କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ଅହମ୍ମଦାବାଦ୬/୮(ସତ୍ୟସନ୍ଧାନଡେସ୍କ) ଗୁରୁବାର ସକାଳେ ଗୁଜୁରାଟର ଅହମ୍ମଦାବାଦ ସହରରେ ଥିବା ଶ୍ରେୟ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କର ମୃତ୍ୟୁ ଘଟିଛି, ଆଇସିୟୁ ୱାର୍ଡରେ ଥିବା ଅନ୍ୟ ୪୧ ରୋଗୀଙ୍କୁ ରକ୍ଷା କରାଯାଇ ପାରିଛି । ଏହି ହସ୍ପିଟାଲରେ କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବାସହ ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଯାଞ୍ଚ ନିର୍ଦ୍ଦେଶ ଦେବା ସହ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

Comments (0)
Add Comment