Browsing category

ରାଜନୀତି

ପାରାଦୀପରେ IOCL ରେହେବ ବଡ଼ନିବେଶ

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ପାରାଦୀପରେ IOCL କରିବ ସବୁଠାରୁ ବଡ଼ ନିବେଶ। ୬୧ ହଜାର ୭୭ କୋଟି ଟଙ୍କାର ହେବ ପେଟ୍ରୋକେମିକାଲ କମ୍ପେଲକ୍ସ। ଟ୍ବିଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।PM ମୋଦି ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଦେଳେ ଧନ୍ୟବାଦ । ପୂର୍ବ ଭାରତ ଓ ଓଡ଼ିଶାର ବିକାଶ ପାଇଁ ଦେଲେ ଧନ୍ୟବାଦ।

ଚାଲିଛି ଜଙ୍ଗଲୀଶାସନ

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି କହିଛନ୍ତି ନରସିଂହ ମିଶ୍ର।ଗୃହବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି।ଜଙ୍ଗଲୀଶାସନର ପ୍ରମାଣ ନବ ଦାସ ହତ୍ୟା, ଷଢ଼ଯନ୍ତ୍ରକାରୀ ଧରାପଡ଼ିନି ବୋଲି କହିଛନ୍ତି।୫୦ଦିନ ପରେ ବି କାରଣ ଅସ୍ପଷ୍ଟ, ଷଢ଼ଯନ୍ତ୍ରକାରୀ କିଏ କୁହାଯାଉନି’ ବୋଲି କହିଛନ୍ତି।

ଭୁବନେଶ୍ୱର ରେ ପହଞ୍ଚିଲେ ପଶ୍ଚିମବଙ୍ଗCM

ଭୁବନେଶ୍ୱର,୨୧।୩(ଏସଏସନିଉଜ) ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ପଶ୍ଚିମବଙ୍ଗ CM । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗCM ।-ଭୁବନେଶ୍ବରରୁ ପୁରୀ ଯିବେ ମମତା ବାନାର୍ଜୀ ।ଓଡ଼ିଶାଗସ୍ତ ପୂର୍ବରୁ କୋଲକାତାରେ ମମତା  ମୁଖ୍ୟମନ୍ତ୍ରୀ ନବୀନଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।ନବୀନଙ୍କ ସହ ସାକ୍ଷାତକାର ସୌଜନ୍ୟମୂଳକ ।ଦେଖାଯାଉ କ’ଣ ହେଉଛି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଭୁବନେଶ୍ୱରରୁ ସଡ଼କ ପଥରେ ମମତା ପୁରୀ ଯିବେ।

ଏପ୍ରିଲ ୬ରୁ BJPର ଘରଘର ଚାଲ ଅଭିଯାନ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଏପ୍ରିଲ ୬ରୁ BJP ଓବିସି ମୋର୍ଚ୍ଚାର ଗାଁଗାଁ ଚାଲ, ଘରଘର ଚାଲ ଅଭିଯାନ ଆରମ୍ଭ ହେବାକୁ ଯାଉଛି lଏହି ୯ ଦିନିଆ ଅଭିଯାନରେ ୧ଲକ୍ଷଗାଁ ଓ ୧୦ ଲକ୍ଷ ଘରେ ପହଞ୍ଚିବ ଦଳ lମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ lପ୍ରେସମିଟରେ ଦଳର ଓବିସିମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି l

ହସ୍ପିଟାଲରେ ଭୋଗରାଇବିଧାୟକ ଓ ବ୍ରଜରାଜନଗର ବିଧାୟିକା

ଭୁବନେଶ୍ୱର ,୧୪ା୩(ଏସଏସନିଉଜ) ଭୋଗରାଇବିଧାୟକ ଅନନ୍ତଦାସ ଅସୁସ୍ଥ ହୋଇ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ପହଞ୍ଚି ବିଜେଡି ସହ ବିଭିନ୍ନଦଳର ବହୁନେତା ବିଧାୟକ ଅନନ୍ତଦାସଙ୍କୁ ଭେଟିବା ସହ ଆଶୁଆରୋଗ୍ୟ କାମନା କରିଛନ୍ତି ।ସେହିଭଳିଭାବେ ବ୍ରଜରାଜନଗର ବିଧାୟିକା ଅଳକାମହାନ୍ତି ଅସୁସ୍ଥ ହୋଇ ଆପୋଲୋହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲଯାଇ ବିଧାୟିକାଙ୍କୁଭେଟି ଆଶୁଆରୋଗ୍ୟ କାମନାକରିଛନ୍ତି ୫ଞ ସଚିବ ଭିକେ ପାଣ୍ଡିଆନା

