Browsing category

ରାଜନୀତି

ଇସ୍ତଫା ଦେଲେ ଶରଦ ପାୱାର !

ଭୁବନେଶ୍ୱର,୨ା୫(ଏସଏସନିଉଜ)ମହାରାଷ୍ଟ୍ରର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶରଦପାୱାର ନିଜଦଳ ରାଷ୍ଟ୍ରବାଦୀ କଂଗ୍ରେସପାର୍ଟି (ଏନସିପି)ର ସଭାପତିପଦରୁ ଇସ୍ତଫା ଘୋଷଣା କରିଛନ୍ତି। ହଠାତ୍ ପାୱାରଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ରସମେତ ସମଗ୍ରଦେଶରେ ଚର୍ଚ୍ଚାରବିଷୟ ପାଲଟିଛି। ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ପରିଚିତ ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କିଏ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ଵ ନେବ ସେନେଇ କୌଣସି ସୂଚନା ମିଳିନାହିଁ।ଦେଶର ଅନ୍ୟତମ ବିରୋଧୀ ନେତା ଶରଦ ପାୱାର କଂଗ୍ରେସ ଠାରୁ ଅଲଗା ହୋଇ ନିଜର […]

ପଞ୍ଜାବରେ ଗ୍ୟାସ୍ ଲିକ୍

ଭୁବନେଶ୍ୱର,୩୦ା୪(ଏସଏସନିଉଜ)ପଞ୍ଜାବରେ ଗ୍ୟାସ୍ ଲିକ୍ ହେବାରୁ ୧୧ଜଣଙ୍କର ମୃତ୍ୟୁ ଘଟିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଶରୀରରଙ୍ଗ ନୀଳ ପଡିଯାଉଛି । କେଉଁ ପ୍ରକାର ଗ୍ୟାସ୍ ଲିକ୍ ଯୋଗୁଁ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରଭାବିତ ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।ଅନ୍ୟପଟେ ଉଦ୍ଧାର କାର‌୍ୟ୍ୟରେ ଏନଡିଆରଏଫ ସାମିଲ ହୋଇଥିବାବେଳେ ଘଟଣାସ୍ଥଳରେ ଡାକ୍ତରିଟିମ ପହଁଚିଥିବାର ଜଣାପଡିଛି ।

ମେଣ୍ଢାଶାଳ ସେବାସମବାୟ ସମିତିର ସମୀକ୍ଷା ବୈଠକ

ବାରଙ୍ଗ,୨୮।୪(ଏସଏସନିଉଜ) ମେଣ୍ଢାଶାଳଠାରେ ଥିବା ଖୋର୍ଦ୍ଧା କେନ୍ଦ୍ରବ୍ୟାଙ୍କ ଶାଖା ସମବାୟ ସମିତି ସଭାଗୃହରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ସମିତି ସଭାପତି ମହିନ୍ଦ୍ର କୁମାର ପ୍ରଧାନ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂ ସାମନ୍ତ,ସିଇଓ ବନଶ୍ରୀ ମଲିକ, ଜିଏମ ସନ୍ଦୀପ ପଟନାୟକ,ମେଣ୍ଢାଶାଳ ଶାଖା ପରିଚାଳିକା ନିଳିମା ଦାସ , ସୁପ୍ରଭାଇଜର ସନ୍ତୋଷ କୁମାର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳଶାଖା ଅଧୀନରେ ଥିବା ୬ଗୋଟି ସେବାସମବାୟସମିତିର […]

ଆଜି ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲରନ୍

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)ଆଜି ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍। ହାଓଡା ଓ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍‌। ହାଓଡ଼ାରୁ ସକାଳ ୬ଟା ୧୦ରୁ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ। ପୁଣି ପୁରୀରୁ ଦିନ ୧ଟା ୫୦ରେ ଛାଡ଼ି ହାଓଡାରେ ୮.୩୦ରେ ପହଞ୍ଚିବ ।ଖଡ଼ଗପୁର , ଭଦ୍ରକ , ଯାଜପୁର , କଟକରେ ୨ ମିନିଟ ଲେଖାଏ ରହିବ। କଟକ ପରେ ଭୁବନେଶ୍ୱର , ଖୋର୍ଦ୍ଧାରେ […]

ଭଗବତୀନଗର ପ୍ରିମିୟର ଲିଗ୍ ଉଦଘାଟିତ

ବାରଙ୍ଗ,୨୫।୪(ଏସଏସନିଉଜ) ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀନଗର ଗ୍ରାମମୁଣ୍ଡ ଅସ୍ଥାୟୀ ଖେଳପଡିଆରେ ମଙ୍ଗଳବାର ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ପ୍ରଥମ ଦିନରେ ୨ଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିଲା।ପ୍ରଥମ ମ୍ୟାଚ୍ ରୟାଲ ବ୍ଲାକ୍ କ୍ରିକେଟ୍ କ୍ଲବ ସହିତ ହିର୍ରୋସ୍ କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଟିତ ହୋଇଥିଲା।ଏଥିରେ ରୟାଲ ବ୍ଲାକ୍ କ୍ଲବ ୨ଓ୍ବିକେଟ ବିନିମୟରେ ୩୯ରନ୍ ସଂଗ୍ରହ କରି ହିର୍ରୋସ କ୍ଲବକୁ ହରାଇ କ୍ବାଟରଫାଇନାଲକୁ ପ୍ରବେଶ କରିଛି।ସେହିପରି ଦ୍ବିତୀୟ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ସମାବର୍ତ୍ତନ ଉତ୍ସବ

