Browsing category

ରାଜନୀତି

ଫୋନ୍‌ କଲ୍‌କୁ ଅପେକ୍ଷା

ଭୁବନେଶ୍ୱର,୨୦।୫(ଏସଏସ ନିଉଜ) କିଏ ହେବେ ନୂଆ ମନ୍ତ୍ରୀ। ବଢ଼ି ଚାଲିଛି ସସ୍‌ପେନ୍ସ।କାହାକୁ ଆସିବ ଫୋନ୍‌ କଲ୍‌ ।ସେନେଇ ଛାତି ଧଡ଼ଧଡ଼ ଆରମ୍ଭ ହୋଇଛି।ଫୋନ୍‌ କଲ୍ ଅପେକ୍ଷା ରେ ମନ୍ତ୍ରୀପଦ ଆଶାୟୀ ମନେ ଅଛନ୍ତି।କିଛି ବରିଷ୍ଠବିଧାୟକ ଭୁବନେଶ୍ୱର ଆସୁଥିବା ମଧ୍ୟ ସୂଚନା ମିଳିଛି।କାଲି ୯ଟା ୫୦ରେ ଲୋକସେବା ଭବନରେ ଶପଥ ଗ୍ରହଣ ଉତ୍ସବ ହେବ ।

ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର,୨୧।୫(ଏସଏସ ନିଉଜ)ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟ କଙ୍କ ଉପସ୍ଥିତିରେ ସକାଳ ୯:୫୦ରେ ଲୋକସେବା ଭବନରେ ରାଜ୍ୟପାଳ ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବା କାର୍ଯ୍ୟକ୍ରମ ରହିଛି ।ତେବେ ଆଜି କିଛିମନ୍ତ୍ରୀ ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୧୨ତାରିଖ ସନ୍ଧ୍ୟାରେ ହଠାତ ବାଚସ୍ପତି ବିକ୍ରମ ଆରୁଖ, ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରଠାରୁ […]

ସ୍ଥାୟୀ ପୋଲିସ ଚୟନବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ବର,୨୦ା୫(ଏସଏସନିଉଜ) ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସକାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। […]

ସୋମବାର ମନ୍ତ୍ରିମଣ୍ଡଳର ପୁନର୍ଗଠନ!

ଭୁବନେଶ୍ବର,୨୦ା୫(ଏସଏସନିଉଜ) ସୋମବାର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ। ଗସ୍ତ ସାରି ରାଜ୍ୟପାଳ କାଲି ଓଡ଼ିଶା ଫେରୁଥିବା ସୂଚନ ମିଳିଛି ।ଆସନ୍ତା ମେ ୨୨ରେ ରାଜ୍ୟରେ ହୋଇପାରେ ନୂଆମନ୍ତ୍ରୀ ମଣ୍ଡଳ ପୁନର୍ଗଠନ ।ସକାଳ ୯:୩୦ରେ ଶପଥ ନେବେ ନୂଆମନ୍ତ୍ରୀ । ଲୋକସେବା ଭବନର କନଭେନସନ୍ ହଲ୍‌ରେ ହେବ ଶପଥ ଗ୍ରହଣ ଉତ୍ସବ ।ଏବେ ଖାଲି ରହିଛି ୩ଟି ମନ୍ତ୍ରୀପଦ ।ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ।ମନ୍ତ୍ରୀପଦ ସହ ବାଚସ୍ପତି ପଦ ପାଇଁ […]

ବାଏବାଏ ଦୁଇହଜାର ନୋଟ !

ଭୁବନେଶ୍ୱର,୧୯ା୫(ଏସଏସନିଉଜ) ନେଣଦେଣରୁ ବିଦାୟନେବାକୁ ଯାଉଛି ୨ହଜାରଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ନୋଟ୍। ୨ହଜାର ଟଙ୍କିଆନୋଟ୍ ନେଇ ରିଜର୍ଭବ୍ୟାଙ୍କର ବଡ଼ ନିଷ୍ପତ୍ତି ନେଇଛି । ଥରକେ ସର୍ବାଧିକ ୨୦ହଜାରଟଙ୍କା ପର୍ଯ୍ୟନ୍ତ  ବଦଳାଇ ହେବ। ଆଉ ୨ହଜାରଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।ମେ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ। ୨୦୧୬ନଭେମ୍ବରରେ ୨ ହଜାର […]

ଖୁସି ମନାଇଲେ ଦାରୁଠେଙ୍ଗ ଗ୍ରାମବାସୀ

ବାରଙ୍ଗ,୧୭।୫(ଏସଏସନିଉଜ)ଆଶ୍ୱସ୍ତି ପାଇଲେ ଦାରୁଠେଙ୍ଗ ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ଧରି କରିଆସୁଥିବା ଦାବି ଶେଷରେ ସରକାର ଶୁଣିଛନ୍ତି । ଆଜି ଠାରୁ ଅର୍ଥାତ୍ ବୁଧବାର ଠାରୁ ସବୁଦିନ ପାଇଁ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଭୁଆସୁଣୀ ଡମ୍ପିଙ୍ଗ ୱାଡ ରେ ପଡ଼ୁଥିବା ଅଳିଆ ଆଉ ପଡ଼ିବ ନାହିଁ । ଯାହାକୁ ନେଇ ଗ୍ରାମବାସୀ ମାନେ ବେଶ୍ ଖୁସି ଥିବା ଜଣାପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଦାରୁଠେଙ୍ଗ ଯାତ୍ରା ପଡିଆ ଠାରେ ଆୟୋଜନ କରାଯାଇଥିଲା […]

ଏମିତି ଦିଶିବ କଟକ ଓ ପୁରୀ ରେଳଷ୍ଟେସନ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଏହା ହେଉଛି କଟକ ଓ ପୁରୀ ରେଳଷ୍ଟେସନର ଦୃଶ୍ୟ ।ନୁଆରୁପରେ ଶୋଭାପାଇବାକୁ ଯାଉଛି ଉଭୟ ରେଳଷ୍ଟେସନାଆସନ୍ତାକାଲି କଟକ ଓ ପୁରୀ ରେଳଷ୍ଟେସନ ନବୀକରଣ କାର‌୍ୟ୍ୟର ଶିଳାନ୍ୟାସ ହେବାକୁ ଯାଉଛି । ଉଭୟ ରେଳଷ୍ଟେସନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଯୋଗେ ଉଭୟ ଷ୍ଟେସନ କାର‌୍ୟ୍ୟର ଶିଳାନ୍ୟାସ କରିବେ ।

ଆମେରିକା ଯିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଷ୍ଟ୍ରପତି ଜୋ. ବାଇଡେନଙ୍କ ଆମନ୍ତ୍ରଣ କ୍ରମେ ଆମେରିକା ଯିବେ ପ୍ରଧାନମନ୍ତ୍ରୀାହ୍ୱାଇଟ୍ ହାଉସରେ ବାଇଡେନଙ୍କ ସହ ରାତ୍ରଭୋଜନ କାର‌୍ୟ୍ୟକ୍ରମ ରହିଥିବାର ଜଣାପଡିଛି ।

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୩।୫(ଏସଏସ ନିଉଜ)କାଲି ଓଡ଼ିଶାଆସୁଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ରାଇରଙ୍ଗପୁର ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟର କାର୍ଯ୍ୟସୂଚୀ ଆସି ପହଂଚିଛି। ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ।ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ।୪ଟା୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ।

ଭୁବନେଶ୍ବରରୁ ସିଧା ଦୁବାଇ

ଭୁବନେଶ୍ୱର,୩।୫(ଏସଏସ ନିଉଜ)ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।ତାଙ୍କ ସୂଚନା ମୁତାବକ ମେ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ ହେବ।ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ ବୋଲି କହିଛନ୍ତି।