Browsing category

ରାଜନୀତି

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ

ଭୁବନେଶ୍ୱର,୬।୫(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ।ଧାମ ଶଦ୍ଦ ହଟିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ବଙ୍ଗରେ ସରକାର ଗଠନ ପରେ ଓଡ଼ିଶା ସରକାର ଆରମ୍ଭ କରିବେ ଉଦ୍ୟମ।ହଜାର ହଜାର ଜଗନ୍ନାଥ ମନ୍ଦିର ଅଛି , କିନ୍ତୁ ସବୁ ଧାମ ନୁହେଁ।ମମତା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିଲେ।ବଙ୍ଗାଳୀ ଭକ୍ତଙ୍କୁ ପୁରୀ ଆସିବାକୁ ମନା କରାଯାଇଥିଲା , ଯାହାର ଫଳ ମମତା ଭୋଗିଛନ୍ତି ବୋଲି କହିଛନ୍ତି।

ଭୋଟ୍‌ ଚୋରି ହୋଇଛି,ଇସ୍ତଫା ଦେବିନି

ଭୁବନେଶ୍ୱର,୫।୫(ଏସଏସନିଉଜ)ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ।ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି।ଭାରତସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା।ସେ ତାଙ୍କ ଅଭିଯୋଗରେ କହିଛନ୍ତି ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି।ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ ଓ ଇସ୍ତଫା ଦେବିନି। ମୁଖ୍ୟମନ୍ତ୍ରୀ ନଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମମତା।

ଆଜିଠାରୁ ବଙ୍ଗଳା ବିକାଶର ଭରସାରେ ଯୁକ୍ତ ହୋଇଛି:- ମୋଦୀ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ ବିଜୟପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କଅଭିଭାଷଣରେ କହିଛନ୍ତିଯେ,ବଙ୍ଗଳାରେ ଅନୁପ୍ରବେଶ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନହେବ।ଆଜି ପଶ୍ଚିମବଙ୍ଗ ଭୟରୁ ମୁକ୍ତ ହୋଇଛି ।ଆଜି ଶ୍ୟାମାପ୍ରସାଦମୁଖାର୍ଜୀଙ୍କ ଆତ୍ମାକୁ ଶାନ୍ତିମିଳିଛି।ଶ୍ୟାମାପ୍ରସାଦ ମୁଖାର୍ଜୀ ଏକ ସମୃଦ୍ଧବଙ୍ଗଳାର ସ୍ବପ୍ନଦେଖିଥିଲେ।ଦେଶପାଇଁ ବଞ୍ଚିବା ଶିଖାଇଥିଲେ ଶ୍ୟାମାପ୍ରସାଦମୁଖାର୍ଜୀ ବୋଲି ମୋଦି କହିଥିଲେ।ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ପୁଷ୍ପମାଲ୍ୟଦେଇ ସମ୍ମାନିତ କରିବାକୁ ଯାଉଥିବାବେଳେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହାକୁ ନେଇ ନୀତିନ ନବୀନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେହିଭଳିଭାବେ ନିର୍ବାଚନରେ ଏଲଡ଼ିଏଫର ପରାଜୟପରେ ପଦଛାଡ଼ିଲେ ମୁଖ୍ୟମନ୍ତ୍ରୀ ପି.ବିଜୟନ।ରାଜ୍ୟପାଳ ଇସ୍ତଫାପତ୍ର […]

ବେଙ୍ଗଲରେ ଦିଦି ସରକାରର ପତନ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ‘ଦିଦି’ସରକାରର ପତନ ଘଟିଛି।ଗାଦିଚ୍ୟୁତ ହୋଇଛି କ୍ଷମତାସୀନ TMC।ରାଜ୍ୟରେ ପ୍ରଥମକରି ସରକାର ଗଢ଼ିବାକୁଯାଉଛି ବିଜେପି।ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି।କେବଳ ବିଧିବଦ୍ଧରେଜଲ୍ଟ ଘୋଷଣାକୁ ଅପେକ୍ଷା।ଏହାକୁ ନେଇ ପଶ୍ଚିମବଙ୍ଗରେ ବିଜେପିଶିବିରରେ ବିଜୟଉତ୍ସବ ଆରମ୍ଭ ହୋଇଯାଇଛି।

