ୍ଧୀବାଦିନେତା ପ୍ରତାପଚନ୍ଦ୍ରରାଉତଙ୍କୁ ବିଜୁଜନତାଦଳ ସାଧାରଣ ସମ୍ପାଦକ ଭାବେ ଦଳପକ୍ଷରୁ ସାଧାରଣ ସମ୍ପାଦକ ଦେବୀପ୍ରସାଦମିଶ୍ର ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ରଘୁନାଥପୁର ଗ୍ରାମପଞ୍ଚାୟତର ପୂର୍ବତନସରଂପଚ,ବରୀମୁଣ୍ଡପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସହ ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନର ଦାୟିତ୍ଵରେ ରହିଥିଲେ ପ୍ରତାପ।ରାଜଧାନୀ ଉପକଣ୍ଠ ୫ପଞ୍ଚାୟତର ଜଣାଶୁଣା ମୂରବୀଭାବେ ସେ ବେଶ୍ ପରିଚିତ ଥିଲେ।ବିଜେଡିର ସାଧାରଣସମ୍ପାଦକ ଭାବେ ତାଙ୍କ ନାମ ଘୋଷଣା ପରେ […]

ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ୱର,୬।୫(ଏସଏସନିଉଜ)ଭାରତୀୟ ଜନତାପାର୍ଟି(ବିଜେପି)ଖୁବ୍ ଶୀଘ୍ର ପଶ୍ଚିମବଙ୍ଗର ନୂତନମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି।ଶୁକ୍ରବାର ବିଜେପି ଏନେଇ ଏକ ବଡ଼ବୈଠକ କରିବ ଓ ଏହା ପରେ ବିଧାୟକଦଳ ନେତାଙ୍କନାମ ଘୋଷଣା ହେବାର ସମ୍ଭାବନାରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କୁ ପଶ୍ଚିମବଙ୍ଗର ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ଦେଇଛି ବିଜେପି।ବଙ୍ଗଳାରେ ବିଜେପି ୨୦୭ଟି ଆସନ ଜିତିଛି।ମେ ୯ରେହେବ ନୂଆ ସରକାରର ଶପଥଗ୍ରହଣ ଉତ୍ସବ।