Browsing category

ରାଜନୀତି

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା

ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଅପରାହ୍ନ ସାଢ଼େ ୪ଟାରେ ନବୀନନିବାସ ଯାଇ ମମତା ନବୀନଙ୍କୁ ଭେଟିବେ।ମମତା କହିଛନ୍ତି ଯେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ମମତା ସେତେବେଳେ ଆସିପାରିନଥିଲେ, ହେଲେ ପ୍ରତିଶ୍ରୁତି ଦେଇଥିଲେଯେ, ଯେତେବେଳେ ଓଡ଼ିଶା ଆସିବେ, ନବୀନଙ୍କୁ ନିଶ୍ଚୟ ଭେଟିବେ l ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି ।

ମୁଖ୍ୟ ଶାସନସଚିବଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।SJTMର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟକରିବେ ।SJTM ପୁରୀମନ୍ଦିରର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ  କରିବୋ ପୁରୀମନ୍ଦିରର ପ୍ରଶାସନର କାର୍ଯ୍ୟକାରୀ  ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାର ସାଧାରଣପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ଧାରରେ ୧୧୭୧୦ ସ୍କୁଲ

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ରାଜ୍ୟରେ ୧୧ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନି ।ମୋହନମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷାମନ୍ତ୍ରୀ ସମୀରଦାଶ ଏହିଭଳି ଉତର ଦେଇଥିଲେ ।୨୧ହଜାର୦୬୫ ସ୍କୁଲରେ ଖେଳପଡ଼ିଆ ନାହିଁ’ ।୪୧ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ ।୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିାଁ୬୦୧୧ସ୍କୁଲରେ ଛାତ୍ରଅନୁପାତରେ ଶିକ୍ଷକ ନାହାନ୍ତି ।୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟହାର ୨୭.୨୬ା ଅନ୍ୟପଟେ ରାଜ୍ୟରେ ମୋଟ ୫୩ହଜାର ଶିକ୍ଷକ ନିଯୁକ୍ତି ହେବେ । ସେଥିମଧ୍ୟରୁ ୨୦୨୬ଜଣଙ୍କ ନିଯୁକ୍ତିପ୍ରକ୍ରିୟା ଆରମ୍ଭ ହୋଇଥିବାନେଇ ଗୃହରେ ବିଦ୍ୟାଳୟ ଓ […]

ଦିଦି ଦେଖିଲେ ଜଗା

ପୁରୀ, ୨୨ା୩(ଏସଏସନିଉଜ) ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ପୁରୀଯାଇ ଶ୍ରୀମନ୍ଦିରରେ ଘଣ୍ଟାଏ କାଳ ରହି ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଭିତରକାଠରେ ଜଗନ୍ନାଥଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଯାଇଥିଲେ ।ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିଥିଲେ ମମତା ବାନାର୍ଜୀ। ମମତାଙ୍କ ନାଁରେ ମାନସିକ ବାନା ଚଢ଼ାଇଲେ କୌଳିକ ପଣ୍ଡାା

ପାରାଦୀପରେ IOCL ରେହେବ ବଡ଼ନିବେଶ

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ପାରାଦୀପରେ IOCL କରିବ ସବୁଠାରୁ ବଡ଼ ନିବେଶ। ୬୧ ହଜାର ୭୭ କୋଟି ଟଙ୍କାର ହେବ ପେଟ୍ରୋକେମିକାଲ କମ୍ପେଲକ୍ସ। ଟ୍ବିଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।PM ମୋଦି ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଦେଳେ ଧନ୍ୟବାଦ । ପୂର୍ବ ଭାରତ ଓ ଓଡ଼ିଶାର ବିକାଶ ପାଇଁ ଦେଲେ ଧନ୍ୟବାଦ।

ଚାଲିଛି ଜଙ୍ଗଲୀଶାସନ

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି କହିଛନ୍ତି ନରସିଂହ ମିଶ୍ର।ଗୃହବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି।ଜଙ୍ଗଲୀଶାସନର ପ୍ରମାଣ ନବ ଦାସ ହତ୍ୟା, ଷଢ଼ଯନ୍ତ୍ରକାରୀ ଧରାପଡ଼ିନି ବୋଲି କହିଛନ୍ତି।୫୦ଦିନ ପରେ ବି କାରଣ ଅସ୍ପଷ୍ଟ, ଷଢ଼ଯନ୍ତ୍ରକାରୀ କିଏ କୁହାଯାଉନି’ ବୋଲି କହିଛନ୍ତି।

ଭୁବନେଶ୍ୱର ରେ ପହଞ୍ଚିଲେ ପଶ୍ଚିମବଙ୍ଗCM

ଭୁବନେଶ୍ୱର,୨୧।୩(ଏସଏସନିଉଜ) ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ପଶ୍ଚିମବଙ୍ଗ CM । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗCM ।-ଭୁବନେଶ୍ବରରୁ ପୁରୀ ଯିବେ ମମତା ବାନାର୍ଜୀ ।ଓଡ଼ିଶାଗସ୍ତ ପୂର୍ବରୁ କୋଲକାତାରେ ମମତା  ମୁଖ୍ୟମନ୍ତ୍ରୀ ନବୀନଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।ନବୀନଙ୍କ ସହ ସାକ୍ଷାତକାର ସୌଜନ୍ୟମୂଳକ ।ଦେଖାଯାଉ କ’ଣ ହେଉଛି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଭୁବନେଶ୍ୱରରୁ ସଡ଼କ ପଥରେ ମମତା ପୁରୀ ଯିବେ।

ଏପ୍ରିଲ ୬ରୁ BJPର ଘରଘର ଚାଲ ଅଭିଯାନ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଏପ୍ରିଲ ୬ରୁ BJP ଓବିସି ମୋର୍ଚ୍ଚାର ଗାଁଗାଁ ଚାଲ, ଘରଘର ଚାଲ ଅଭିଯାନ ଆରମ୍ଭ ହେବାକୁ ଯାଉଛି lଏହି ୯ ଦିନିଆ ଅଭିଯାନରେ ୧ଲକ୍ଷଗାଁ ଓ ୧୦ ଲକ୍ଷ ଘରେ ପହଞ୍ଚିବ ଦଳ lମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ lପ୍ରେସମିଟରେ ଦଳର ଓବିସିମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି l

ହସ୍ପିଟାଲରେ ଭୋଗରାଇବିଧାୟକ ଓ ବ୍ରଜରାଜନଗର ବିଧାୟିକା

ଭୁବନେଶ୍ୱର ,୧୪ା୩(ଏସଏସନିଉଜ) ଭୋଗରାଇବିଧାୟକ ଅନନ୍ତଦାସ ଅସୁସ୍ଥ ହୋଇ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ପହଞ୍ଚି ବିଜେଡି ସହ ବିଭିନ୍ନଦଳର ବହୁନେତା ବିଧାୟକ ଅନନ୍ତଦାସଙ୍କୁ ଭେଟିବା ସହ ଆଶୁଆରୋଗ୍ୟ କାମନା କରିଛନ୍ତି ।ସେହିଭଳିଭାବେ ବ୍ରଜରାଜନଗର ବିଧାୟିକା ଅଳକାମହାନ୍ତି ଅସୁସ୍ଥ ହୋଇ ଆପୋଲୋହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲଯାଇ ବିଧାୟିକାଙ୍କୁଭେଟି ଆଶୁଆରୋଗ୍ୟ କାମନାକରିଛନ୍ତି ୫ଞ ସଚିବ ଭିକେ ପାଣ୍ଡିଆନା