କଟକ,୨୮।୪(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ଥିବା ବାଲିଘାଟ ଲିଜଧାରିମାନଙ୍କ ମାନମାନିକୁ ବିରୋଧକରି ବାରଙ୍ଗ ଟ୍ରକ ମାଲିକ ସଂଘକଟକ ଖଣିଅଧିକାରୀଙ୍କୁ ଭେଟି ବିଭିନ୍ନ ଦାବିଉପରେ ସୋମବାର ଆଲୋଚନା କରିଛନ୍ତି।ଗାଡି ମାଲିକମାନଙ୍କ ଦାବିପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ
ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ପ୍ରକାଶଯେ,ଗତ କିଛିମାସ ହେବ ବାରଙ୍ଗ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଲିଜ ବାଲିଘାଟରେ ଲିଜଧାରିମାନେ ସରକାରଙ୍କ ନିୟମକୁ ଉଲଂଘନ କରୁଥିବାର ବାରଙ୍ଗ ଟ୍ରକ ମାଲିକସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଟ୍ରକ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗଅନୁଯାୟୀ ବାଲିଘାଟକୁ ବାଲିଉଠାଣ ପାଇଁ ଆସୁଥିବା ଗାଡିମାନଙ୍କୁ ଉକ୍ତ ଘାଟପକ୍ଷରୁ କୌଣସି ଟ୍ରାଞ୍ଜିଟ ପାସ୍ ପ୍ରଦାନ କରାଯାଉନାହିଁ।ଫଳରେ ଗାଡ଼ିଚାଳକମାନେ ବିନା ଟ୍ରାଞ୍ଜିଟ ପାସରେ ରାସ୍ତାରେ ଗାଡ଼ିନେଇ ଯାଉଥିବା ସମୟରେ ଖଣିବିଭାଗ,ତହସିଲ ଏବଂ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି।ଯାହାଫଳରେ ଗାଡି ମାଲିକମାନଙ୍କୁ ମୋଟାଆଙ୍କର ଜୋରିମାନା ଦେବାକୁ ପଡ଼ୁଛି।ବ୍ୟବସାୟିକ କ୍ଷତି ଯୋଗୁ ଗାଡ଼ି ମାଲିକମାନେ ଅତିଷ୍ଠ ହୋଉ ପଡ଼ିଛନ୍ତି।ସରକାରୀ ଲିଜଧାରି ବାଲିଘାଟରୁ ବାଲି ନେଇ ଆସିବା ସତ୍ତ୍ୱେ ପ୍ରଶାସନର ଏଭଳି ଚଢ଼ାଉକୁନେଇ ଗାଡ଼ିମାଲିକମାନଙ୍କ ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିଗଲାଣି।ସେପଟେ ଖଣିବିଭାଗକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏଥିପ୍ରତି ସେମାନେ ଦୃଷ୍ଟିଦେଉନାହାନ୍ତି।ସୋମବାରଦିନ କଟକ ମଣ୍ଡଳର
ଖଣିଉପନିର୍ଦେଶକ କାର୍ଯ୍ୟାଳୟରେ ଅଧିକାରୀଙ୍କୁଭେଟି ବିଭିନ୍ନସମସ୍ୟା ଓ ଅଭିଯୋଗ ଉପରେ ଦୃଷ୍ଟିଆକାର୍ଷଣ କରିବା ସହ ବେଆଇନ୍ କାର୍ଯ୍ୟ କରୁଥିବା ବାଲିଘାଟର ଲିଜବାତିଲ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରକମାଲିକସଂଘ ପକ୍ଷରୁ ଦାବି କରାଯାଇଛି।ଯଦି ଆଗାମୀ ଦିନରେ ଖଣିବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟିନଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣକରିବାକୁ ପଛାଇବୁନାହିଁ ବୋଲି ସଙ୍ଘପକ୍ଷରୁ ଚେତାବନୀ ଦିଆଯାଇଛି।