Browsing category

ରାଜନୀତି

ଡେରାସଠାରେ ବିଜୁଜନତାଦଳର କର୍ମୀସମ୍ମୀଳନୀ

ମେଣ୍ଢାଶାଳ,୨୬ା୩(ଏସଏସନିଉଜ) ମେଣ୍ଢାଶାଳଗ୍ରାମପଂଚାୟତରର ଡେରାସବନ୍ଧଠାରେ ରବିବାର ଅପରାହ୍ନରେ ଅର୍ଜ୍ଜୁନପରିଡାଙ୍କ ନେତୃତ୍ୱରେ ବିଜୁଜନତାଦଳର କର୍ମୀସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି ।ଜଟଣୀନିର୍ବାଚନମଣ୍ଡଳୀର୩୧ଗୋଟି ଗ୍ରାମପଂଚାୟତରେ ସଙ୍ଗଠନ ସୁଦୃଢକରିବାପାଇଁ ପରିଡାଙ୍କୁ ଦାୟିତ୍ୱଅର୍ପଣ କରାଯିବାକୁ ଦାବୀ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସଜ୍ଜନସିଂ ,ହୁଲାସ ଜେନା, ଟାଙ୍ଗିଆପଡାନାରିନେତ୍ରୀ କଲ୍ୟାଣିଦଳେଇ ,ପ୍ରିୟରଞନଭୋଇ, ଆଶିଷ ରଞନ ମହାପାତ୍ର, କାଳନ୍ଦିସ୍ୱାଇଁ,ପବିତ୍ରପରିଡା,ଛତାବରପଂଚାୟତର ନାରିନେତ୍ରୀ ପ୍ରଭାତିସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ ।ଏହି ସମ୍ମୀଳନୀରେ ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଓ ପୁରୁଷକର୍ମୀ ଯୋଗଦେଇଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

୨୦ହଜାର ଲୋକଙ୍କୁ ଗ୍ରାମକଣ୍ଠଜମିପଟ୍ଟା ଆବଣ୍ଟନକଲେ ମୁଖ୍ୟମନ୍ତ୍ରୀ

ଭୁଵନେଶ୍ବର,୨୬ା୩(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ଗଞ୍ଜାମଜିଲ୍ଲା ଗସ୍ତକରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗର ଆଦିସ୍ଥାନରେ ୨୦୦୦କୋଟି ଟଙ୍କାର ବିଭିନ୍ନପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୁର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା।ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ୨୦ହଜାରଲୋକଙ୍କୁ ଗ୍ରାମକଣ୍ଠଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।ଏହି ସବୁସ୍ଥାନରେ […]

ବିଶ୍ବ ମହିଳାବକ୍ସିଂରେ ଭାରତର ସଫଳତା

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଶ୍ବ ମହିଳାବକ୍ସିଂରେ ଭାରତର ନିଖାତ ଜରିନ୍‌ଙ୍କ ସଫଳତା ଅର୍ଜ୍ଜନ କରିଛନ୍ତି ।ଦ୍ବିତୀୟ ଥରପାଇଁ ସ୍ବର୍ଣ୍ଣପଦକ ଜିତିଛନ୍ତି ନିଖାତା ୨ ଥରର ଏସୀୟଚାମ୍ପିଅନ ଗୁୟେନ ଥିଟାମଙ୍କୁ ହରାଇ ଦେଶପାଇଁ ସ୍ବର୍ଣ୍ଣପଦକକୁ ଉତ୍ସର୍ଗ କରିଛନ୍ତି ନିଖାତ ଜରିନ୍ ।

ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଜେପି ରାଜ୍ୟକାର୍ଯ୍ୟାଳୟରେ  ନୂଆସଭାପତି ମନମୋହନସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ଦଳର ବରିଷ୍ଠନେତୃବୃନ୍ଦ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ସମ୍ବର୍ଦ୍ଧନାଉତ୍ସବରେ ଦଳୀୟସାଂସଦ ଓ ବିଧାୟକ ଙ୍କ ସମେତ ରାଷ୍ଟ୍ରୀୟଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ପୁରନ୍ଦେଶ୍ୱରୀ ,ବିରୋଧୀଦଳନେତା ଜୟନାରାୟଣମିଶ୍ର ଉପସ୍ଥିତ ଥିଲେ ।

