Browsing category

ରାଜନୀତି

ମେଣ୍ଟ ହେବନାହିଁ କହିଲେ ମନମୋହନ

ଭୁବନେଶ୍ୱର,୨ା୮(ଏସଏସନିଉଜ)ରାଜ୍ୟରେ କୌଣସିମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ ସାମଲାବିଜେଡ଼ି ସମର୍ଥନ ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ଏହିଭଳି ମନ୍ତବ୍ୟ ରଖିଛନ୍ତି ।୨୦୦୯ମସିହାରୁ ବିଜେପି-ବିଜେଡ଼ିର ମେଣ୍ଟନାହିାଁ୧୪୭ବିଧାନସଭା ଓ ୨୧ ଲୋକସଭାସିଟ୍ ରେ ଗମ୍ଭୀର ଭାବେ ଲଢ଼ିବୁାଦାୟିତ୍ୱବାନ ବିରୋଧୀଦଳ ଭାବେ ଆମେ କର୍ତ୍ତବ୍ୟ ନିର୍ବାହକରିବୁା ରାଜ୍ୟରେ ଚାଲିଥିବା ଦୁର୍ନୀତି , ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବୁ ବୋଲି ମନମୋହନ କହିଛନ୍ତି ।

ବଦଳିଲେ ଜେଲର

ବାରଙ୍ଗ,୨୭।୭(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଶ୍ରମର ଜେଲର ଅଶୋକ କୁମାର ବେହେରାଙ୍କର ଏଠାରୁ ଦିଗପହଣ୍ଡି ଉପକାର ଗରକୁ ବଦଳି ହୋଇଛି ।ତାଙ୍କ ସ୍ଥାନରେ ଦିଗପହଣ୍ଡି ଜେଲର ଅମିୟ ବେହେରାଙ୍କର ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମକୁ ବଦଳି ହୋଇଛି ।ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବାପରେ କାରାଶ୍ରମର କଏଦୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

କଟକଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ

କଟକ,୨୬।୭(ଏସଏସନିଉଜ) ସଡ଼କପଥରେ କଟକଚଣ୍ଡୀମନ୍ଦିରକୁ ଯାଇ ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ରାଷ୍ଟ୍ରପତି ପହଁଚିବାପରେ ହୁଳୁହୁଳିରେ କମ୍ପିଉଠିଲା କଟକଚଣ୍ଡୀମନ୍ଦିରର ପରିବେଶ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ମିଶିଥିବାର ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଆସିବାର ସୁଚନା ରହିଥିବାରୁ ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।ତେବେ କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ […]

ସତର୍କକଲେ ହୀରାକୁଦ ଡ୍ୟାମକର୍ତ୍ତୃପକ୍ଷ

ହୀରାକୁଦ ,୨୧ା୭(ଏସଏସନିଉଜ) ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ରହିଥିବାବେଳେ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ତେବେଜୁଲାଇ ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛାଡ଼ିବାନେଇ ହୀରାକୁଦ ସତର୍କ କରାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକଯୋଗେ କରିଛନ୍ତି ସତର୍କ ।ବନ୍ୟା ଜଳ ଛାଡ଼ିବାବେଳେ ମହାନଦୀ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି […]

ପିଏସଓଙ୍କୁ ଠେଲାପେଲା

କୋଣାର୍କ, ୨୧ା୭(ଏସଏସନିଉଜ) ନିମାପଡ଼ାବିଧାୟକ ସମୀରଦାଶଙ୍କ ପିଏସଓଙ୍କୁ ସାଧାରଣଲୋକ ଠେଲାପେଲା କରିଥିବାର ଜଣାପଡିଛି । ସମୀରଙ୍କୁ ଲୋକ ବିରୋଧ କରୁଥିଲା ବେଳେ ପିଏସ୍‌ଓ ଅଟକାଇବାରୁ ତାଙ୍କୁ ଲୋକମାନେ ଠେଲାପେଲା କରିଥିଲେ ।ରାସ୍ତାକାମ ଶିଳାନ୍ୟାସକାର୍ଯ୍ୟକ୍ରମକୁ ଯାଇଥିବା ସମୀରଙ୍କୁ ବିରୋଧ କରାଯାଇଥିବାର ଜଣାପଡିଛି ।ରାସ୍ତା ନିର୍ମାଣସ୍ଥଳକୁ ନେଇ ବିରୋଧକରିଥିଲେ ଚକରଡ଼ାଗାଁ ଲୋକେ ।

ମହିଳାଙ୍କୁ ନିବସ୍ତ୍ରକରି ରାସ୍ତାରେ ଚଳାଇବା ଘଟଣା- ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର,୨୦।୭ (ଏସଏସନିଉଜ)ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ […]

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ଚନ୍ଦ୍ରଅଭିମୁଖେ ବାହାରିଲା ଚନ୍ଦ୍ରଯାନ-୩

ଭୁବନେଶ୍ୱର,୧୪।୭(ଏସଏସନିଉଜ)ଭାରତପାଇଁ ଗର୍ବ ଓ ଗୌରବର ଦିନ ସାଜିଛି ଚନ୍ଦ୍ରୟାନ-୩ ।ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । ସଫଳତାର ସହ କକ୍ଷପଥରେ ଅବସ୍ଥାପିତହୋଇଛି ।ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୫ରେ ହେଲା ଉତକ୍ଷେପଣ ଚନ୍ଦ୍ରଯାନ-୩। ୩୪୦ ଦିନର ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩।ଚନ୍ଦ୍ର ଅଭିମୁଖେ ବାହାରିଲା ‘ଚନ୍ଦ୍ରଯାନ-୩।ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହେଲା ଉତକ୍ଷେପଣ।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟର ଉତକ୍ଷେପଣ ହୋଇଛି।

ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିବେ ରାଷ୍ଟ୍ରପତି

କଟକ,୧୩ା୭(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୨୬ରେ କଟକ ଓଡ଼ିଶା ଉଚ୍ଚନ୍ୟାୟଳୟ, ଏସସିବିମେଡିକାଲ ଓ ଜାତୀୟ ଆଇନବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇସାରିବାପରେ କଟକ ଚଣ୍ଡୀମନ୍ଦିର ଯାଇ ମାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେରଖି କଟକରେ ପୁଲିସର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭଦ୍ରକମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିଉତ୍ସବ ଦୁଇଦିନଧରି ପାଳନ କରାଯାଉଥିବାରୁ ୨୭ରେ ମହାମହିମରାଷ୍ଟ୍ରପତିଙ୍କ ଗସ୍ତକାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି । ଭଦ୍ରକକଲେଜର ପ୍ଲାଟିମ୍ ଜୁବୁଲିଉତ୍ସବ ଦୁଇଦିନଧରି ଚାଲିବ। ପ୍ରଥମ ଦିନର […]

ଶିବରାଜସିଂହ ଚୌହାନଙ୍କ ମହାନତା

ଭୁବନେଶ୍ୱର,୬।୭(ଏସଏସନିଉଜ)ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁଡାକି କ୍ଷମାମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ। କ୍ୟାମେରାସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ।ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ।ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି।ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ […]