ବାରଙ୍ଗ,୨୧।୪(ଏସଏସନିଉଜ)ରାମଦାସପୁର ରାଜସ୍ୱକାର୍ଯ୍ୟାଳୟଠାରୁ ମାତ୍ର କେଇହାତ ଦୁରରେ ଚାଲିଥିଲା ମୋରମଚୋରାଚାଳଣ ।ଦିନେକି ଦୁଇଦିନ ନୁହେଁ ,ଗତକିଛିମାସ ଧରି ଖୋଲାଖୋଲିଭାବେ ଚାଲିଥିଲା ଚୋରାରେ ମୋରମ ଚାଳଣ ।ସବୁଜାଣି ରାଜସ୍ୱବିଭାଗର ତଳଠାରୁ ବଡବାବୁମାନେ ଚୁପ ବସିଥିଲେ ।ଶେଷରେ ବାବୁମାନଙ୍କ ଭିତିରି କାରନାମା ଉପରୁ ପରର୍ଦା ଉଠାଇଛି ବାରଙ୍ଗ ପୋଲିସ ।ଗୁରୁବାର ବିଳମ୍ଭିତ ରାତିରେ ବାରଙ୍ଗପୋଲିସ ଚଢଉ କରି ୬ଟି ହାଇୱା, ୨ଟିଜେସିବି ମେସିନ, ଦୁଇବାଇକକୁ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି ।
ପ୍ରକାସଯେ, ଗତକିଛିମାସ ଧରି ଦିନରାତି ନିବିଘ୍ନରେ ବାରଙ୍ଗ ତହସିଲଅଧିନରେଥିବା ବିଭିର୍ଣ ଅଞ୍ଚଳରୁ ବ୍ୟାପକ ପରିମାଣର ବେଆଇନ ଲଘୁ ଖଣିଜଦ୍ରବ୍ୟ ଚୋରାଚାଲାଣ ହେଉଅଛି ।କେଉଁଠି ବାଲି ଉଠାଯାଉଛି ତ କେଉଁଠି ମୋରମକୁ ମାଫିଆମାନେ ନିର୍ଭୟସହକାରେ ଉଠାଉଛନ୍ତି ।ସବୁଠାରୁ ବଡକଥା ହେଲା ଏହି ଚୋରାଚାଲଣ ତହସିଲକାର୍ଯ୍ୟାଳୟ ସାମ୍ନାରାସ୍ତାଦେଇ ହେଉଥିବାବେଳେ ବଡବାବୁଙ୍କଠାରୁ ଆରମ୍ଭ କରି ତଳବାବୁମାନେ କେହି କିପରି ଜାଣିପାରୁନାହାନ୍ତି ତାହା ସମସ୍ତଙ୍କୁଆଶ୍ଚର୍ଯ୍ୟ କରିଛି ।ଚୋରାରେ ମୋରମ ଉଠାଯାଉଥିବାର ବିଶେଷସୁତ୍ରରୁ ଖବର ପାଇ ବାରଙ୍ଗଥାନାଅଧିକାରୀ ଆକାଶଚନ୍ଦ୍ରରଣା ସଦଳବଳେ ଗୁରୁବାର ବିଳମ୍ଭିତରାତିରେ ରାମଦାସପୁର ଅଞ୍ଚଳରେ ଚଢଉକରିଥିଲେ ।ଏହି ସମୟରେ ଇଡକୋକୁ ଦିଆଯାଇଥିବା ଜମିଉପରୁ ମାଫିଆମାନେ ବେଆଇନଭାବେ ମୋରମ ଉଠାଇ ଚୋରାଚାଳଣ କରୁଥିବାର ଜଣାପଡିଥିଲା ।ପୋଲିସ ଚଢଉକରି ୬ଟି ହାଇୱା ,୨ଟି ଜେସିବି ,ଦୁଇଟି ମଟର ସାଇକେଲ ଜବତ କରିବା ସହ ଘଟଣାସ୍ଥଳରୁ ୬ଜଣଙ୍କୁ ଗିରଫ କରି ୧୪୪/୨୩ କେଶନଂରେ ଏକ ମକଦ୍ଦମାରୁଜୁକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି । ତେବେ କୈାଶଳକ୍ରମେ ଦୁଇଜେସିବି ଚାଳକ ଖସି ପଳାଇଯାଇଥିଲେ ।ସବୁଠାରୁ ବଡକଥାହେଲା ରାମଦାସପୁର ରାଜସ୍ୱକାର୍ଯ୍ୟାଳୟଠାରୁ ମାତ୍ର ଅଳ୍ପଦୁରରେ ଦିନଦିହିପହରରେ ମୋରମ ଚୋରାଚାଳଣ ହେଉଥିବା ବେଳେ ଆରଆଇ କିମ୍ବା ତହସିଲ ଅଧିକାରୀମାନେ କିପରି ଜାଣିପାରିନଥିଲେ ନା ପରୋକ୍ଷରେ ମାଫିଆମାନଙ୍କ ସହ ମିଶି ସରକାରୀ ତହବିଲ ଲୁଟି ନିଜ ତହବିଲ ପୁର୍ଣ କରୁଥିଲେ ତାହାକୁ ନେଇ ବାରଙ୍ଗ ଅଂଚଳରେ ଚାପା ଗୁଞରଣ ସୃଷ୍ଟି ହୋଇଛି ।