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା

ଭୁବନେଶ୍ୱର,୩।୫(ଏସଏସନିଉଜ)କେନ୍ଦୁଝରରେ ଭଉଣୀକଙ୍କାଳ ଧରି ଭାଇ ବ୍ୟାଙ୍କକୁ ଆଣିବା ଘଟଣାର ଅନ୍ୟଏକ ମୋଡ ଦେଖାଦେଇଛି।ଭଉଣୀପାଇଁ ଶୁଦ୍ଧି ହେବାକୁଥିବା ଜିତୁଙ୍କକାର୍ଯ୍ୟ ହୋଇପାରିନି।ଛେଳିକୁକୁଡ଼ା ଯୋଗାଡ଼ କରିପାରିଲେନି ବୋଲି ଶୁଦ୍ଧିକାର୍ଯ୍ୟ ସ୍ଥଗିତ ହୋଇଛି।ଜିତୁ କଙ୍କାଳ ବୋହିଥିଲେ ବୋଲି ଜାତିଧରିଲେ ସମ୍ପ୍ରଦାୟଭାଇ।ମଶାଣିରୁ ଶବଖୋଳି କଙ୍କାଳ ବୋହିଥିଲେ ବୋଲି ଜାତିଧରିଲେ।ଶୁଦ୍ଧିପରେ ଜାତିସମାଜ ସହ ମିଶିଥାନ୍ତେ ଜିତୁମୁଣ୍ଡା।ବୁଧବାର ଜାତି ସମାଜର ନିଷ୍ପତ୍ତିକ୍ରମେ ଶୁଦ୍ଧିପରେ ନିଜଜାତିରେ ମିଶିବେ ବୋଲି ଜଣାପଡିଛି।

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ଵର,୨।୫(ଏସଏସନିଉଜ)ପ୍ରକାଶପାଇଲା ଚଳିତବର୍ଷର ମାଟ୍ରିକ୍‌ ରେଜଲ୍ଟ।ଚଳିତବର୍ଷ ପାସ୍ ହାର ୯୫.୩୩ପ୍ରତିଶତ।୫ଲକ୍ଷ ୧୯ହଜାର୨୫୧ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ A1ରେ ୨୪୫୬,A2ରେ ୧୫,୬୮୧,B1ରେ ୪୩,୫୬୫,B2ରେ ୮୬,୧୦୩ ,Cରେ ୧,୨୯,୮୦୩,Dରେ ୧,୪୬,୧୫୨,Eରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।୩୩୧୦ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଟ ହୋଇଛି।୩୩୧୦ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଟହୋଇଛି।ଏଥର ଫର୍ମପୂରଣ କରିଥିଲେ ୫,୪୪,୬୭୦।ପରୀକ୍ଷା ଦେଇଥିଲେ୫,୩୬,୩୦୬ ପରୀକ୍ଷାର୍ଥୀ।ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କସଂଖ୍ୟା ୮୩୬୪।ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୧୯,୨୫୧।ଛାତ୍ରଛାତ୍ରୀଙ୍କୁ ରିଚେକିଂ ସୁଯୋଗ ରହିଛି।ରେଜଲ୍ଟ ବାହାରିବାର ମାସକ ଭିତରେ ରିଚେକିଂପାଇ BSE ପରୀକ୍ଷା ନିୟନ୍ତ୍ରକଙ୍କୁ ଆବେଦନ କରିପାରିବେ ବୋଲି କୁହାଯାଇଛି।

