କରୋନା-ପୁଣି୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୬ମୃତ

ଭୁବନେଶ୍ୱର- ୮/୭(ଏସ୍‌ଏସ୍‌ନିୟୁଜ)ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଯାହା ସମସ୍ତଙ୍କ ପାଇଁ ଚିନ୍ତାଜନକ ପରିସ୍ତିତି ଉପୁଜାଇବାକୁ ଲାଗିଲାଣି ।ଏଥିଲାଗି ସାଧାରଣ ଲୋକମାନେ ସରକାରଙ୍କ ପକ୍ଷରୁ କରାଯାଇଉଥିବା ନୀୟମକୁ ମାନିଚଳିବା ସହ ସହଯୋଗ କରିବା ନିତ୍ୟାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ଏବେ ଆଉ ୨୬ ଜିଲ୍ଲାରୁ ୫୨୭ଟି ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୩୩୮ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୮୯ଜଣ ସ୍ଥାନୀୟ ଲୋକ ଅଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୬୨୪କୁ କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨୬, ବରଗଡ଼ରୁ ଜଣେ, ଭଦ୍ରକରୁ ୨, ବଲାଙ୍ଗୀର ୨୧, କଟକ ୧୭, ଢେଙ୍କାନାଳ ଜଣେ, ଗଜପତି ୩, ଗଞ୍ଜାମ ୨୧୫, ଜଗତ ସିଂହପୁର  ୪, ଯାଜପୁର ୨୫, ଝାରସୁଗୁଡା ୪, କେନ୍ଦ୍ରାପଡା ୫, କେନ୍ଦୁଝର ୭, ଖୋର୍ଦ୍ଧା ୫୦, କୋରାପୁଟ ୬, ମାଲକାନଗିରି ୩, ମୟୁରଭଞ୍ଜ ୧୦, ନବରଙ୍ଗପୁର୩, ନୟାଗଡ ୧୮, ନୂଆପଡ଼ା ୪, ପୁରୀ ୧୬, ରାୟଗଡା ଜଣେ, ସମ୍ବଲପୁର ଜଣେ, ସୋନପୁର ୫ ଓ ସୁନ୍ଦରଗଡ଼ରୁ ୭୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ପୁଣି ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୩ଜଣ ଗଞ୍ଜାମ, କେନ୍ଦ୍ରାପଡାରୁ ଜଣେ, ରାୟଗଡାରୁ ଜଣେ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି । ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ରହି ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । କେନ୍ଦ୍ରାପଡା, ରାୟଗଡାରେ ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଥିବାବେଳେ ଗଞାମରେ ମୃତ୍ୟୁ ସଂଖ୍ୟା ୨୭ରେ ପହଁଚିଛି ।

Comments (0)
Add Comment