ରେକର୍ଡକଲେ ରୋହିତଶର୍ମା

ଭୁବନେଶ୍ୱର,୧୧ା୩(ଏସଏସନିଉଜ) ଆଜି ଅହମଦାବାଦସ୍ଥିତ ନରେନ୍ଦ୍ରମୋଦୀ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ‘ବର୍ଡର୍‌-ଗାଭାସ୍କର୍ ଟେଷ୍ଟମ୍ୟାଚର ୩ୟଦିନରେ ରୋହିତଶର୍ମା ୧୭,୦୦୦ଆର୍ନ୍ତଜାତିକ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।ଯାହାଫଳରେ ୧୭,୦୦୦ଆନ୍ତର୍ଜାତିକ ରନ୍ ପୂରଣକରିବାରେ ରୋହିତ ହେଉଛନ୍ତି ୭ମ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍ । ପୂର୍ବରୁ ଆନ୍ତର୍ଜାତିକକ୍ରିକେଟ୍‌ରେ ୬୬୪ଟିମ୍ୟାଚ୍‌ରେ ସଚିନତେନ୍ଦୁଲକର୍ ,ବିରାଟ କୋହଲି , ରାହୁଲ୍ ଦ୍ରାବିଡ଼ , ସୌରଭ ଗାଙ୍ଗୁଲୀ , ଏମ୍‌ଏସ୍ ଧୋନିଙ୍କ ନାମ ରହିଥିଲା ।

ଓଡିଶା ଆସିବେ ବିଜେପି ଚାଣକ୍ୟ 

ଭୁବନେଶ୍ୱର,୧୧ା୩(ଏସଏସନିଉଜ)ଅମିତଶାହା ଓଡ଼ିଶା ଆସୁଛନ୍ତି । ଦିନିକିଆ ଗସ୍ତରେ ୨୬ରେ ଓଡିଶା ଆସିବେ । ଭଦ୍ରକଜିଲ୍ଲା ଆରଡ଼ି ଆଖଣ୍ଡଳମଣୀପୀଠକୁ ଯାଇ ବାବାଙ୍କ ଦର୍ଶନ ଲାଭ କରିବାପରେ ଧାମନଗର ବିଧାନସବା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡିଆରେ ବିରାଟ ସାଧାରଣ ସଭା କରିବା ସହିତ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁସମ୍ବୋଧିତ କରିବେ ଶାହା । ସେଠାରେ ବିଜେପିର କର୍ମୀମାନଙ୍କୁ ଭେଟିବା ସହିତ ସେମାନଙ୍କୁ ଗୁରୁମନ୍ତ୍ର ଦେବେ ଗୃହମନ୍ତ୍ରୀ ।

ପଦ୍ମ ଧରିଲେ ଜିନା

ବାଲେଶ୍ବର, ୧୧ା୩(ଏସଏସନିଉଜ) ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ରପାଣିଗ୍ରାହୀ । ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ମିଶ୍ରଣପର୍ବରେ ସାମିଲ୍ ହୋଇଛନ୍ତି। ଜିନା,ରୁଦ୍ରଙ୍କସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ ।  

ଲାଲୁଙ୍କ ଘରେ ଇଡିର ରେଡ୍

ଭୁବନେଶ୍ୱର, ୧୧ା୩(ଏସଏସନିଉଜ) ଲାଲୁଯାଦବ ଓ ତାଙ୍କ ପରିବାରସଦସ୍ୟଙ୍କ ଘରେ ଇଡିର ରେଡ୍ ହୋଇଛି ।ନଗଦ ୫୩ ଲକ୍ଷ ଟଙ୍କା, ୨ କେଜିରୁ ଅଧିକ ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି । ଏହି ଚଢାଉସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ ।କେନ୍ଦ୍ରୀୟ ସୁରକ୍ଷାବଳ ଏସକର୍ଟରେ ଇଡି ଏକକାଳୀନ ୨୪ଟିସ୍ଥାନରେ ଚଢାଉ କରିଛି ।