କରୋନା ବିରୋଧରେ ଲଢ଼େଇର ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୦/୧୦(ଏସ ଏସ ନିୟୁଜ )କାରୋନା ଭାକସିନ ଓ ମେଡ଼ିସିନ୍ ଆସିବା ପର୍ଯ୍ୟନ୍ତ ଆମକୁ ସାବଧାନ ହୋଇ ରହିବାକୁ ପଡିବ। ସହ ସଚେତନ ରହିଲେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ଆଜି ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କହିଛନ୍ତି ଯେ , ପୂର୍ବାପେକ୍ଷା ପଜିଟିଭ ହାର କମିଛି, ଆଗକୁ ଆହୁରି ମଧ୍ୟ କମିବ। ଆମକୁ ସମସ୍ତ କୋଭିଡ ନିୟମାବଳୀ ମାନି ଚଳିବାକୁ ପଡିବ। ଶୀତ ଋତୁରେ କରୋନା ତାର କାୟା ଅଧିକ ବିସ୍ତାର କରି ଆହୁରି ଭୟଙ୍କର ରୂପ ନେବ । ଆଗକୁ  ପାର୍ବଣ ଋତୁ  ଦୁର୍ଗାପୂଜା ଓ  ଦୀପାବଳୀ ଆସୁଛି ।ପୂଜା ସମୟରେ ମଣ୍ଡପ ମାନଙ୍କରେ ଭିଡ ନକରି ଘରେ ରହି ପରିବାର ଲୋକଙ୍କ ସହ ମା’ଙ୍କ ପୂଜା କରିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ଯୋଦ୍ଧାଙ୍କ ପାଇଁ  ଓ ଲୋକଙ୍କ ସଚେତନତା ଯୋଗୁ ବର୍ତମାନ ସଂକ୍ରମଣ ହ୍ରାସ ପାଇଛି। ଗତସାତ ମାସ ହେବ କରୋନା ବିରୋଧରେ ଲଢ଼େଇ କରିବା ସହ ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି ଏବଂ ସାମାଜିକ ଦୂରତା ଅବଲମ୍ବନ ମଧ୍ୟ କରୁଛନ୍ତି ।ଏହିଭଳି ଭାବରେ ଆମକୁ କରୋନା ସହ ଲଢେଇ କରିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

 

 

 

Comments (0)
Add Comment