Browsing category

ରାଜନୀତି

ରେକର୍ଡକଲେ ରୋହିତଶର୍ମା

ଭୁବନେଶ୍ୱର,୧୧ା୩(ଏସଏସନିଉଜ) ଆଜି ଅହମଦାବାଦସ୍ଥିତ ନରେନ୍ଦ୍ରମୋଦୀ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ‘ବର୍ଡର୍‌-ଗାଭାସ୍କର୍ ଟେଷ୍ଟମ୍ୟାଚର ୩ୟଦିନରେ ରୋହିତଶର୍ମା ୧୭,୦୦୦ଆର୍ନ୍ତଜାତିକ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।ଯାହାଫଳରେ ୧୭,୦୦୦ଆନ୍ତର୍ଜାତିକ ରନ୍ ପୂରଣକରିବାରେ ରୋହିତ ହେଉଛନ୍ତି ୭ମ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍ । ପୂର୍ବରୁ ଆନ୍ତର୍ଜାତିକକ୍ରିକେଟ୍‌ରେ ୬୬୪ଟିମ୍ୟାଚ୍‌ରେ ସଚିନତେନ୍ଦୁଲକର୍ ,ବିରାଟ କୋହଲି , ରାହୁଲ୍ ଦ୍ରାବିଡ଼ , ସୌରଭ ଗାଙ୍ଗୁଲୀ , ଏମ୍‌ଏସ୍ ଧୋନିଙ୍କ ନାମ ରହିଥିଲା ।

ଓଡିଶା ଆସିବେ ବିଜେପି ଚାଣକ୍ୟ 

ଭୁବନେଶ୍ୱର,୧୧ା୩(ଏସଏସନିଉଜ)ଅମିତଶାହା ଓଡ଼ିଶା ଆସୁଛନ୍ତି । ଦିନିକିଆ ଗସ୍ତରେ ୨୬ରେ ଓଡିଶା ଆସିବେ । ଭଦ୍ରକଜିଲ୍ଲା ଆରଡ଼ି ଆଖଣ୍ଡଳମଣୀପୀଠକୁ ଯାଇ ବାବାଙ୍କ ଦର୍ଶନ ଲାଭ କରିବାପରେ ଧାମନଗର ବିଧାନସବା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡିଆରେ ବିରାଟ ସାଧାରଣ ସଭା କରିବା ସହିତ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁସମ୍ବୋଧିତ କରିବେ ଶାହା । ସେଠାରେ ବିଜେପିର କର୍ମୀମାନଙ୍କୁ ଭେଟିବା ସହିତ ସେମାନଙ୍କୁ ଗୁରୁମନ୍ତ୍ର ଦେବେ ଗୃହମନ୍ତ୍ରୀ ।

ପଦ୍ମ ଧରିଲେ ଜିନା

ବାଲେଶ୍ବର, ୧୧ା୩(ଏସଏସନିଉଜ) ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ରପାଣିଗ୍ରାହୀ । ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ମିଶ୍ରଣପର୍ବରେ ସାମିଲ୍ ହୋଇଛନ୍ତି। ଜିନା,ରୁଦ୍ରଙ୍କସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ ।  

ଲାଲୁଙ୍କ ଘରେ ଇଡିର ରେଡ୍

ଭୁବନେଶ୍ୱର, ୧୧ା୩(ଏସଏସନିଉଜ) ଲାଲୁଯାଦବ ଓ ତାଙ୍କ ପରିବାରସଦସ୍ୟଙ୍କ ଘରେ ଇଡିର ରେଡ୍ ହୋଇଛି ।ନଗଦ ୫୩ ଲକ୍ଷ ଟଙ୍କା, ୨ କେଜିରୁ ଅଧିକ ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି । ଏହି ଚଢାଉସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ ।କେନ୍ଦ୍ରୀୟ ସୁରକ୍ଷାବଳ ଏସକର୍ଟରେ ଇଡି ଏକକାଳୀନ ୨୪ଟିସ୍ଥାନରେ ଚଢାଉ କରିଛି ।

ମ୍ୟାଚଦେଖିବେ ୨ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯।୩(ଏସଏସ ନିଉ)ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ।ଆଜି ଭାରତ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ଟେଷ୍ଟ।ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।ଫିଲ୍ଡିଂ କରିବ ଭାରତ।ମ୍ୟାଚ ଦେଖୁଛନ୍ତି ୨ ଦେଶର ପ୍ରଧାନମନ୍ତ୍ରୀ । PM ମୋଦି ଓ ଅଷ୍ଟ୍ରେଲିଆ PM ଆନ୍ଥୋନି ଷ୍ଟାଡିମରେ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ଆନ୍ଥୋନି ।