ସରିଲା ନିର୍ବାଚନ,ବଢିଲା ଗ୍ୟାସ୍

ଭୁବନେଶ୍ୱର,୧।୫(ଏସଏସନିଉଜ)ମାସଆରମ୍ଭରୁ ପୁଣି ଆରମ୍ଭ ହୋଇଛି ମହଙ୍ଗା ମାଡ଼।ଜଳିଲା ପକେଟ୍,ପୁଣି ବଢିଗଲା ଗ୍ୟାସ୍ ରେଟ।ପ୍ରାୟ ହଜାରେଟଙ୍କା ବଢିଛି ରନ୍ଧନଗ୍ୟାସ୍ ।ଏହାଫଳରେ ଆଉ ଛୁଇଁହେବନି ହୋଟେଲ କି ରେସ୍ତୋରାଁ ଖାଦ୍ୟ।୫କେଜିଆ ସିଲିଣ୍ଡର ବି ହୋଇଛି ମହଙ୍ଗା । ଏକାଥରକେ ପ୍ରାୟହଜାରେ ବଢ଼ିଲା LPGଦର।ଆଜିଠାରୁ କମର୍ସିଆଲ ଏଲପିଜି ସିଲିଣ୍ଡରଦର ପିଛା ୯୯୩ଟଙ୍କା ବୃଦ୍ଧି ପାଇଛି। ୧୯କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୯୯୩ଟଙ୍କା ବୃଦ୍ଧିପାଇଛି।ଏହି ବୃଦ୍ଧିସହ ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୩ହଜାର ୭୧ଟଙ୍କା୫୦ପଇସା ହୋଇଛି।ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନଶେଷ ହେଉହେଉ […]

ବାଲିଘାଟ ଲିଜଧାରୀଙ୍କ ବେଆଇନକାର୍ଯ୍ୟ ବନ୍ଦନହେଲେ ଆନ୍ଦୋଳନ

କଟକ,୨୮।୪(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ଥିବା ବାଲିଘାଟ ଲିଜଧାରିମାନଙ୍କ ମାନମାନିକୁ ବିରୋଧକରି ବାରଙ୍ଗ ଟ୍ରକ ମାଲିକ ସଂଘକଟକ ଖଣିଅଧିକାରୀଙ୍କୁ ଭେଟି ବିଭିନ୍ନ ଦାବିଉପରେ ସୋମବାର ଆଲୋଚନା କରିଛନ୍ତି।ଗାଡି ମାଲିକମାନଙ୍କ ଦାବିପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶଯେ,ଗତ କିଛିମାସ ହେବ ବାରଙ୍ଗ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଲିଜ ବାଲିଘାଟରେ ଲିଜଧାରିମାନେ ସରକାରଙ୍କ ନିୟମକୁ ଉଲଂଘନ କରୁଥିବାର ବାରଙ୍ଗ ଟ୍ରକ ମାଲିକସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଟ୍ରକ ମାଲିକ ସଂଘ ପକ୍ଷରୁ […]

ଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ:- ବିଭୂ

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂତରାଇଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏହାର ତଦନ୍ତଦାବି କରାଯାଇଛି।ଡିଏଫ୍‌ଓଙ୍କ ସହ ମୁଁ ନିଜେ କଥାହୋଇଥିଲି,କିପରି ଭଙ୍ଗାହେଲା ଜାଣିନିବୋଲି କହିଲେ।କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତହୋଇ କାର୍ଯ୍ୟାନୁଷ୍ଠାନହେଉ ବୋଲି ତରାଇ କହିଛନ୍ତି।ଏରସମା ଶିଆଳିକୁ ପର୍ଯ୍ୟଟନକ୍ଷେତ୍ର କରିବାରେ ଦାମବାବୁଙ୍କ ଅବଦାନ ବହୁତ।ଏପରିଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛିବୋଲି ସାଂସଦ ବିଭୂତରାଇ କହିଛନ୍ତି।

ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ମନା

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ପଞ୍ଜୀକରଣ ବ୍ୟବସ୍ଥାର ଅନୁପାଳନ ସୁନିଶ୍ଚିତପାଇଁ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶାରୀରିକ ଅସୁସ୍ଥତାକ୍ଷେତ୍ରରେ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ହୋଇପାରିବ।ଆଇନଗତ ଗିରଫଦାରୀକ୍ଷେତ୍ରରେ ମଧ୍ୟ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ନିବନ୍ଧନ ଅଫିସ୍‌ ଯିବାରେ ଅସମର୍ଥଙ୍କପାଇଁ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ଜରୁରୀମାମଲାକୁ ଛାଡ଼ି ଅନ୍ୟ ନିବନ୍ଧନ ପ୍ରକ୍ରିୟା ଅଫିସ୍‌ ବାହାରେ ହୋଇପାରିବନି ବୋଲି କୁହାଯାଇଛି।ଯୁକ୍ତିସଙ୍ଗତ ମାମଲା ଭିନ୍ନ ଅଫିସ୍‌ ବାହାରେ […]