Browsing category

ରାଜନୀତି

ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ୍

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ୍। ଘୋଷଣା ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ। ସକାଳ ୧୧.୩୦ରେ ଘୋଷଣା କରିବେ ନିର୍ବାଚନ କମିଶନା

ଆସିଲା ରଥଦଉଡି ,ଟଣାହେବ ରୁକୁଣାରଥ

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାା ଅଢ଼େଇଘଣ୍ଟା ନୀତିବିଳମ୍ବରେ ଚାଲିଥିବା ବ୍ରାହ୍ମଣନିଯୋଗସମ୍ପାଦକ ବିରଞ୍ଚିପତି ଦେଇଛନ୍ତି ସୂଚନାା ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିରେ ବିଳମ୍ବ ହୋଇଛି ।ଧାର୍ଯ୍ୟସମୟ ସାଢ଼େ୩ଟାରେ ରଥଟଣା ଆରମ୍ଭ ସମ୍ଭବନୁହେଁ ବୋଲି ପତି କହିଛନ୍ତି ।ଅନୟପଟେ ଆସି ପହଁଚିଛି ରଥଦଉଡି । ଏଇଥିରେ ବନ୍ଧାହେଇ ଟଣାହେବ ରୁକୁଣାରଥ ।ରାମେଶ୍ୱରମନ୍ଦିର ଯିବେ ପ୍ରଭୁଲିଙ୍ଗରାଜ ।ଅପରାହ୍ଣ ୩ଟାରେ ଟଣାଯିବ ବାବାଲିଙ୍ଗରାଜଙ୍କ ରୁକୁଣାରଥ। ସାଢେ୧୨ଟାରୁ ହେବ ପହଣ୍ଡି ବୋଲି ପୁର୍ବ ନିଷ୍ପତି ହୋଇଥିଲା […]

୧୦ବର୍ଷରେ ୬ମହାବଳବାଘ ମୃତ୍ୟୁ

ଭୁବନେଶ୍ବର,୨୮।୩(ଏସଏସ ନିଉଜ)ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୬ ମହାବଳବାଘଙ୍କ ମୃତ୍ୟୁ ଘଟିଛି।ମୃତ ୬ଟି ମଧ୍ୟରୁ ୩ଟି ମହାବଳବାଘ ଶିକାରୀଙ୍କ ଦ୍ୱାରା ମରିଛନ୍ତି।ତାରା ବାହିନୀ ପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି।

ଟେନିସସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେଣ୍ଟରରେ ଜୁନିୟର ITF ଏସିଆନ ଟେନିସ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭହେବ ଖେଳ । ଏନେଇ କ୍ରୀଡା ସଚିବ ଭିନୀଲ କ୍ରୀଷ୍ଣାଙ୍କ ସୂଚନା ଦେଇଛନ୍ତି।

ଆମେରିକାସ୍କୁଲରେ ଗୁଳିମାଡ଼

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆମେରିକା ନାସଭିଲେର ଏକ ଘରୋଇ ସ୍କୁଲରେ ଗୁଳିମାଡ଼ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ୯ ବର୍ଷିୟ ଛାତ୍ର ଅଛନ୍ତି।ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି।

ଘର ଛାଡ଼ିବେ ରାହୁଲ

ଭୁବନେଶ୍ୱର,୨୭।୩(ଏସଏସ ନିଉଜ)ସାଂସଦପଦ ରଦ୍ଦପରେ ଘର ଛାଡ଼ିବାକୁ ରାହୁଲ ଗାନ୍ଧିଙ୍କୁ ନିର୍ଦ୍ଦେଶ ମିଳିଛି। ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ଲୋକସଭା ହାଉସିଂ କମିଟି। ରାହୁଲଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି।

ବବିଙ୍କୁ ୪ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ବିଜେଡ଼ିପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ସଭାପତି ନବୀନପଟ୍ଟନାୟକା BJD ସଂଗଠନସମ୍ପାଦକ ପ୍ରଣବପ୍ରକାଶଙ୍କୁ (ବବି)ଙ୍କୁ୪ , ଅତନୁ ଓ ଦିବ୍ୟଶଙ୍କରଙ୍କୁ୨ଟି ଲେଖାଏଁ ଜିଲ୍ଲା ଦାୟିତ୍ବ ମିଳିଛି ।ବବିଙ୍କୁ ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାର ଦାୟିତ୍ୱ ମିଳିଛି ।  

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ପ୍ରଥମ ଥରପାଇଁ ପଶ୍ଚିମବଙ୍ଗଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀମୁର୍ମୁ । କୋଲକାତା ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତକଲେ ରାଜ୍ୟପାଳ CV ଆନନ୍ଦବୋଷ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀା

ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଏପ୍ରିଲ୩ରୁ୯ତାରିଖଯାଏ ଜାପାନଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବୋ ଜାପାନର ପ୍ରମୁଖଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ।  

୨୯ଯାଏ ବର୍ଷା!

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନଜିଲ୍ଲାରେ ଆସନ୍ତା ୨୯ତାରିଖଯାଏ ବର୍ଷାହେବାର ସମ୍ଭାବନା ରହିଛି। ଏହାସହ ଆଜି ୧୩ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷାହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି। ଏସବୁ ଜିଲ୍ଲାରେ ବର୍ଷା ହେବାସହ ଘଡ଼ଘଡ଼ିହେବାର ସମ୍ଭାବନା ରହିଥିବାରୁ ୧୩ଜିଲ୍ଲାକୁ ପାଣିପାଗବିଭାଗ ୟେଲୋ ୱାର୍ଣିଂ ଜାରି କରିଛି।