ଛାତ୍ରଛାତ୍ରୀମାନଙ୍କୁ ସଚେତନ କଲେ

ବାରଙ୍ଗ,୧୭/୨(ଏସଏସନିୟୁଜ) ତମାଖୁ ବ୍ୟବହାର ବୃଦ୍ଧି ଯୋଗୁ ଏହାର ଖରାପ ପ୍ରଭାବ ମାନବସମାଜ ଉପରେ ପଡୁଛି ।ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାପାଇଁ ଉଦ୍ଦେଶ୍ୟରେ ଛତାବରସ୍ଥିତ ବାଉରିବନ୍ଧୁ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି ।ମେଣ୍ଢାଶାଳସ୍ଥିତ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଅଣସଂକ୍ରାମଣନିୟନ୍ତ୍ରଣ ଯୋଜନାରଜିଲ୍ଲାଅଧିକାରୀ ବାସୁଦେବ ପାତ୍ର ପୈାରହିତ୍ୟ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶୁଭ୍ରାଂସୁପ୍ରଧାନ,ସ୍ୱାସ୍ଥ୍ୟସଂମ୍ପ୍ରସାରଣ ଅଧିକାରୀ ସାଗରିକା ଦେବୀ,ପରାମର୍ଶଦାତା ସୁଦେଷ୍ଟାଷଡଙ୍ଗୀ ପ୍ରମୁଖ ଯୋଗଦେଇ ତମାଖୁ ସେବନର ଅପକାରିତା ଉପରେ ପିଲାମାନଙ୍କୁ ବୁଝାଇଥିଲେ ।ଏହି ଶିବିରରେ ୨୧୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପିଲାମାନଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗୀତାରେ ରଶ୍ମିତାସାହୁ, ଦମୟନ୍ତୀସାହୁ,ରୁପାଲିଦାସ କୃତିତ୍ୱ ହାସଲ କରିଥିଲେ । ଶେଷରେ କଲେଜ ଅଧକ୍ଷ ଜ୍ୟୋତିମୟନନ୍ଦ ଧନ୍ୟବାଦ ଦେଇଥିଲୋ
(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ-ସତ୍ୟସନ୍ଧାନ)

Comments (0)
Add Comment