Browsing category

ରାଜନୀତି

ମୁଖ୍ୟଶାସନସଚିବଙ୍କୁ ଡେଙ୍ଗୁ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନା ଡେଙ୍ଗୁରେ ପୀଡ଼ିତ ହୋଇଥିବାର ଜଣାପଡିଛି ।ଡେଙ୍ଗୁରେ ପୀଡ଼ିତହୋଇ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  

ଆଜି ପୁଣି ଭାରତ-ପାକ ଲଢ଼େଇ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚାବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଥମ ମ୍ୟାଚାଦିନିକିଆ ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୪ ଥର ମୁହାଁମୁହିଁ ହେରାଇଥିଲେ ।ଆଜି ବି ମ୍ୟାଚରେ ବର୍ଷା ବାଧକ ସାଜିବାର ଆଶଙ୍କା ରଖାଯାଇଛି । ଯଦି ବର୍ଷା ହେବ ତେବେ ରିଜର୍ଭ ଡେରେ ମ୍ୟାଚ ହେବ ବୋଲି ଜଣାପଡିଛି ।

ଇସ୍ରୋର ଆଉ ଏକ ସଫଳତା

ଭୁବନେଶ୍ୱର,୧୦ା୯(ଏସଏସନିଉଜ)ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋକୁ ଆଉ ଏକ ସଫଳତାମିଳିଛି ।ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କରିଛି ଆଦିତ୍ୟL-1 ରାତି ୨ଟା୩୦ମିନିଟ ସମୟରେ କକ୍ଷପଥ ପରିବର୍ତ୍ତ କରିଛି ।-ଚତୁର୍ଥ କକ୍ଷପଥରେ ପ୍ରବେଶ କଲାମିଶନ ଆଦିତ୍ୟ L-1 ,ଚତୁର୍ଥ କକ୍ଷପଥ ପ୍ରବେଶ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।ପୃଥିବୀଠୁ ୭୧,୭୬୭ କିମି ଦୂରରେ ବୁଲୁଛି ଆଦିତ୍ୟL-1 ,ଆସନ୍ତା ୧୫ ତାରିଖରେ ବଦଳାଇବ ଚତୁର୍ଥ କକ୍ଷପଥ ବୋଲି କୁହାଯାଇଛି ।

ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିାସ୍ୱାଗତ ସମୟରେ କୋଣାର୍କଚକ୍ରର ମହତ୍ତ୍ୱ ମଧ୍ୟ ବୁଝାଇଛନ୍ତି ।ଆମେରିକା ରାଷ୍ଟ୍ରପତିଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଥିଲେ ମୋଦିା

ଜଟଣୀ ଖାସମାହଲ ଜମିସମସ୍ୟାର ସମାଧାନ ହେଲା

ଜଟଣୀ,୪।୯(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T  ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା । ଏ ସମସ୍ୟା ସଂପର୍କରେ ଜନସାଧାରଣ 5T ସଚିବଙ୍କୁ ଜଣାଇଥିଲେ । […]

ହସ୍ପିଟାଲରେ ଭର୍ତ୍ତିହେଲେ ସୋନିଆଗାନ୍ଧୀ

ଭୁବନେଶ୍ୱର,୩ା୯(ଏସଏସନିଉଜ) କଂଗ୍ରେସର ଅଧକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥଅବସ୍ଥା ସ୍ଥିର ଅଛି । ଗତକିଛିଦିନ ହେବ ସୋନୀଆ ଗାନ୍ଧୀସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତ । ସୂଚନା ଅନୁସାରେ ତାଙ୍କୁ ଜ୍ୱର ହୋଇଥିବାର ଜଣାପଡିଛି ।  

ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ

ଭୁବନେଶ୍ୱର,୩ା୯(ଏସଏସନିଉଜ)ଶୋଇରହିଛି ପ୍ରଜ୍ଞାନ । ପ୍ରଥମପର୍ଯ୍ୟାୟକାର୍ଯ୍ୟ ଶେଷକରି‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ନିଷ୍କ୍ରିୟ ଅବସ୍ଥାରେ ରଖାଯାଇଛି । ୧୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ଯ୍ୟୋଦୟହେଲେ ‘ରୋଭର୍ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି।‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ପ୍ଲେଲୋଡ୍‌କୁ ‘ସୁଇଚ୍ ଅଫ୍‌’ କରିଦିଆଯାଇଛି । ସେପ୍ଟେମ୍ବର ୨୨ରେ ହେବାକୁ ଥିବା ପରବର୍ତ୍ତୀସୂର୍ଯ୍ୟୋଦୟ ସମୟରେ ଯେମିତି ଆଲୋକଗ୍ରହଣ କରିପାରିବ, ସେମିତିଭାବେ ‘ସୋଲାର୍ ପାନେଲ୍‌’କୁ ରଖାଯାଇଛି। ‘ରିସିଭର୍‌’ ଅନ୍ […]

ପୂର୍ବତନ ବାଚସ୍ପତି ସୂର୍ଯ୍ୟପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୨ା୯ (ଏସଏସନିଉଜ) ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । ଏକ ଘରୋଇହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାତ୍ର ଶେଷନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଆଜି ସନ୍ଧ୍ୟା୭ଟା ୩୧ ମିନିଟରେ ଶ୍ରୀ ପାତ୍ରଙ୍କର ପରଲୋକ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ କିଛିଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ବିଜେଡି ଟିକେଟରେ ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହୋଇଥିବାବେଳେ ସେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା […]

ନୂଆବନ୍ତରେ ରକ୍ତଦାନ ଶିବିର

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା […]

ଭାରତ ଆସିବେନି ଜିନପିଙ୍ଗ୍

ଭୁବନେଶ୍ୱର,୩୧।୮(ଏସଏସ ନିଉଜ)ଭାରତ ଆସିବେନି ଚୀନ୍ ରାଷ୍ଟ୍ରପତି ସି- ଜିନପିଙ୍ଗ୍।ଆସନ୍ତା ସପ୍ତାହରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଆସିବେନି।ରଏଟର୍ସକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ପ୍ରଚାର ଚାଲିଛି।