କଟକ ରେ ଫୁଟିଲା ବୋମା

ଭୁବନେଶ୍ବର:୨୨/୧୧- କଥାରେ ଅଛି ଭାଇ ମଲେ ଭାଇ କାନ୍ଧରେ ଯାଏ । କିନ୍ତୁ ବର୍ତ୍ତମାନ ସମୟରେ ତାହା ଓଲଟା ଦେଖିବାକୁ ମିଳୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଦରଘା ବଜାର ଥାନା ଅଞ୍ଚଳରେ ।  ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ଜମି ବିବାଦକୁ ନେଇ ବୋମା ମାଡ ହୋଇଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସମୟରେ  ବାଇକରେ ଆସି ଘର ଉପରକୁ ଦୁର୍ବୃତ୍ତମାନେ ବୋମା ଫିଙ୍ଗି ଚମ୍ପଟ ମାରିଛନ୍ତି। ଦୁଇ ଭାଇଙ୍କ ମଧ୍ୟରେ ଜମି ବିବାଦକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଖବର ପାଇ ଦରଘା ବଜାର ପୁଲିସ ଘଟଣାସ୍ଥଳରେ  ପହଁଞ୍ଚି ଛାନଭିନ୍  ଆରମ୍ଭ କରିଥିବା ଜଣାପଡିଛି।

Comments (0)
Add Comment