Browsing category

ରାଜନୀତି

ମାଟିତଳେ ରହିଛି ସୁନାପଥର

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଓଡ଼ିଶାର ଦେବଗଡ଼ , କେନ୍ଦୁଝର , ମୟୂରଭଂଜର ଆଦି ୩ଜିଲ୍ଲାର ବିଭିନ୍ନଅଞ୍ଚଳରେ ମାଟିତଳେ ଗଛିତରହିଛି ସୁନାପଥର । ଖଣି ଓ ଭୂତତ୍ତ୍ବନିର୍ଦ୍ଦେଶାଳୟ ଏବଂ ଏଝଓ ଅନୁସନ୍ଧାନରୁ ଏହା ଜଣାପଡ଼ିଛି । ସୁଧିରସାମଲଙ୍କ ପ୍ରଶ୍ନରେ ଖଣିମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ ଦେଇଛନ୍ତି ଏହି ଉତ୍ତରା

ମନ୍ତ୍ରୀଙ୍କ ଅପିଲ୍ !

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ମାର୍ଚ୍ଚ୧ରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଅସହଯୋଗ କରିବାକୁ ଶିକ୍ଷକ ସଂଘ ଘୋଷଣା କରିଛି। ସରକାର ଦାବିନମାନିଲେ ଆମରଣ ଅନଶନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ଓ ଏହାସହ ପରୀକ୍ଷା ମଧ୍ୟ ବର୍ଜନକରିବାକୁ ଧମକ ଦିଆଯାଇଛି । ପିଲାମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିବା ସହପରୀକ୍ଷାରେ ସହଯୋଗ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ସମୀରଦାଶା  

କାଲି ବିଧାନସଭା ଘେରିବ କରିବ ବିଜେପି

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଆସନ୍ତାକାଲି ବିଧାନସଭା ଘେରିବ ବିଜେପିଯୁବମୋର୍ଚ୍ଚା ।ନବଦାସ ହତ୍ୟାମାମଲାର ଜବାବ ମାଗିବାକୁ ଘେରିବ ବିଧାନସଭା ।ରାଜ୍ୟର ପ୍ରତ୍ୟେକଜିଲ୍ଲାରୁ ଯୁବକ ଏକାଠିହୋଇ ଘେରାଉ କରିବୋଘେରାଉନେଇ ବିଜେପି ସାଧାରଣସଂପାଦକ ଗୋଲକମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୬।୨(ଏସଏସ ନିଉଜ)ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ lମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ lଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି l୧୯୮୯ ବ୍ୟାଚ୍‌ର IAS ଅଫିସର ପ୍ରଦୀପ ଜେନା lବର୍ତ୍ତମାନ ସେ SRC ଦାୟିତ୍ୱରେ ଅଛନ୍ତି lସେପଟେ ଆସନ୍ତା ୨୮ରେ ଅବସର ନେବେ CS ସୁରେଶ ମହାପାତ୍ର l

ବାହାହେବେ ଦିବ୍ୟଶଙ୍କର !

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଆଜି ବାହା ହେବେ ଜୁନାଗଡର ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁର ପ୍ରିୟଙ୍କାଅଗସ୍ତିଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ପୁରୀନିକଟ ଏକ ରିସର୍ଟରେ ନଜର ଆସିଲେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କାା

