କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ୭୦୬୫କୁ ବୃଦ୍ଧି

ଭୁବନେଶ୍ବର,୩୦/୬(ଏସଏସନିୟୁଜ) ପୁଣି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଜଣ , ଯାଜପୁରରୁ ୨୮ , କୋରାପୁଟରୁ ୧୮,ଜଗତସିଂହପୁର ୧୭,କଟକ ୧୭, ବଲାଙ୍ଗୀର ୧୬,ଦେବଗଡ଼ ୧୫,ଖୋର୍ଦ୍ଧାରୁ ଓ ମୟୂରଭଞ୍ଜରୁ ୭, କେନ୍ଦୁଝର ଓ ଅନୁଗୁଳରୁ ୬ ଲେଖାଏଁ, ବାଲେଶ୍ବରରୁ ୫,ଭଦ୍ରକ, ଢେ଼ଙ୍କାନାଳ ଓ ସମ୍ବଲପୁରରୁ ୪ ଲେଖାଏଁ, ଗଞ୍ଜାମ ଓ ଝାରସୁଗୁଡାରୁ ୩ ଲେଖାଏଁ,ସୁନ୍ଦରଗଡରୁ ୨, ଓ ବୌଦ୍ଧ, ନୟାଗଡ଼, ପୁରୀରୁ ଜଣେ ଲେଖାଏଁ ଏବଂ ଏନଡିଆର ଏଫ ଟିମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୦୮୭ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୪,୯୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି ।କରୋନାର କରାଳଗ୍ରାସରେ ଗଞାମଜିଲ୍ଲାର ଦୁଇଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।ଏହି ଆକ୍ରାନ୍ତଦ୍ୱୟ ମହିଳା ହୋଇଥିବାବେଳେ ଜଣେ ଆଗରୁ କିଡନି ରୋଗରେ ପଡିତ ଥିଲେ ।ଯାହାଫଳରେ ଗଞାମରେ ମୃତ୍ୟୁ ସଂଖ୍ୟା ୧୪ରେ ପହଁଚିଥିବାବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫ରେ ପହଁଚିଛି ।

Comments (0)
Add Comment