ବ୍ରିଜ୍‌ର ସ୍ଲାବଖସି ଗଲା ୩ ଜୀବନ, ୨ ଗୁରୁତର

କଟକ,୩।୫(ଏସଏସ ନିୟୁଜ)କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ।ପୂର୍ତ୍ତବିଭାଗ ପକ୍ଷରୁ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ପାଇ
ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଆଜି ନିର୍ମାଣ କାମ ଚାଲିଥିବାବେଳେ ଅପରାହଣ୍‌ ସମୟରେ ବ୍ରିଜ୍‌ ଉପରେ କିଛି ଶ୍ରମିକ କାମ କରୁଥିଲେ।ଏହି ସମୟରେ ଅଚାନକ ବ୍ରିଜ୍‌ ଉପରୁ ସ୍ଲାବ ପଡ଼ିଯିବା କାରଣରୁ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଦୁଃଖ ପ୍ରକାଶ କରିବା ସହତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ବିଭାଗୀୟ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିବା ସହ ଆହତ ମାନଙ୍କୁ ମେଡିକାଲରେ ଭେଟିଛନ୍ତି ।

Comments (0)
Add Comment