Browsing category

ରାଜନୀତି

ଏଥର ଜଟଣୀରୁ କ୍ୟାପଟେନ ମନ୍ମଥରାଉତରାୟ

ଜଟଣୀ ,୨୩ା୨(ଏସଏସନିଉଜ)ଏଥର ଜଟଣୀଆସନରେ କଂଗ୍ରେସପକ୍ଷରୁ ନିର୍ବାଚନଲଢିବେ କ୍ୟାପଟେନ ମନ୍ମଥରାଉତରାୟ । ବରିଷ୍ଟ କଂଗ୍ରେସନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କ ସାନପୁଅ ହେଉଛନ୍ତି ମନ୍ମଥ । ଆଉ ନିର୍ବାଚନ ଲଢିବେନିବୋଲି ଘୋଷଣାକଲେ ସୁରେଶ ରାଉତରାୟ । ମୋତେ ୮୦ବର୍ଷ ହେଲାଣି। ମୋ ସାନପୁଅ କଂଗ୍ରେସ ଟିକେଟରୁ ଲଢିବ।ମୁଁ ୫୫ବର୍ଷ କଂଗ୍ରେସରେ ରହିଛି। ମୋ ସାନପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ ବୋଲି ପ୍ରେସ୍‌ମିଟ୍‌ରେ ଏଭଳି କିଛି ସୂଚନାଦେଇଛନ୍ତି ବରିଷ୍ଠ କଂଗ୍ରେସନେତା ସୁର ରାଉତରାୟ।  

କେନ୍ଦ୍ରସରକାରଙ୍କ ନୂଆ ନିଷ୍ପତ୍ତି

ଭୁବନେଶ୍ୱର,୨୩ା୨(ଏସଏସନିଉଜ)କେନ୍ଦ୍ରସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ।ଏହି ନିଷ୍ପତିଅନୁଯାୟୀ ପ୍ରଥମଶ୍ରେଣୀରେ ନାମଲେଖାପାଇଁ ବୟସସୀମା ୬ ବର୍ଷ ରଖାଯାଇଥିବାବେଳେ ନୂଆ ଶିକ୍ଷାନୀତିଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ରସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ।

ସିଏମ୍ ହେବ ତ ଏମିତି !

ଭୁବନେଶ୍ୱର,୨୨ା୨(ଏସଏସନିଉଜ)ସିଏମ୍ ହେବ ତ ଏମିତି । ଆନ୍ଧ୍ରରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପାଦଛୁଇଁ ସମ୍ମାନ ଜଣାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଆନ୍ଧ୍ରପ୍ରଦେଶର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଦଧରି ମୁଣ୍ଡିଆ ମାରିଛନ୍ତିା ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବେ ଗନ୍ନାରାମ ବିମାନବନ୍ଦରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେବା ସମୟରେ ହରିଚନ୍ଦନଙ୍କ ପାଦକୁ ଛୁଇଁ ନମସ୍କାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର,୨୨ା୨(ଏସଏସନିଉଜ)ନବଦାସ ହତ୍ୟାପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ୠଈଓର ସହାୟତା ଲୋଡ଼ା ଯାଇଛିା ୠଈଓ ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛିା ତଦନ୍ତର କୌଣସି ଦିଗକୁ ଛଡ଼ା ଯାଉନାହିଁ ବୋଲି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ

ମାଲକାନଗିରି,୨୨।୨(ଏସଏସ ନିଉଜ)ମାଲକାନଗିରି SP ଅଫିସ ପାଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳାପତାକା ପ୍ରଦର୍ଶନ କଲେ ଯୁବ କଂଗ୍ରେସକର୍ମୀ। ମାଲକାନଗିରି କଲେଜ ବାର୍ଷିକ ଉତ୍ସବକୁ ଗଲାବେଳେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି।

ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଅଧିବେଶନ ଆରମ୍ଭରୁ ପ୍ରବଳ ହତଗୋଳ ସାଙ୍ଗକୁ ପ୍ରତିବାଦ କରାଯାଇଛି । ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଏହି ପ୍ରତିବାଦ କରାଯାଇଛି।ଯାହାଫଳରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ କରିବାକୁ ପଡିଥିଲା ।

ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷର ପାଲଟା ଜବାବକଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୯ା୨(ଏସଏସନିଉଜ)ବରଗଡ଼ସଭାରେ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷର ପାଲଟା ଜବାବକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନା ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ମନକଥା ନକହି କାହା ହାତଲେଖା ପଢିବା ଭଳି ଲାଗୁଛି । ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି ଘୋଷଣାର ନିର୍ଦ୍ଧାରିତତାରିଖ ନକହିବା ପ୍ରତାରଣା ସଦୃଶ୍ୟ ନୁହେଁ କି ବୋଲି ପ୍ରଶ୍ନକରିଛନ୍ତି ।ଧର୍ମେନ୍ଦ୍ର କହିଛନ୍ତି , ‘ବରଗଡ଼ରେ ଦୁଇଟିନିର୍ବାଚନମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଇଛନ୍ତି ।ଜିଲ୍ଲାବାସୀ ଦାଦନଖଟିବାକୁ ଯାଉଛନ୍ତି । କେବେ ସମାଧାନହେବ? ବରଗଡ଼ରେ ଜଳସେଚନପ୍ରତିଶ୍ରୁତି କେବେ ପୂରଣ ହେବ? ସୋହେଲାଚାଷୀଙ୍କ ପାଇଁ ୧୦୦ଟଙ୍କା ବୋନସ୍ ଦେଇଛନ୍ତି କି  […]

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା !

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କରଦାସଙ୍କ ବାନ୍ଧବୀ ସୋମାଲିକା ଦାଶ।ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହୋଇଛନ୍ତି। ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି। ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି ବୋଲି କହିଛନ୍ତି।ସବୁ ପ୍ରମାଣସତ୍ତ୍ବେ ବିଜେଡିର ସଦସ୍ୟଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି। ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା ବୋଲି ସୋମାଲିକା କହିଛନ୍ତି।

ବର୍ଷକଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା lଆଜି ଝାରବନ୍ଧରେ ଆୟୋଜିତ ସାଧାରଣସଭାକୁ ଉଦବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ l ସେହିପରି ପଦମପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ ୯୦ କୋଟିଟଙ୍କା ମଂଜୁର କରିଛନ୍ତି l

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା !

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କରଦାସଙ୍କ ବାନ୍ଧବୀ ସୋମାଲିକା ଦାଶ।ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହୋଇଛନ୍ତି। ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି। ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି ବୋଲି କହିଛନ୍ତି।ସବୁ ପ୍ରମାଣସତ୍ତ୍ବେ ବିଜେଡିର ସଦସ୍ୟଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି। ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା ବୋଲି ସୋମାଲିକା କହିଛନ୍ତି।