ଚନ୍ଦ୍ରଶେଖରପୁର,୨୬।୪(ଏସଏସନିଉଜ)ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରର ଉନତ୍ରିଂଶତମ ସମାବର୍ତ୍ତନ ଉତ୍ସବ ମହାସମାରୋହର ସହ ମଙ୍ଗଳବାର ରାତିରେ ପାଳିତ ହୋଇଯାଇଛ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଆନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାରରାଉତ,ଯୋଗାଚାର୍ଯ୍ୟ ଡଃ.ବିଶ୍ବରଞ୍ଜନରଥ,କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା ,ଭାରତୀୟ ଶିକ୍ଷା ପରିଷଦର ସଂପାଦକ ରବି ନାରାୟଣ ଜେନା ପ୍ରମୁଖଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ହେଉଥିବା ବିଭିର୍ଣ କାର‌୍ୟ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଆଜିର ଶିକ୍ଷା ବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ପିଲାମାନଙ୍କୁ ସଂସ୍କାରିତ […]

ସହିଦଙ୍କୁ ସମ୍ମାନ ଜଣାଇ ୭କିମି ଶୋଭାଯାତ୍ରା

ସାକ୍ଷୀଗୋପାଳ,୨୩ା୪(ଏସଏସନିଉଜ)ଅମର ରହେ ଅମର ରହେ.. ସହିଦ ଦେବାଶିଷ ଅମର ରହେ।ଏହି ନାରାବାଜିରେ ହଜାରହଜାର ଜନତା ସହିଦ ସୈନିକ ଦେବାଶିଷବିଶ୍ବାଳଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ପାଛୋଟି ନେଇଥିଲେ । ଏହାପରେ ‘ଗାର୍ଡ ଅଫ୍ ଅନର୍‌’ ସହିତ ରତ୍ନଚିରା ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଛନ୍ତି ଲାନ୍ସନାୟକ ଦେବାଶିଷ ବିଶ୍ବାଳ (ସାହିତ୍ୟ)। ଶନିବାରଦିନ ବିମାନଯୋଗେ ତାଙ୍କ ପାର୍ଥିବଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ।ସେଠାରୁ ସହିଦଙ୍କ ଗାଁ’ ସତ୍ୟବାଦୀ ଅଳଗୁମସ୍ଥିତ ଖଣ୍ଡାୟତସାହିକୁ ମରଶରୀର ନିଆଯାଇଥିଲା। […]

ଆଜି ରଥ ନିର୍ମାଣ ଅନୁକୂଳ

ପୁରୀ,୨୩ା୪(ଏସଏସନିଉଜ)ପରମ୍ପରାଅନୁଯାୟୀ ପବିତ୍ର ଅକ୍ଷୟତୃତୀୟା‌ରେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନକାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି। ତିନିରଥ ପାଇଁ ତିନି କାଠ ଶ୍ରୀମନ୍ଦିରକାର୍ଯ୍ୟାଳୟ ରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି। ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ […]

କାରକୁ ଧକ୍କାଦେଇ ଗଛରେ ପିଟିଲା ହାଇୱା

ବାରଙ୍ଗ, ୨୨।୪ (ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ନାଣ୍ଡିଆକଂଟା ନିକଟରେ ଶନିବାରରାତିରେ ଭାରସାମ୍ୟ ଏକ କାରକୁ ଧକ୍କାଦେଇଛି ହାଇୱା । ଓଡି ୦୨ଜେଡ୍ ୧୧୭୪ ନମ୍ବର ହାଇୱାଟି ତ୍ରିଶୂଳିଆରୁ ବାଙ୍କୀ ଅଭିମୁଖେ ଦୃତଗତିରେ ଯାଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇବା ଏହି ରାସ୍ତାରେ ଆସୁଥିବା ଓଡି ୦୫ଏଫ ୮୭୮୭ ନଂକାରକୁ ଧକ୍କାଦେଇଥିଲା ।କାରକୁ ଧକ୍କାଦେଇସାରିବାପରେ ରାସ୍ତାପାଶ୍ୱର୍ରେ ଥିବା ଏକ ଆମ୍ବଗଛରେ ପିଟିହୋଇ ଯାଇଥିଲା ।ଦୁର୍ଘଟଣାପରେ ହାଇୱାଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ବେଳେ କାରଚାଳକ ଗୁରୁତର […]

ଶୀଘ୍ର ପୂରଣହେବ ଡ୍ରାଇଭରଙ୍କ ଦାବି !

ଭୁବନେଶ୍ୱର,୨୨ା୪(ଏସଏସନିଉଜ) ଖୁବଶୀଘ୍ର ପୂରଣହେବାକୁ ଯାଉଛି ଡ୍ରାଇଭରଙ୍କ ଦାବି । ଡ୍ରାଇଭର କଲ୍ୟାଣବୋର୍ଡ ଗଠନହେବାନେଇ ନିଷ୍ପତି ହୋଇଛି । ଡ୍ରାଇଭର ଏକତା ମହାମଞ୍ଚର ଦାବି ନେଇ ଲୋକସେବା ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛିା ପରିବହନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟବୈଠକ ଶେଷ ହୋଇଛି । ବୈଠକରେ ମୁଖ୍ୟ ଶାସନସଚିବ, ପରିବହନସଚିବ, ଆଇନମନ୍ତ୍ରୀ, ଶ୍ରମମନ୍ତ୍ରୀଙ୍କସମେତ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲୋ ଡ୍ରାଇଭର କଲ୍ୟାଣବୋର୍ଡ ଗଠନ ନେଇ ବୈଠକରେ ନିଷ୍ପତ୍ତି ହେବାସହ ବୋର୍ଡରେ କିଏ ସଦସ୍ୟରହିବେ ସେନେଇ […]