ଭୁବନେଶ୍ୱର,୨୬।୪(ଏସଏସନିଉଜ)ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ପଞ୍ଜୀକରଣ ବ୍ୟବସ୍ଥାର ଅନୁପାଳନ ସୁନିଶ୍ଚିତପାଇଁ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶାରୀରିକ ଅସୁସ୍ଥତାକ୍ଷେତ୍ରରେ ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ହୋଇପାରିବ।ଆଇନଗତ ଗିରଫଦାରୀକ୍ଷେତ୍ରରେ ମଧ୍ୟ ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ନିବନ୍ଧନ ଅଫିସ୍ ଯିବାରେ ଅସମର୍ଥଙ୍କପାଇଁ ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ଜରୁରୀମାମଲାକୁ ଛାଡ଼ି ଅନ୍ୟ ନିବନ୍ଧନ ପ୍ରକ୍ରିୟା ଅଫିସ୍ ବାହାରେ ହୋଇପାରିବନି ବୋଲି କୁହାଯାଇଛି।ଯୁକ୍ତିସଙ୍ଗତ ମାମଲା ଭିନ୍ନ ଅଫିସ୍ ବାହାରେ ନିବନ୍ଧନ ଆଇନ୍ ସମୁଚିତନୁହେଁ।ବିଶେଷ ପରିସ୍ଥିତିରେ ଘରୋଇ ନିବନ୍ଧନ ପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ଅନୁମତି ଜରୁରୀ।ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଡ.ଅରବିନ୍ଦପାଢ଼ୀ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନଙ୍କୁ କଡ଼ାନିର୍ଦ୍ଦେଶ ଦେଇଛନ୍ତି।