VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୮।୫(ଏସଏସନିଉଜ)ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କଲେ ସରକାର।ସୋସିଆଲ୍‌ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ।
ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ସତର୍କତା ଜରି କରୁଛନ୍ତି।ଗୃହବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଆସିଛି।ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଇଁ ଏନେଇ ସତର୍କ ସୂଚନା ଜାରି ହୋଇଛି।VVIPଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍‌ ହେଉଥିବାରୁ ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି।

Comments (0)
Add Comment