ଚେନାବବ୍ରିଜ୍ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୨୬ା୩(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବ କଶ୍ମୀର ଭ୍ୟାଲିଠାରେ ଥିବା ଚେନାବ୍ ବ୍ରିଜ୍ ପରିଦର୍ଶନ କରିବା ସହ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସେବା ପ୍ରୋଜେକ୍ଟରକାର୍ଯ୍ୟ ତଦାରଖ କରିଛନ୍ତି ।

ତରବରଭାବେ ନିଷ୍ପତ୍ତି ଅଯୌକ୍ତିକ

ଭୁବନେଶ୍ୱର,୨୪ା୩(ଏସଏସନିଉଜ)ରାହୁଲଗାନ୍ଧିଙ୍କ ପଦ ରଦ୍ଦ ପ୍ରସଙ୍ଗରେ ଈଔଚ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଯେ, ତରବରଭାବେ ନିଷ୍ପତ୍ତି ନିଆଯିବାଉକ୍ତି ଅଯୌକ୍ତିକା ସୁପ୍ରିମକୋର୍ଟ ସ୍ପଷ୍ଟଭାବେ କହିଛନ୍ତିଯେ ଦୋଷୀସାବ୍ୟସ୍ତ ହେଲେ ପଦ ଯିବ ।ଅନ୍ୟପଟେ ଏପ୍ରିଲରେ ୱାୟନାଡ଼ ଉପନିର୍ବାଚନ ତାରିଖ ଘୋଷଣା ସମ୍ଭାବନାରହିଛି ।କେରଳ ୱାୟନାଡ଼ରୁ ଲୋକସଭା ସାଂସଦଥିଲେ ରାହୁଲାରାହୁଲଗାନ୍ଧିଙ୍କ ସାଂସଦପଦ ରଦ୍ଦପରେ ଉପନିର୍ବାଚନ ସମ୍ଭାବନା ଦେଖାଦେଇଛି ।ଏହାର ପ୍ରତିବାଦରେ କୋର୍ଟକୁଯିବେରାହୁଲ ବୋଲି ଜଣାପଡିଛି ।  

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ଭୁଵନେଶ୍ବର ,୨୩ା୩(ଏସଏସନିଉଜ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ଆଜି ଅପରାହ୍ନରେ ନବୀନନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିବାସହିତ ତିନିରଥର କାଠତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହାସହିତ ରୂପାତାରକସିର କାରୁକାର‌୍ୟ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ।ଏହି ଅବସରରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇଏକର ଜମି […]

୨୦୨୪ରେ ଆମେ ଗଢିବୁ ସରକାର

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ବିଜେପି ମଙ୍ଗ ଧରିବାପରେ ମନମୋହନ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି୨୦୨୪ରେ ଆମେ ଗଢିବୁ ସରକାର ।ସମସ୍ତଙ୍କୁନେଇ କାମକରିବି । ‘ଗୋଟିଏ ଟିମ୍ ହୋଇ କାମକରିବୁ । ତେବେ ଏଥିପାଇଁ ମୋତେ ସମସ୍ତଙ୍କ ସହଯୋଗ ଲୋଡା ।ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପିକୁବି ଧୀରେଧୀରେ ଲୋକେ ବାଛିଲେଣି । ଗତନିର୍ବାଚନରେ ଏହା ପ୍ରମାଣିତ ହୋଇସାରିଛି ।

ମନମୋହନ ସାମଲ ହେଲେ

ମନମୋହନସାମଲ ହେଲେ ରାଜ୍ୟ ବିଜେପିସଭାପତି ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ ମିଳିଛି।