କରୋନା ନେଲା କରୋନା ଯୋଦ୍ଧାଙ୍କ ଜୀବନ

ଭୁବନେଶ୍ୱର,୧୪ ।୯(ଏସ ଏସ ନିୟୁଜ )କରୋନାରେ ଗଲା କରୋନା ଯୋଦ୍ଧା ଙ୍କ ଜୀବନ।ମହାମାରୀ କାରୋନା ତାର ପ୍ରକୋପ ବଢାଇଚାଲିଛି ।ସାଧାରଣ ଜନତା ଠାରୁ ଯୋଦ୍ଧା ପର୍ଯ୍ୟନ୍ତ କେହିବି ଏଥିରୁ ବାଦ ପଡିନାହାନ୍ତି ।ସେହିଭଳିଭାବେ ଆଗ ଧାଡ଼ିର ଯୋଦ୍ଧା ବୋଲାଉଥିବା ପୋଲିସକର୍ମଚାରୀ ମଧ୍ୟ ଏଥିରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳିଛି ।ସେହିଭଳି ଜଣେ ଯୋଦ୍ଧା ହେଉଛନ୍ତି ଖଣ୍ଡଗିରି ଥାନାର ଏଏସଆଇ ଶିଶିର କୁମାର ସେଠି ।ଯାହାଙ୍କର ଆଜି କରୋନାରେ ମୃତ୍ୟୁ ଘଟିଥିବାର ଭୁବନେଶ୍ୱର ଡିସିପି ଡ଼ା. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। କୋଭିଡରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ୩ ଟିଝିଅ ଥିବା ର ଜଣାପଡିଛି।

Comments (0)
Add Comment