Browsing category

ରାଜନୀତି

ଆମେରିକାସ୍କୁଲରେ ଗୁଳିମାଡ଼

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆମେରିକା ନାସଭିଲେର ଏକ ଘରୋଇ ସ୍କୁଲରେ ଗୁଳିମାଡ଼ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ୯ ବର୍ଷିୟ ଛାତ୍ର ଅଛନ୍ତି।ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି।

ଘର ଛାଡ଼ିବେ ରାହୁଲ

ଭୁବନେଶ୍ୱର,୨୭।୩(ଏସଏସ ନିଉଜ)ସାଂସଦପଦ ରଦ୍ଦପରେ ଘର ଛାଡ଼ିବାକୁ ରାହୁଲ ଗାନ୍ଧିଙ୍କୁ ନିର୍ଦ୍ଦେଶ ମିଳିଛି। ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ଲୋକସଭା ହାଉସିଂ କମିଟି। ରାହୁଲଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି।

ବବିଙ୍କୁ ୪ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ବିଜେଡ଼ିପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ସଭାପତି ନବୀନପଟ୍ଟନାୟକା BJD ସଂଗଠନସମ୍ପାଦକ ପ୍ରଣବପ୍ରକାଶଙ୍କୁ (ବବି)ଙ୍କୁ୪ , ଅତନୁ ଓ ଦିବ୍ୟଶଙ୍କରଙ୍କୁ୨ଟି ଲେଖାଏଁ ଜିଲ୍ଲା ଦାୟିତ୍ବ ମିଳିଛି ।ବବିଙ୍କୁ ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାର ଦାୟିତ୍ୱ ମିଳିଛି ।  

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ପ୍ରଥମ ଥରପାଇଁ ପଶ୍ଚିମବଙ୍ଗଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀମୁର୍ମୁ । କୋଲକାତା ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତକଲେ ରାଜ୍ୟପାଳ CV ଆନନ୍ଦବୋଷ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀା

ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଏପ୍ରିଲ୩ରୁ୯ତାରିଖଯାଏ ଜାପାନଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବୋ ଜାପାନର ପ୍ରମୁଖଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ।  

୨୯ଯାଏ ବର୍ଷା!

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନଜିଲ୍ଲାରେ ଆସନ୍ତା ୨୯ତାରିଖଯାଏ ବର୍ଷାହେବାର ସମ୍ଭାବନା ରହିଛି। ଏହାସହ ଆଜି ୧୩ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷାହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି। ଏସବୁ ଜିଲ୍ଲାରେ ବର୍ଷା ହେବାସହ ଘଡ଼ଘଡ଼ିହେବାର ସମ୍ଭାବନା ରହିଥିବାରୁ ୧୩ଜିଲ୍ଲାକୁ ପାଣିପାଗବିଭାଗ ୟେଲୋ ୱାର୍ଣିଂ ଜାରି କରିଛି।

ଡେରାସଠାରେ ବିଜୁଜନତାଦଳର କର୍ମୀସମ୍ମୀଳନୀ

ମେଣ୍ଢାଶାଳ,୨୬ା୩(ଏସଏସନିଉଜ) ମେଣ୍ଢାଶାଳଗ୍ରାମପଂଚାୟତରର ଡେରାସବନ୍ଧଠାରେ ରବିବାର ଅପରାହ୍ନରେ ଅର୍ଜ୍ଜୁନପରିଡାଙ୍କ ନେତୃତ୍ୱରେ ବିଜୁଜନତାଦଳର କର୍ମୀସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି ।ଜଟଣୀନିର୍ବାଚନମଣ୍ଡଳୀର୩୧ଗୋଟି ଗ୍ରାମପଂଚାୟତରେ ସଙ୍ଗଠନ ସୁଦୃଢକରିବାପାଇଁ ପରିଡାଙ୍କୁ ଦାୟିତ୍ୱଅର୍ପଣ କରାଯିବାକୁ ଦାବୀ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସଜ୍ଜନସିଂ ,ହୁଲାସ ଜେନା, ଟାଙ୍ଗିଆପଡାନାରିନେତ୍ରୀ କଲ୍ୟାଣିଦଳେଇ ,ପ୍ରିୟରଞନଭୋଇ, ଆଶିଷ ରଞନ ମହାପାତ୍ର, କାଳନ୍ଦିସ୍ୱାଇଁ,ପବିତ୍ରପରିଡା,ଛତାବରପଂଚାୟତର ନାରିନେତ୍ରୀ ପ୍ରଭାତିସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ ।ଏହି ସମ୍ମୀଳନୀରେ ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଓ ପୁରୁଷକର୍ମୀ ଯୋଗଦେଇଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

୨୦ହଜାର ଲୋକଙ୍କୁ ଗ୍ରାମକଣ୍ଠଜମିପଟ୍ଟା ଆବଣ୍ଟନକଲେ ମୁଖ୍ୟମନ୍ତ୍ରୀ

ଭୁଵନେଶ୍ବର,୨୬ା୩(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ଗଞ୍ଜାମଜିଲ୍ଲା ଗସ୍ତକରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗର ଆଦିସ୍ଥାନରେ ୨୦୦୦କୋଟି ଟଙ୍କାର ବିଭିନ୍ନପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୁର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା।ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ୨୦ହଜାରଲୋକଙ୍କୁ ଗ୍ରାମକଣ୍ଠଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।ଏହି ସବୁସ୍ଥାନରେ […]

ବିଶ୍ବ ମହିଳାବକ୍ସିଂରେ ଭାରତର ସଫଳତା

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଶ୍ବ ମହିଳାବକ୍ସିଂରେ ଭାରତର ନିଖାତ ଜରିନ୍‌ଙ୍କ ସଫଳତା ଅର୍ଜ୍ଜନ କରିଛନ୍ତି ।ଦ୍ବିତୀୟ ଥରପାଇଁ ସ୍ବର୍ଣ୍ଣପଦକ ଜିତିଛନ୍ତି ନିଖାତା ୨ ଥରର ଏସୀୟଚାମ୍ପିଅନ ଗୁୟେନ ଥିଟାମଙ୍କୁ ହରାଇ ଦେଶପାଇଁ ସ୍ବର୍ଣ୍ଣପଦକକୁ ଉତ୍ସର୍ଗ କରିଛନ୍ତି ନିଖାତ ଜରିନ୍ ।

ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଜେପି ରାଜ୍ୟକାର୍ଯ୍ୟାଳୟରେ  ନୂଆସଭାପତି ମନମୋହନସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ଦଳର ବରିଷ୍ଠନେତୃବୃନ୍ଦ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ସମ୍ବର୍ଦ୍ଧନାଉତ୍ସବରେ ଦଳୀୟସାଂସଦ ଓ ବିଧାୟକ ଙ୍କ ସମେତ ରାଷ୍ଟ୍ରୀୟଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ପୁରନ୍ଦେଶ୍ୱରୀ ,ବିରୋଧୀଦଳନେତା ଜୟନାରାୟଣମିଶ୍ର ଉପସ୍ଥିତ ଥିଲେ ।