Browsing category

ରାଜନୀତି

ଘର ଛାଡ଼ିଲେରାହୁଲ

କଟକ ,୨୨ା୪(ଏସଏସନିଉଜ) ଦିଲ୍ଲୀର୧୨, ତୋଗଲକରୋଡ଼ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିଛନ୍ତି କଂଗ୍ରେସନେତା ରାହୁଲଗାନ୍ଧି। ଲୋକସଭାସାଂସଦ ପଦରୁ ସେ ଅଯୋଗ୍ୟ ଘୋଷିତହେବାପରେ ସରକାରୀଘର ଛାଡ଼ିଦେଇଛନ୍ତି। ଆଜି ସେ ସରକାରୀଇଷ୍ଟେଟ୍ ଅଫିସରଙ୍କୁ ତାଙ୍କଘରର ଚାବି ପ୍ରଦାନକରି ମାଆଙ୍କସହ ଅନ୍ୟଘରକୁ ଚାଲିଯାଇଛନ୍ତି।  

ଧରିଲା ପୋଲିସ

ବାରଙ୍ଗ,୨୧।୪(ଏସଏସନିଉଜ)ରାମଦାସପୁର ରାଜସ୍ୱକାର୍ଯ୍ୟାଳୟଠାରୁ ମାତ୍ର କେଇହାତ ଦୁରରେ ଚାଲିଥିଲା ମୋରମଚୋରାଚାଳଣ ।ଦିନେକି ଦୁଇଦିନ ନୁହେଁ ,ଗତକିଛିମାସ ଧରି ଖୋଲାଖୋଲିଭାବେ ଚାଲିଥିଲା ଚୋରାରେ ମୋରମ ଚାଳଣ ।ସବୁଜାଣି ରାଜସ୍ୱବିଭାଗର ତଳଠାରୁ ବଡବାବୁମାନେ ଚୁପ ବସିଥିଲେ ।ଶେଷରେ ବାବୁମାନଙ୍କ ଭିତିରି କାରନାମା ଉପରୁ ପରର୍ଦା ଉଠାଇଛି ବାରଙ୍ଗ ପୋଲିସ ।ଗୁରୁବାର ବିଳମ୍ଭିତ ରାତିରେ ବାରଙ୍ଗପୋଲିସ ଚଢଉ କରି ୬ଟି ହାଇୱା, ୨ଟିଜେସିବି ମେସିନ, ଦୁଇବାଇକକୁ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି । ପ୍ରକାସଯେ, ଗତକିଛିମାସ ଧରି ଦିନରାତି ନିବିଘ୍ନରେ […]

ପୂର୍ବତନସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ,୨୧ା୪(ଏସଏସନିଉଜ) ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ ହୋଇଛି।ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସେ କଟକପୌରପାଳିକାର ପ୍ରାକ୍ତନଅଧ୍ୟକ୍ଷ ,ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ଅଧ୍ୟକ୍ଷ , ରାଜ୍ୟ ଅର୍ଥକମିସନର ଅଧ୍ୟକ୍ଷ ,ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ତ୍ରିଲୋଚନ କାନୁନଗୋ ଜଗତସିଂହପୁର ଲୋକସଭା ଆସନରୁ ସେ […]

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ

ସାକ୍ଷୀଗୋପାଳ,୨୧ା୪(ଏସଏସନିଉଜ) ଜମ୍ମୁକାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀରଯବାନ ଦେବାଶିଷବିଶ୍ୱାଳ ସହିଦ ହୋଇଛନ୍ତି ।ଦେବାଶିଷଙ୍କ ଘର ପୁରୀଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳରେ । ଏହାଜଣାପଡିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁରାଜନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏଥିରେ ୫ଜଣ ଯବାନ […]

ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ପିଏମ୍ ଆବାସରେ ଘରବଣ୍ଟା ବିଳମ୍ବକୁ ନେଇ ବିଜେପି ରାଜ୍ୟସରକାରଙ୍କୁ ସମାଲୋଚନା କରିଛି । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପିନେତା ପୃଥ୍ୱୀରାଜ ହରିଚନ୍ଦନ ।ରାଜ୍ୟକୁ ଆସିଥିବା ୯.୫୯ ଲକ୍ଷ ଆବାସ ବଣ୍ଟା ନହୋଇ ପଡ଼ିରହିଛିାଅଯୋଗ୍ୟ ଲୋକଙ୍କଠୁ ବିଜେଡ଼ିନେତା ୨୦ହଜାର ଲେଖାଏଁ ନେଇଛନ୍ତି!ତେଣୁ ତାଙ୍କନାଁ କାଟି ପାରୁନାହାନ୍ତିା ଯେଉଁଥିପାଇଁ ଘରନବାଣ୍ଟି ସମୟ ଗଡାଉଛନ୍ତିାଇଛାଶକ୍ତି ଥିଲେ ୧୫ଦିନରେ ତାଲିକାକରି ଘରବାଣ୍ଟନ୍ତୁାବର୍ଷାଦିନପୂର୍ବରୁ କାର‌୍ୟ୍ୟାଦେଶସାରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ ବୋଲି ହରିଚନ୍ଦନ […]

ସିବିଆଇ ଅଫିସ୍‌ରେ କେଜରିୱାଲ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ସିବିଆଇ ଅଫିସ୍‌ରେ ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ। ଦିଲ୍ଲୀ ମଦଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲ ହାଜର ହୋଇଛନ୍ତି। ସିବିଆଇର ସମନପରେ ହାଜର ହୋଇଛନ୍ତି କେଜରିୱାଲ ।ମୁଁ କିଛି ଭୁଲ୍ କରିନାହିଁ ତ ଲୁଚେଇବି କଣପାଇଁ ବୋଲି କହିଛନ୍ତି । ଉଈଓ ଯାହା ବି ପଚାରିବେ ସଚ୍ଚୋଟ୍ ଭାବେ ଉତ୍ତର ଦେବି ବୋଲି କହିଛନ୍ତି ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା  

ଚତୁର୍ଥଥର ପାଇଁ ପ୍ରସନ୍ନ ହେଲେ ସଭାପତି

ଖୋର୍ଦ୍ଧା,୯ା୪(ଏସଏସନିଉଜ) ମାବରୁଣେଇପୀଠସ୍ଥିତ ଡାକବଙ୍ଗଳାଠାରେ ଖୋର୍ଦ୍ଧାଜିଲ୍ଲା ନିଖିଳଉତ୍କଳ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀସଂଘ ପକ୍ଷରୁ ଜିଲ୍ଲାସମ୍ମିଳନୀ ଓ କର୍ମକର୍ତ୍ତାଚୟନ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଭୁବନେଶ୍ବରବ୍ଲକର ବରିଷ୍ଠକାର୍ଯ୍ୟନିର୍ବାହୀଅଧିକାରୀ ତଥା ସଂଘର ପୂର୍ବତନ ସଭାପତି ପ୍ରସନ୍ନ କୁମାରବାରିକଙ୍କ ସଭାପତିତ୍ବରେ ଆୟୋଜିତବୈଠକରେ ଖୋର୍ଦ୍ଧାଜିଲ୍ଲାର ୧୦ଟିବ୍ଲକର ୧୯୦ପଞ୍ଚାୟତରେ କାର୍ଯ୍ୟକରୁଥିବା ନିର୍ବାହୀଅଧିକାରୀଙ୍କ ସମସ୍ୟାସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନକର୍ମକର୍ତ୍ତା ଚୟନ କରାଯାଇଥିଲା।ଏଥିରେ ସର୍ବସମ୍ମତିକ୍ରମେ ଭୁବନେଶ୍ବରବ୍ଲକ ଅନ୍ତର୍ଗତ ବରିମୁଣ୍ଡପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀଅଧିକାରୀ ପ୍ରସନ୍ନକୁମାରବାରିକଙ୍କୁ ଚତୁର୍ଥଥରପାଇଁ ସଭାପତିଭାବେ ମନୋନୀତ କରାଯାଇଥିଲା ।ଉପ-ସଭାପତିଭାବେ ରବିନ୍ଦ୍ରକୁମାର ପୃଷ୍ଟି, ମନୋରଞନ ଜେନା,ଅନିତାମହାନ୍ତି,ସରସ୍ବତୀସେଠୀ,ସାଧାରଣ ସମ୍ପାଦକଭାବେ ଲାଲବିହାରୀର ଣଞିତ୍, କୋଷାଧ୍ୟକ୍ଷ […]

