ରାତି ଅଧରେ ଖୋଲୁଥିଲେ ଚୋରା ମୋରମ

ଚଢାଉ କଲା ଚନ୍ଦକା ପୋଲିସ

ମେଣ୍ଢାଶାଳ,୭।୩(ଏସଏସନିଉଜ) ବର୍ଷ ବର୍ଷ ଧରି ଚନ୍ଦକା ଅଞ୍ଚଳରେ ଚାଲିଥିବା ବେଆଇନ ମୋରମ ଚୋରା ଚାଲାଣ ଉପରେ ଗତ କିଛିମାସ ମଧ୍ୟରେ ପୋଲିସ ବହୁ ପରିମାଣରେ ରୋକ୍ ଲଗାଇବାରେ ସଫଳ ହୋଇଛି।ଏବେ ଲୁଚି ଛପି ଚାଲୁଥିବା ଏହି ମାଫିଆମାନଙ୍କୁ ସାବଡ କରିବା ପାଇଁ ଗତ ୩ମାସ ମଧ୍ୟରେ ପ୍ରାୟ ୩୦ରୁ ମୋରମ ବୋଝେଇ ଗାଡିକୁ ଜବତ କରି ପୋଲିସ ଚୋରା ମୋରମ ମାଫିଆମାନଙ୍କ କୋପର ଶିକାର ହେବାରେ ଲାଗିଛି।ଶୁକ୍ରବାର ବିଳମ୍ବିତ ରାତିରେ ମଳିପଡା ମୋରମ ଖଣିରେ ବେଆଇନ ଭାବେ ମାଫିଆମାନେ ଚୋରାରେ ମୋରମ ଖୋଲୁଥିବାର ଆଇ ଆଇସି ସମିତା ମିଶ୍ରଙ୍କ ପାଖରେ ସୂଚନା ପହଞ୍ଚିଥିଲା।ସେହି ଆଧାରରେ ଆଇଆଇ ସି ସଦଳବଳେ ଖଣି ଉପରେ ଚଢ଼ାଉ କରିଥିଲେ।ଏହି ସମୟରେ ମାଫିଆ ମାନଙ୍କ ସହ ଗାଡି ଚାଳକ ଖସି ପଳାଇଯାଇଥିଲେ।କିନ୍ତୁ ଚନ୍ଦକା ପୋଲିସ ଘଟଣା ସ୍ଥଳରୁ ଓଡ଼ି ୧୯ ସି ୮୬୫୧, ଓଡ଼ି ୦୨ସିକେ୦୬୬୧ ନମ୍ୱର ହାଇୱା ଓ
ଓଡ଼ି ୦୪ ଜେ ୪୮୮୫ନମ୍ୱର ଜେଶିବିକୁ ଜବତ କରି ୧୩୨ ଓ ୧୩୩/୨୬ରେ ଦୁଇଟି ମକଦ୍ଦମା ରୁଜୁ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment