କରୋନା ପଜେଟିଭ୍‌ଙ୍କ ପରିଚୟ ପ୍ରଦାନ କଲେ ସରକାର

ଭୁବନେଶ୍ୱର,୨/୪(ଏସଏସନିୟୁଜ)ରାଜ୍ୟସରକାର ପ୍ରଥମ କରି  କରୋନା ଭାଇରସରେ ଆକ୍ରାଂନ୍ତ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ପ୍ରଦାନ କରିଛନ୍ତି  । ଏନେଇ ଭୁବନେଶ୍ୱର ମହାନଗର କମିଶନର ପ୍ରେମ୍‌ଚାନ୍ଦ ଚୈାଧୁରୀ ପ୍ରକାଶ କରିଛନ୍ତି ।ଜନହିତ ପାଇଁ ଏହା ଜାଣିବା ନିହାତି ୍‌ଜରୁରୀବୋଲି ସେ କହିଛନ୍ତି । ତେବେ ୫ମ କରୋନା ପଜେଟିଭ ବ୍ୟକ୍ତିଙ୍କ ପରିଚୟ ପ୍ରଥମଥରପାଇଁ ପ୍ରଦାନ କରିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଦିପ୍ତ ଦଳବେହେରା,ତାଙ୍କ ଘର ସୁର୍ଯ୍ୟନଗର ,ପ୍ଲଟନଂ-୩୭,ୟୁନିଟ-୭ବୋଲି ବିଏମସି ସୁଚନା ପ୍ରଦାନ କରିଛି ।ଏହାସହ ସେ ରାଜ୍ୟବାହାରକୁ କିମ୍ବା ଦେଶବାହାରକୁ ଯାଇନାହାନ୍ତି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।ସେଥିପାଇଁ ଯେଉଁମାନେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ହୋମ୍ କ୍ୱାରେଟଂଟାଇନ କରନ୍ତୁ ।ଏହାସହ ୧୦୪କୁ ଫୋନ କରି ନିଜ ନାମ ପଞିକରଣ କରନ୍ତୁ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।ଏହାଛଡା ଉକ୍ତ ଆଂକ୍ରାନ୍ତଙ୍କ ଘର ସୁର୍ଯ୍ୟନଗରକୁ ସିଲ କରାଯାଇଛି । ସଂସ୍ପୃକ୍ତ ଅଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ନିଷିଦ୍ଧ ଘୋଷଣା କରାଯାଇଛି ।ଅନ୍ୟାଦେଶ ଆସିବା ପର୍ଯ୍ୟନ୍ତ ଏହା ବଜାୟ ରହିବ ବୋଲି ସେ କହିଛନ୍ତି ।ଗୋପବନ୍ଧୁ ଛକରୁ ଏଲଆଇସି ଛକ,ଏଲଆଇସି ଛକରୁ ଗଙ୍ଗନଗର ଛକ ସିଲ କରାଯାଇଛି ।ଗଙ୍ଗନଗର ଛକରୁ ଶିରିପୁର ଓ ଶିରିପୁରରୁ ଗୋପବନ୍ଧୁଛକ ସମ୍ପୁର୍ଣଭାବେ ସିଲ କରାଯାଇଛି ।ଏହାକୁ ଉଲଘଂନ କଲେ ଆଇନ ଅନୁଯାୟୀ କଡା ପଦକ୍ଷପ ନିଆଯିବ ବୋଲି ସୁଚନା ପ୍ରଦାନ କରିଛନ୍ତି ।

Comments (0)
Add Comment