ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରେଳ ବିଭାଗର କିଛି ବରିଷ୍ଠ ଅଧିକାରୀ ସ୍ଥିତି ପରଖିବା ପାଇଁ ନରାଜ – ମାର୍ଥାପୁର ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନ ମାଷ୍ଟରଙ୍କ ସହ ଆଲୋଚନା କରିବା ସହିତ ପାରିପାର୍ଶ୍ୱକ ସ୍ଥିତି ମଧ୍ୟ ତଦାରଖ କରଥିଲେ । ତେବେ ନରାଜ- ମାର୍ଥାପୁର ଷ୍ଟେସନ ଉପରେ ନିକଟବର୍ତ୍ତୀ ଗ୍ରାମର ଲୋକ ନିର୍ଭର କରିଥାନ୍ତି । ଏହି ଷ୍ଟେସନ ମଧ୍ୟରେ ଦୈନିକ ବହୁ ରେଳଗାଡ଼ି ଯାତାୟାତ କରିଥାଏ I ଯଦି ଷ୍ଟେସନ ସାମ୍ପ୍ରସାରଣ ହେବ ଏବଂ ଅଧିକ ଟ୍ରେନ ରହଣୀର ବ୍ୟବସ୍ଥା କରାଯିବ ତେବେ ଅଞ୍ଚଳବାସୀ ଉପକୃତ ହେବେ I

Comments (0)
Add Comment