Browsing category

ରାଜନୀତି

ପଞ୍ଚଭୂତରେ ଲୀନହେଲେ ଗୀତାମେହେଟା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାପଞ୍ଚଭୂତରେ ଲୀନ ହୋଇଛନ୍ତି ।ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ସିଂ ମେହେଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ , ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବହୁରାଜନେତା ଶ୍ମଶାନ ଘାଟରେ ଉପସ୍ଥିତଥିଲେ ।ଗତ ଶନିବାର ରାତିରେ […]

ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ […]

ଆଜି ଲୋକାର୍ପିତ ହେବ ନେତାଜୀ ଟର୍ମିନାଲ

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ଆଜି ଲୋକାର୍ପିତ ହେବାକୁ ଯାଉଛି କଟକ ନେତାଜୀ ଟର୍ମିନାଲାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଏହା ଲୋକାର୍ପଣ କରାଯିବ ।ଅପରାହ୍ନରେ କଟକରେ ଲୋକାର୍ପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ।୧୬ଏକରରୁ ଅଧିକଅଞ୍ଚଳରେ ନିର୍ମିତ ହୋଇଛି ବସ୍ ଟର୍ମିନାଲ ।ଏଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ବସ୍ ଟର୍ମିନାଲପାଇଁ ଖର୍ଚ୍ଚ ହୋଇଛି ୯୦କୋଟି ।

ବିଦ୍ୟାଳୟ ଚାରିପଟେ ବର୍ଷାପାଣି

ବାରଙ୍ଗ,୧୪ା୯(ଏସଏସନିଉଜ)ବାରଙ୍ଗବ୍ଳକ ଅଧିନସ୍ଥ କୁହ୍ନେଇଁପଡା ଗ୍ରାମପଂଚାୟତ ପାଟପୁରଗ୍ରାମ ହରିଜନସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ବର୍ଷାପାଣି ଜମି ରହିଛି।ଯାହାଫଳରେ ପିଲାମାନେ ଅସୁରକ୍ଷିତ ପରିବେଶରେ ପାଠ ପଢିବାକୁ ଯାଉଛନ୍ତି।ବର୍ଷାଦିନ ଆସିଲେ ବିଦ୍ୟାଳୟର ସ୍ଥିତି ଏହିପରି ଉପୁଜୁଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଦ୍ୟାବଧି କୌଣସି ପଦକ୍ଷପ ନିଆଯାଇଥିବାଭଳି ମାନେହେଉନି।ଯାହାଫଳରେ ପିଲାମାନେ ପାଣିରେ ପଶି ବିଦ୍ୟାଳୟକୁ ଯାଉଛନ୍ତି। ପ୍ରକାଶ ଯେ,ଏବେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି।ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ପାଟପୁରଗ୍ରାମ ହରିଜନ […]

୫ପଞ୍ଚାୟତରେ ଶିକ୍ଷାଦାନ ବାଧାପ୍ରାପ୍ତ

ବାରଙ୍ଗ, ୧୩ା୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବୀ ନେଇ ବୁଧବାର ଦିନ ଭୁବନେଶ୍ବର ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ।ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆନୁକୂଲ୍ୟରେ ଭୁବନେଶ୍ବର ବ୍ଲକ ତରଫର ପାଖାପାଖି ୧୨୦୦ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟରେ ଠିକା ନିଯୁକ୍ତି ଉଛେଦ ହୋଇଥିବାରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟମିତ […]

ଯଯାତିକେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଯଯାତି କେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ।ଏହିପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୪ ଶିକ୍ଷାବର୍ଷରୁ କାର‌୍ୟ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଏଥିନିମନ୍ତେ ୧୦୦ ସିଟ୍‌ରେ ନାମଲେଖାପାଇଁ ଘଗଉକୁ ଆବେଦନ କରିବେ ସରକାର ।  

ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର,୧୩ା୯(ଏସଏସନିଉଜ)ଭୁବନେଶ୍ୱରରେ ପହଁଚିଛନ୍ତି ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ ।ଏହି ଟିମ୍ ଭୁବନେଶ୍ୱରରେ ପହଁଚିବାପରେ ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି ।ଆଜି ଏହି ଟିମ୍ ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟରତାଲିକା ପ୍ରସ୍ତୁତିନେଇ ହେବଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା ।ତେବେ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା […]

ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବନାହିଁ । କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷାବିଭାଗପକ୍ଷରୁ ଆଜି ପ୍ରକାଶିତ ବାର୍ଷିକଶିକ୍ଷାକ୍ୟାଲେଣ୍ଡର ପ୍ରକାଶ କରାଯାଇଛି। କେତେଦିନ ପାଠପଢ଼ାହେବ, କେଉଁକେଉଁଦିନ ଛୁଟି ରହିବ, ଦଶହରାଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ କ୍ୟାଲେଣ୍ଡର ଉଲ୍ଲେଖ ‌ହୋଇଛି। କିନ୍ତୁ କ୍ୟାଲେଣ୍ଡରରେ ଛାତ୍ରସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟଅନୁମାନ କରାଯାଉଛିକି ଏଥର ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ।

ଉପସଭାପତି ପଦରୁ ହଟିଲେ ସୌମ୍ୟ

ଭୁବନେଶ୍ୱର,୧୨।୯(ଏସଏସନିଉଜ)ଗତ କିଛିଦିନ ଧରି ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ବିଜେଡି ଉପସଭାପତିପଦରୁ ସୌମ୍ୟ ପଟ୍ଟନାୟକଙ୍କୁ ହଟାଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏଥିରେ କୌଣସି କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ନିଜର ଖବର କାଗଜରେ ସଂପାଦକୀୟ ଲେଖି ସିଧା ସଳଖ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୌମ୍ୟ ।

ମୋମାଟି ମୋଦେଶକାର୍ଯ୍ୟକ୍ରମ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ପଞ୍ଚାୟତରେ ମୋ ମାଟି ମୋ ଦେଶକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ସମସ୍ତଙ୍କ ଘର ଅଗଣା ଓ ତୁଳସି ଚଉଁରାରୁ ମାଟି ଅଣାଯାଇଥିଲା । ଏହି ମାଟି ସହିଦମାନଙ୍କୁ ମନ ପକାଇବାପାଇଁ ଦିଲ୍ଲୀ ଅମ୍ଭୁତ ବାଟିକାକୁ ପଠାଯିବ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିଉପ-ସଭାପତି ଗୋଲୋକ ମହାପାତ୍ର. ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର. ଅନିତା ଶୁଭଦର୍ଶନୀ. ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା. ସମ୍ପାଦକ ଯଜ୍ଞ ନାରାୟଣ […]