ବାରଙ୍ଗ,୧୪ା୯(ଏସଏସନିଉଜ)ବାରଙ୍ଗବ୍ଳକ ଅଧିନସ୍ଥ କୁହ୍ନେଇଁପଡା ଗ୍ରାମପଂଚାୟତ ପାଟପୁରଗ୍ରାମ ହରିଜନସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ବର୍ଷାପାଣି ଜମି ରହିଛି।ଯାହାଫଳରେ ପିଲାମାନେ ଅସୁରକ୍ଷିତ ପରିବେଶରେ ପାଠ ପଢିବାକୁ ଯାଉଛନ୍ତି।ବର୍ଷାଦିନ ଆସିଲେ ବିଦ୍ୟାଳୟର ସ୍ଥିତି ଏହିପରି ଉପୁଜୁଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଦ୍ୟାବଧି କୌଣସି ପଦକ୍ଷପ ନିଆଯାଇଥିବାଭଳି ମାନେହେଉନି।ଯାହାଫଳରେ ପିଲାମାନେ ପାଣିରେ ପଶି ବିଦ୍ୟାଳୟକୁ ଯାଉଛନ୍ତି।
ପ୍ରକାଶ ଯେ,ଏବେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି।ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ପାଟପୁରଗ୍ରାମ ହରିଜନ ସାହିରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏକ ପାର୍ଶ୍ଵରେ ପୋଖରୀ ଓ ଅନ୍ୟପଟେ ଚାଷ ଜମି ରହିଥିବାବେଳେ ବର୍ଷା ଜଳ ଚାରିପଟେ ପାଣି ଜମିରହୁଛି।ଫଳରେ ପିଲାମାନେ ନାହିଁନଥିବାର ସଂମୁଖୀନ ହୋଇ ଜମିରହିଥିବା ବର୍ଷା ଜଳରେ ପଶି ବିଦ୍ୟାଳୟକୁ ଯାଇଛନ୍ତି। ବର୍ଷାପାଣି ଜମିରହି ବିଦ୍ୟାଳୟ ପରିବେଷ ଦୁର୍ଗନ୍ଧମୟ ହେଉଛି । ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏହିଭଳି ସ୍ଥିତି ଉପୁଜୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।