ଶୋଭାଯାତ୍ରାରେ ଯାଇ

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ମଦଦୁର୍ନୀତି ମାମଲାରେ ଦିଲ୍ଲୀଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସିବିଆଇରେ ହାଜର ହୋଇଛନ୍ତି । ସିସୋଦିଆ ସିବିଆଇରେ ହାଜରହେବା ପୂର୍ବରୁ ଆପ୍ ସମର୍ଥକଙ୍କଗହଣରେ ଏକ ଶୋଭାଯାତ୍ରାରେ ଘରୁବାହାରିଥିଲେ ।ଗତବର୍ଷ ଆମ୍ ଆଦମୀପାର୍ଟି ସରକାର ଦିଲ୍ଲୀରେ ନୂଆ ମଦ ବିକ୍ରିନୀତି ପ୍ରଣୟନ କରିବାପଛରେ କୋଟିକୋଟି ଟଙ୍କାର ସ୍କାମ ରହିଥିବା ଅଭିଯୋଗକରିଥିଲେ ବିରୋଧୀ ।ଗତବର୍ଷ ଦିଲ୍ଲୀଲେଫ୍ଟନାଣ୍ଟଗଭର୍ଣ୍ଣର ଭି.କେ.ସାକ୍ସେନା ଏହାର ସିବିଆଇତଦନ୍ତ ନିର୍ଦ୍ଦେଶ ଦେଇଥିଲେ.

ରାଜନୀତିରୁ କେବେଅବସର ନେଇନଥିଲି କି ନେବିନି!

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଏବେ ରାଜନୀତିରୁ ସନ୍ନ୍ୟାସ ନେବେନିବୋଲି ଖୋଦ୍ ସୋନିଆଗାନ୍ଧୀ ଏହା ସ୍ପଷ୍ଟକରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ରିଟାୟର ହୋଇନଥିଲେ କି ଆଗକୁ ବି ହେବେନାହିଁ। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତିା

ବିଜେପିର ବୁଥ୍ ସଶକ୍ତୀକରଣ କର୍ମଶାଳା

ଭୁବନେଶ୍ୱର,୨୫ା୨(ଏସଏସନିଉଜ) ବିଜେପିର ରାଜ୍ୟକାର୍ଯ୍ୟାଳୟରେ  ରାଜ୍ୟସ୍ତରୀୟ ବୁଥ୍ ସଶକ୍ତୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।୩୬ହଜାର ବୁଥରେ ସଂଗଠନ ମଜଭୂତ ପାଇଁ ଉଦ୍ୟମ କରାଯାଇଛି । କେନ୍ଦ୍ରୀୟଯୋଜନା ବାବଦରେ ଲୋକଙ୍କୁ ବୁଝାଇବା ଲାଗି ଗୁରୁମନ୍ତ୍ର ଦିଆଯାଇଛି ।ବୈଠକରେ କ୍ଷେତ୍ରୀୟପ୍ରଭାରୀ ସୁନୀଲ ବଂଶଲଙ୍କ ସମେତ ରାଜ୍ୟବିଜେପିନେତାମାନେ ଉପସ୍ଥିତଥିଲେ ।

ଏଣିକି କିନ୍ନରମାନେ ସରକାରୀ ଚାକିରି କରିପାରିବେ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ଏଣିକି କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବୋ ସରକାର ଲାଗୁ କଲେ ନୂଆ ନିୟମ ।ପୂର୍ବରୁ ସରକାରୀଚାକିରି କେବଳ ପୁରୁଷ ଓ ମହିଳାଶ୍ରେଣୀଙ୍କ ପାଇଁ ଉପଲବ୍ଧ ରହିଥିଲା ।ଏଣିକି ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଚାକିରି କ୍ଷେତ୍ରରେ ଏହି ସୁବିଧା ପାଇପାରିବେ ।ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଏକ ନୂଆନିୟମ ଲାଗୁ କରିଛନ୍ତି ।

ନୂଆ ରୂପନେବ ବିଜୁବାବୁଙ୍କ ‘ଡାକୋଟା’ ବିମାନ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ନୂଆ ରୂପ ନେବାକୁ ଯାଉଛି ବିଜୁବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ।ଡାକୋଟାର ମରାମତି ସହ ରଙ୍ଗଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ୫ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣଭାବେ ପ୍ରଦର୍ଶନନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।ଆସନ୍ତା ସୋମବାରସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ ବରାଲି ଜଣାପଡିଛି ।