ଓଡ଼ିଶାରେ ପରିବର୍ତ୍ତନ ହେବ-ମନମୋହନ

ଭୁବନେଶ୍ୱର,୯।୪(ଏସଏସ ନିଉଜ)ରାଜ୍ୟରେ ବିଜେପି ସରକାର ଗଠନ ନେଇ ମନମୋହନ ସାମଲଙ୍କ ଦୃଢ଼ୋକ୍ତି କରିଛନ୍ତି। ଦିଲ୍ଲୀରୁ ଫେରିବାର ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ। ସେ କହିଛନ୍ତି ଓଡ଼ିଶାରେ ସରକାରପାଇଁ କେନ୍ଦ୍ରୀୟ ନେତା ସହଯୋଗ ଦେବେ ବୋଲି କହିଛନ୍ତି। ଓଡ଼ିଶାଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀନେତା ଜାଣିଛନ୍ତି।ଦିଲ୍ଲୀଗସ୍ତ ସଫଳ ହୋଇଛି ଓ କେନ୍ଦ୍ରୀୟନେତୃତ୍ବ ସିରିୟସ ଅଛନ୍ତି।ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନର ପ୍ଲାନ୍‌ ରହିଛି।କେନ୍ଦ୍ରରେ ପୁଣି ବିଜେପି ସରକାର କରିବ , ଓଡ଼ିଶାରେ ପରିବର୍ତ୍ତନ […]

ରାଜ୍ୟରେ ଆଗୁଆ ନିର୍ବାଚନ ନାହିଁ

ଭୁବନେଶ୍ୱର,୭।୪(ଏସଏସନିଉଜ)ରାଜ୍ୟରେ ଆଗୁଆ ନିର୍ବାଚନ କଳ୍ପନାଜଳ୍ପନାକୁ ଖଣ୍ଡନକଲେ ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କ PRO।ବିଭିନ୍ନ ସ୍ଥାନକୁ EVM ଆସିବା ଏକ ସାଧାରଣ ପ୍ରକ୍ରିୟା ବୋଲି କଗିଛନ୍ତି।ବିଭିନ୍ନ ମିଡିଆରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି। ଏଭଳି ଖବର ପ୍ରସାରଣରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।ଏହାସହଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ନିର୍ବାଚନ ପାଇଁ ଏପ୍ରିଲ ୧୩ରେ ହେବ ଗେଜେଟ ବିଜ୍ଞପ୍ତି , ମେ ୧୦ରେ ଭୋଟଗ୍ରହଣ ଓ ୧୩ରେ ଗଣତି […]

ସରିଲା ଅତାବିରା, ହିନ୍ଦୋଳ ଏନ୍ଏସି ନିର୍ବାଚନ

ବରଗଡ଼, ୪ା୪(ଏସଏସନିଉଜ) ସୋମବାରଦିନ ଅତାବିରା ଓ ଢେଙ୍କାନାଳଜିଲ୍ଲାର ହିନ୍ଦୋଳ ଏନ୍‌ଏସିର ୨୮ଟି ୱାର୍ଡରେ ଶାନ୍ତିଶୃଙ୍ଖଳାରସହ ମତଦାନ ଶେଷହୋଇଛି। ହିନ୍ଦୋଳଏନ୍‌ଏସିରେ ୮୮%ମତଦାନ ଓ ଅତାବିରାରେ ୭୪% ମତଦାନ ହୋଇଛି । ଅତାବିରା ଏନ୍‌ଏସିରେ ୧୨ଟିୱାର୍ଡର କାଉନସିଲର୍ ପଦବିପାଇଁ ୩୯ଜଣ ଓ ଅଧ୍ୟକ୍ଷପଦ ପାଇଁ ୪ଜଣ , ହିନ୍ଦୋଳଏନ୍‌ଏସିର ୧୬ଟିୱାର୍ଡର କାଉନସିଲର୍ ପଦବି ପାଇଁ ୫୦ଜଣ ଓ ଅଧ୍ୟକ୍ଷ ପାଇଁ ୩ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ଆସନ୍ତା ୫ରେଭୋଟ୍ ଗଣତି ହେବ ।