ଭୁବନେଶ୍ୱର,୧।୫(ଏସଏସନିଉଜ)ମାସଆରମ୍ଭରୁ ପୁଣି ଆରମ୍ଭ ହୋଇଛି ମହଙ୍ଗା ମାଡ଼।ଜଳିଲା ପକେଟ୍,ପୁଣି ବଢିଗଲା ଗ୍ୟାସ୍ ରେଟ।ପ୍ରାୟ ହଜାରେଟଙ୍କା ବଢିଛି ରନ୍ଧନଗ୍ୟାସ୍ ।ଏହାଫଳରେ ଆଉ ଛୁଇଁହେବନି ହୋଟେଲ କି ରେସ୍ତୋରାଁ ଖାଦ୍ୟ।୫କେଜିଆ ସିଲିଣ୍ଡର ବି ହୋଇଛି ମହଙ୍ଗା ।
ଏକାଥରକେ ପ୍ରାୟହଜାରେ ବଢ଼ିଲା LPGଦର।ଆଜିଠାରୁ କମର୍ସିଆଲ ଏଲପିଜି ସିଲିଣ୍ଡରଦର ପିଛା ୯୯୩ଟଙ୍କା ବୃଦ୍ଧି ପାଇଛି। ୧୯କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୯୯୩ଟଙ୍କା ବୃଦ୍ଧିପାଇଛି।ଏହି ବୃଦ୍ଧିସହ ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୩ହଜାର ୭୧ଟଙ୍କା୫୦ପଇସା ହୋଇଛି।ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନଶେଷ ହେଉହେଉ ଜନତାଙ୍କୁ ଲାଗିଛି ଝଟକା।ମଧ୍ୟପ୍ରାଚ୍ୟରେ ଚାଲିଥିବାଉତ୍ତେଜନା ମଧ୍ୟରେ,ସରକାରୀ କମ୍ପାନୀଗୁଡ଼ିକ ସିଲିଣ୍ଡରର ମୂଲ୍ୟବୃଦ୍ଧି କରିଛନ୍ତି।