ରାବ୍ରିଦେବୀଙ୍କ ଘରେCBI

ଭୁବନେଶ୍ୱର,୬।୩(ଏସଏସ ନିଉଜ)ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ CBI ଟିମ୍‌ lବିହାର ପାଟନାସ୍ଥିତ ଘରେ CBI ଟିମ୍‌ର ପଚରାଉଚରା ଚାଲିଛି lଚାକିରିପାଇଁ ଜମିଦୁର୍ନୀତି ମାମଲାରେ ପଚରାଉଚରା ହେଉଥିବାର ଜଣାପଡିଛିl

ନରସିଂହମିଶ୍ରଙ୍କ ସମାଲୋଚନା

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାଗସ୍ତକୁ ନରସିଂହମିଶ୍ର ସମାଲୋଚନା କରିଛନ୍ତି lନିର୍ବାଚନକୁ ଆଖିରେ ରଖି ନବୀନ ରୋଡ୍ ସୋ’କରୁଛନ୍ତି lସ୍କୁଲରେ ରଙ୍ଗ ବୋଳିଦେଲେ, କିନ୍ତୁ ଶିକ୍ଷକ ନାହାନ୍ତି।ମେଡିକାଲ ରେ ଡାକ୍ତର ନାହାନ୍ତି, ଚାଷୀଙ୍କ ଦୁଃଖ ନ କହିବା ଭଲ।କେବିକେ ରେ ଦ୍ୱିତୀୟ କୃଷି ବିଦ୍ୟାଳୟ କୁଆଡ଼େ ଗଲା ?ନିର୍ବାଚନ ଜିତିବା ସେ ଜାଣିଛନ୍ତି, ତାଙ୍କୁ କେହି ପାରିବେନି ବୋଲି କହିଛନ୍ତି ନରସିଂହମିଶ୍ର।

ମୋତେ ସୁରକ୍ଷାଦିଅନ୍ତୁ-ଇମ୍ରାନ ଖାନ

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୋତେ ସୁରକ୍ଷାଦିଅନ୍ତୁ, ନଚେତ ମୋ ଜୀବନ କେତେବେଳେ ବି ଚାଲିଯାଇ ପାରେ ବୋଲି ଇମ୍ରାନ ଖାନ କହିଛନ୍ତି।ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆ) ମୁଖ୍ୟ ଦାବି କରିଛନ୍ତିକି, ଇମ୍ରାନଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର କରାଯାଉଛି।ଦେଶର ପୂର୍ବତନପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ତାଙ୍କୁ ଯେତେକି ସୁରକ୍ଷା ବ୍ୟବସ୍ଥା ଦେବାକଥା ସେତିକି ଦିଆଯାଇନାହିଁ।ଜାମିନ ବିହୀନ ଗିରଫ ପରୱାନାରୁ ବଞ୍ଚିବା ପରେ ଇମ୍ରାନଖାନ ମୁଖ୍ୟ ବିଚାରପତି ଉମର ତା ବନ୍ଦିୟାଲଙ୍କୁ ଲେଖିଛନ୍ତି ଚିଠି l

୨୬ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ

ଭୁବନେଶ୍ୱର,୬।୩(ଏସଏସ ନିଉଜ)ଆସନ୍ତା ୨୬ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀଶାହା । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକରେ କରିବେ ସମାବେଶ । ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହ କରିବେ ଆଲୋଚନା ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଡାକୋଟାବିମାନକୁ ଜାତିଉଦ୍ଦେଶ୍ୟରେ ସମର୍ପଣକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୩(ଏସଏସନିଉଜ)ଆଜି ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ବିଜୁବାବୁଙ୍କ ଐତିହାସିକ ଡାକୋଟାବିମାନକୁ ସମର୍ପଣ କରିଛନ୍ତି।Dakota DC-3 (VT-AUI) । ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଏହିବିମାନକୁ ଆଜି ସର୍ବସାଧାରଣଙ୍କପାଇଁ, ଓଡ଼ିଆମାନଙ୍କ ପାଇଁ ଓ ସାରା ଦେଶବାସୀଙ୍କପାଇଁ ସମର୍ପିତ କରିଛନ୍ତି। ସୂଚନାଯୋଗ୍ୟଯେ ଏହି ବିମାନ କଲିକତା ବିମାନବନ୍ଦରରେ ବର୍ଷବର୍ଷ ଧରି ପରିତ୍ୟକ୍ତଅବସ୍ଥାରେ ଥିଲା। ରାଜ୍ୟସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆରୂପରେ ପ୍ରଦର୍ଶନ କରାଯାଇଛି। ଏହି ବିମାନରେ ରହିଛି […]